Odisha News Portal

ଭୟଙ୍କର କଥା ! ନଭେମ୍ବର 30 ତାରିଖ ଏବର୍ଷର ଶେଷ ଚନ୍ଦ୍ରଗ୍ରହଣ . ଗର୍ଭବତୀ ମହିଳା କରନ୍ତୁ ନାହିଁ ଏହି ଭୁଲ , ଜାଣନ୍ତୁ ଗ୍ରହଣରେ କଣ କରିବା ଉଚିତ୍…..

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଚି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରମା ଏବଂ ସୂର୍ଯ୍ୟ ଉପରେ ଗ୍ରହଣ ଲାଗିବା ଶୁଭ ନୁହେଁ । ଏପରି ମାନ୍ୟତା ରହିଛି କି ଗ୍ରହଣ ସମୟରେ ଏହି ଦୁଇ ଗ୍ରହ ପିଡିତ ହୋଇଯାଇଥାନ୍ତି ଏବଂ ନିଜର ଶୁଭ ଫଳ ପ୍ରଦାନ କରିପାରନ୍ତି ନାହିଁ । ସାଧାରଣତଃ ଚନ୍ଦ୍ରଗ୍ରହଣ ତିନି ପ୍ରକାରର ହୋଇଥାଏ । ଯେମିତିକି ଆଶିଂକ, ସଂମ୍ପୂର୍ଣ୍ଣ ଏବଂ ଉପଛାୟା ଚନ୍ଦ୍ରଗ୍ରହଣ । ଏହି ଚନ୍ଦ୍ରଗ୍ରହଣ ହେଉଛି ଉପଛାୟା ଚନ୍ଦ୍ରଗ୍ରହଣ ।ତେବେ ଉତ୍ତର ଏବଂ ଦକ୍ଷିଣ ଆମେରିକା ସମେତ ୟୁରୋପ ଏବଂ ଆଫ୍ରିକାରେ ଦୃଶ୍ୟମାନ ହେବ ।

ଆଜି ଆମେ ଜାଣିବା ଚନ୍ଦ୍ରଗ୍ରହଣ ଲାଗିବାର ସମୟ, ଗ୍ରହଣର ସୂତକ ସମୟ ମାନ୍ୟ ହେବ ନାଁ ନାହିଁ, ଗର୍ଭବତୀ ମହିଳାମାନେ କିପରି ସାବଧାନ ରହିବେ, କଣ କରିବେ ଏବଂ କଣ କରିବେ ନାହିଁ । ଶେଷରେ ଗୋଟିଏ ଉପାୟ ବତାଇବୁ ଯାହାକୁ କରି ଆପଣ ଗ୍ରହଣରେ ଶୋଇବି ପାରିବେ ।


ନଭେମ୍ବର 30 ତାରିଖ ସୋମବାର ଦିନ ଲାଗିବାକୁ ଥିବା ଚନ୍ଦ୍ରଗ୍ରହଣ ହେଉଛି ଉପଛାୟା ଚନ୍ଦ୍ରଗ୍ରହଣ । ଏହି ଗ୍ରହଣ ଲାଗିବାର ସମୟ ହେଉଛି ଅପରାହ୍ନ 1.04 ମିନିଟରେ ଆରମ୍ଭ ହୋଇ ସଂନ୍ଧ୍ୟା 5.22 ମିନିଟରେ ଶେଷ ହେବ ।ଏହି ଚନ୍ଦ୍ରଗ୍ରହଣ ମହାକାଶରେ ପ୍ରାୟ 4 ଘଣ୍ଟା 18 ମିନିଟ 5 ସେକେଣ୍ଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ଅପରାହ୍ନ 3.13 ମିନିଟରେ ସର୍ବାଧିକ ଚନ୍ଦ୍ରଗ୍ରହଣର ଦୃଶ୍ୟମାନ ହେବ ।ଗ୍ରହଣ ସଂନ୍ଧ୍ୟା ପର୍ଯ୍ୟନ୍ତ ରହୁଥିବାରୁ ଏହା କିଛି ସମୟ ପାଇଁ ଭାରତ ସମେତ ଦକ୍ଷିଣ ଓଡିଶାରେ ଦୃଶ୍ୟମାନ ହେବ । ଏଭଳି ମାନ୍ୟତା ରହିଛି କି ଉପଛାୟା ଚନ୍ଦ୍ରଗ୍ରହଣରେ ସୂତ କାଳ ମାନ୍ୟ ହୁଏ ନାହିଁ ।


ଯେହେତୁ ଏହା ଚନ୍ଦ୍ରଗ୍ରହଣ ତେଣୁ ଗର୍ଭବତୀ ମହିଳା ମାନଙ୍କୁ ବିଶେଷ ସାବଧାନରେ ରହିବା ଆବଶ୍ୟକ । ଏହି ସମୟ ଗର୍ଭବତୀ ମହିଳା ମାନଙ୍କ ପାଇଂ ବହୁତ ଅଶୁଭ ହୋଇଥିବାରୁ ସେମାନଙ୍କୁ ସାବଧାନ ରହିବା ସହିତ ଚନ୍ଦ୍ରଗ୍ରହଣ ଦେଖିବା ପାଇଁ ମଧ୍ୟ ବାରଣ କରାୟାଇଛି । ଗ୍ରହଣ ଲାଗିବା ସମୟରେ ଗର୍ଭବତୀ ମହିଲାମାନେ କୌଣସି ଜିନିଷ କଟାକଟି ବା ସିଲେଇ କରନ୍ତୁ ନାହିଁ । ନଚେତ ଏହାର କୁପ୍ରଭାବର ଗର୍ଭରେ ଥିବା ଶିଶୁ ଉପରେ ପଡିବ । ଗ୍ରହଣ ଲାଗୁଥିବା ସମୟରେ କଳାରଙ୍ଗର ବସ୍ତ୍ର ଧାରଣ କରନ୍ତୁ ନାହିଁ ଏବଂ ବାହାରକୁ ବାହରନ୍ତୁ ନାହିଁ ।

ଏହି ସମୟରେ ଭଗବାନଙ୍କୁ ସ୍ମରଣ କରିବା ଉଚିତ ଏବଂ ଗ୍ରହଣରୁ ବଞ୍ଚିବା ପାଇଁ ଗର୍ଭବତୀ ମହିଳାଙ୍କୁ ତୁଳସୀପତ୍ରକୁ ନିଜ ପକେଟରେ ରଖିକି ମନ୍ତ୍ର ଜପିବା ବା କୌଣସି ଧାର୍ମିକ ବହି ପଢିବା ଉଚିତ । ଏହାଦ୍ବାରା ଭଗବାନ ଆପଣଙ୍କୁ ଏବଂ ଆପଣଙ୍କର ଗର୍ଭରେ ଥିବା ପିଲାକୁ କୃପା କରିବେ ।

ଉପାୟ- ଗର୍ଭବତୀ ମହିଳା ଏକ ନାଲିସୂତା ନେଇ ସେଥିରେ କିଛି ପଇସା ବାନ୍ଧି ଘରର କୌଣସି ଜାଗାରେ ଲଟକିଦେବେ । ଗ୍ରହଣ ଶେଷ ପରେ ଏହି ସୂତାକୁ କୌଣସି ଏକ ବୋହୁଥିବା ପାଣିରେ ପକାଇଦେବେ ଏବଂ ପଇସାକୁ କାହାକୁ ଦାନ କତରିଦେବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।