Odisha News Portal

ହେ ଭଗବାନ ! ମଣିଷକୁ ଏମିତି ଶାସ୍ତି କାହିଁକି ଦେଉଛ ପ୍ରଭୁ , କୁନି ଦେହରେ କ୍ୟାନସର ,ଦୟାକରି ଏହି କୁନି ଝିଅ ପାଇଁ ଗୋଟିଏ ସାହାର୍ଯ୍ୟ ନିଶ୍ଚିତ କରନ୍ତୁ…….

ହେ ଭଗବାନ ! ମଣିଷକୁ ଏମିତି ଶାସ୍ତି କାହିଁକି ଦେଉଛ ପ୍ରଭୁ । ଦୁନିଆଟା ଭୁଷ କରି ଭୁଷୁଡି ଯାଏ , ଯେବେ କୋଳରେ ଥିବା ପିଲା କୌଣସି ରୋଗ ସହ ଲଢେଇ କରିବା ଆରମ୍ଭ କରେ , ଆପଣ ଅନୁମାନ ଲଗାଇ ପାରିବେନି କଣ ବିତେ ସେ ପରିବାର ଉପରେ । ପିଲାଙ୍କ ପେଟ କାଟିବା କୌଣସି ବଡ କଥା ନୁହଁ , ହେଲେ ପେଟ କାଟିବାର କାରଣ ଯେ କ୍ୟାନସର ବି ହୋଇପାରେ ଏତିକି ଶୁଣିଲେ ହିଁ ଛାତି ଥରି ଉଠିବ । ବାପା କୋଳରେ ଥିବା ପିଲାଟି ଲଢୁଛି କ୍ୟାନସର ସହ ଆଉ ମାଁ ବାପା ଚାହୁଁଛନ୍ତି ଝିଅର କଷ୍ଟ ନିଜ ଦେହରେ ନେଇଯିବାକୁ ।

ହେଲେ ଭାଗ୍ୟ ଗୁଡେଇତୁଡେଇ ଅଣ ନିଶ୍ବାସୀ କରୁଛି । ଝିଅ ଦେହର କଷ୍ଟ ଖାଇ ୟାଉଛି ବାପାମାଁ ଙ୍କୁ । ତା ଠାରୁ ଅଧିକା ଜିଅନ୍ତା ମାରି ଦେଉଛି ଚିକିତ୍ସା ପାଇଁ ଅର୍ଥ ଆଉ ନାହିଁ । ଯାହା ସାମର୍ଥ୍ୟ ଥିଲା ସବୁ ପୋଛି ହୋଇଗଲାଣି ଏବେ ଅସହାୟ, ନିରୂପାୟ ହୋଇ ହାତ ଟେକି ନିଜ ଝିଅ ପାଇଁ ଗୁହାରି କରିଛନ୍ତି ବାପା ବିକାଶ ।

ବାପାମାଁ ଙ୍କ ଇଚ୍ଛା ଝିଅକୁ ସୁସ୍ଥ କରି ଘକୁ ଫେରିବେ , ହେଲେ ଆପଣଙ୍କ ସାହାଯ୍ୟ ମିଳିଲେ ହିଁ ଝିଅ ବୀରା ସୁସ୍ଥ ହୋଇ ଘରକୁ ଆସିବ । ଭେଲର ହସ୍ପିଟାଲରେ ଏବେ ବୀରାର ଚିକିତ୍ସା ହେଉଛି । ତେବେ ବୀରାଙ୍କ ବାପାଙ୍କ ନାଁ ବିକାଶ କୁମାର ଡାଣ୍ଡସେନା । ଓଡିଶାର ମାଲକାନଗିରି ଜିଲ୍ଲାରେ ତାଙ୍କର ଘର । ତେବେ ବିକାଶ କହିବା ଅନୁଯାୟୀ, ସେମାନେ ଗତ 31 ତାରିଖରୁ ହସ୍ପିଟାଲରେ ଅଛନ୍ତି ।

ତାଙ୍କର ଝିଅ ବୀରାଙ୍କର 27 ଡିସେମ୍ବରରେ ବହୁତ ଜୋରରେ ପେଟ ବ୍ୟଥା ହେବାରୁ ମାଲକାନଗିରି ମେଡିକାଲ୍ ନେଇଥିଲେ ଏହାପରେ ଆନ୍ଧ୍ରପ୍ରଦେଶ ଚାଇଲ୍ଡ ହସ୍ପିଟାଲକୁ ନେଇଥିଲେ ଆଉ ସେଠାରେ ଡକ୍ଟର ତାଙ୍କୁ ହାଇଦ୍ରାବାଦର ରେଙ୍ଗୋ ଚିଲ୍ଡ୍ରେନ ହସ୍ପିଟାଲକୁ ନେବାପାଇଁ ଏବଂ ସେଠାରେ ବିକାଶ ଡକ୍ଟରଙ୍କୁ ପଚାରିବାରୁ ଡାକ୍ତର କହିଥିଲେ ସେଠାରେ 5 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

 

ଏହାପରେ କରୋନା ହେତୁ ସେ କଟକ ନେଇନଥିଲେ ବରଂ ଭେଲର ମେଡିକାଲ କଲେଜ ନେଇ ଆସିଥିଲେ । ମେଡିକାଲ୍ କଲେଜରେ ତାଙ୍କର ବହୁତ ଟେଷ୍ଟ ହେବା ପରେ ଏହି 4 ଦିନ ପୂର୍ବରୁ ଡକ୍ଟର ଜଣାଇଲେ ଯେ ବୀରାଙ୍କତର ଲିଭର୍ ରେ କ୍ୟାନସର ହୋଇଛି ଏବଂ ତାପାଇଂ 7 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ତେବେ ବିକାଶ ଗୋଟିଏ ଏନଜିଓରେ କାମ କରୁଥିବା ହେତୁ ତାଙ୍କ ପାଖରେ ଏତେ ଟଙ୍କା ନାହିଁ । ସେଥିପାଇଂ ସେ ସୋସିଆଲ ମିଡିଆରେ ଏ ବିଷୟରେ ଶେୟାର କରିଥିଲେ ଏବଂ ସମସ୍ତେ କିପରି ତାଙ୍କୁ ଟିକେ ସାହାଯ୍ୟ କରିଲେ ତାଙ୍କ ଝିଅ ଭଲ ହୋଇ ପାରନ୍ତା ଏବଂ ଗୋଟିଏ ନୂଆ ଜୀବନ ପାଇ ପାରନ୍ତା ।

ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଦେଢ ଲକ୍ଷ ଟଙ୍କା ମିଳିଯାିଛି ଏବଂ ସେଥିରେ ତାଙ୍କ ଝିଏର ଚିକିତ୍ସା ମଧ୍ୟ ଆରମ୍ଭ ହୋଇ ଯାଇଛି । ତେବେ ଆମେ ଆପଣଙ୍କୁ ଅନୁରୋଧ କରୁଛୁ କି ଏହି ଛୋଟ ପିଲାଟି ପାଇଁ ପୋଷ୍ଟଟିକୁ ବହୁ ମାତ୍ରାରେ ଶେୟାର କରିବା ସହିତ ନିମ୍ନରେ ପ୍ରଦତ୍ତ ଆକାଉଣ୍ଟ ନମ୍ବରରେ ନିଜର ସକ୍ଷମ ଅନୁସାରେ କିଛି ସାହାଯ୍ୟ କରନ୍ତୁ ।

Name – Bikasha Kumar Dandsena
State Bank Of India
CIF No: 89961114753
Account No : 37149952708

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।