Odisha News Portal

ଚିତା ବାଘ ୧୮ମାସର ଶିଶୁକୁ ଟାଣିନେଇ ଗଲା, ମାଆ କିପରି ବଞ୍ଚେଇଲା ନିଜର ସନ୍ତାନକୁ ଆପଣ ଆଶ୍ଚର୍ଯ୍ୟ ହେଇଯିବେ ଜାଣିଲେ

‘ମାଆ’ ଏପରି ଏକ ଶବ୍ଦ ଯାହା ତ୍ୟାଗ ଓ ତପସ୍ୟାର ପ୍ରତୀକ। ଯିଏକି ଅନ୍ଧାରରୁ ଆଲକ ଦେଖାଇ ଥାଏ। ନିଜର ଖୁସିକୁ ଜଳାଞ୍ଜଳି ଦେଇ ସନ୍ତାନର ସବୁ ଦୁଃଖକୁ ପିଯାଇଥାଏ । କୁହାଯାଏ ଯେ, ମାଆଠୁ ହିଁ ସଂସାର ଆରମ୍ବ ହେଇଥାଏ। ମୃତ୍ୟୁ ଶଯ୍ୟାରେ ଶୋଇ ମଧ୍ୟ ନିଜ ସନ୍ତାନର ସୁଖ କାମନା କରିଥାଏ, ସେ ହେଉଛି ‘ମାଆ’। ଦୁନିଆରେ ସବୁଠାରୁ ସାହସୀ ହେଉଛି ମାଆ। ଏହି ଉକ୍ତିକୁ ସତ୍ୟ କରି ଦେଖାଇଛନ୍ତି ପୁନେର ଜଣେ ମାଆ। ନିଜର ଜୀବନକୁ ଖାତିର ନକରି ଚିତା ବାଘ କବଳରୁ ନିଜର 18 ମାସର ଶିଶୁକୁ ବଞ୍ଚେଇ ଆଣିଛନ୍ତି। ଏହି ଘଟଣାଟି ହେଉଛି ପୁଣେର ତାଲୁକା ଜୁନ୍ନର ଅଂଚଳର।ତାଲୁକା ଜୁନ୍ନର ଅଂଚଳରରେ ସବୁଠାରୁ ଅଧିକ ଆଖୁ ଚାଷ ହେଇଥାଏ।

ନିଜର ଖୁସିକୁ ଜଳାଞ୍ଜଳି ଦେଇ ନିଜ ସାନ୍ତାନ ମୁହଁରେ ହସ ଫୁଟାଇ ଥାଏ ସିଏ ହେଉଛି ମାଆ। ନିଜେ ଜଳି ନିଜର ସାନ୍ତାନର ଜୀବନର ଜୀବନକୁ ଆଲୋକିତ କରିଥାଏ । ଭଗବାନଙ୍କ ପାଖରେ ସବୁବେଳେ ସନ୍ତାନର ସୁଖ ପାଇଁ ପ୍ରାଥନା କରିଥାଏ। ମା’ଠୁ ଅଧିକ ସାହସୀ ଏହି ଦୁନିଆରେ କେହି ନାହାନ୍ତି। ନିଜର ଜୀବନକୁ ବାଜି ଲଗାଇ ନିଜର ୧୮ ମାସର ଶିଶୁକୁ ଚିତା କବଳରୁ ଉଦ୍ଧାର କରି ମାଆର ସଂଜ୍ଞାକୁ ଜୀବନ୍ତ କରି ଦେଖାଇଛନ୍ତି ପୁନେର ଏହି ମହିଳା ଜଣକ।

୧୮ମାସର ଶିଶୁକୁ ଟାଣି ନେଇଗଲା ଚିତା, ତାପରେ ନିଜେ ମାଆ ଯେମିତି ଶିଶୁଟିକୁ ବଞ୍ଚାଇଲା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେପୁନେର ତାଲୁକା ଜୁନ୍ନର ଅଂଚଳର ଘଟଣାଟି ଘଟିଛି। ତାଲୁକା ଜୁନ୍ନର ଅଂଚଳରେ ହୋଇଥାଏ ସବୁଠାରୁ ଅଧିକ ଆଖୁ ଚାଷ। ଚାଷୀମାନେ ଛୋଟ ଛୋଟ କୁଡ଼ିଆ କରି ରହିଥାନ୍ତି ନିଜର ଫସଲ କାଟିବା ପାଇଁ। ୧୮ ମାସର ପିଲା ସହ କ୍ଷେତରେ ଶୋଇଥିଲେ ଜଣେ ମହିଳା ଚାଷୀ। ହଠାତ୍ ରାତି ୧.୩୦ ରେ ଏକ ଚିତା ବାଘ ୧୮ ମାସର ଶିଶୁ ଉପରେ ଆକ୍ରମଣ କରିଥିଲେ। ମହିଳା ଜଣଙ୍କ ହାତରେ କୌଣସି ଆସ୍ତ୍ର ନଥିଲା ସେ ଖାଲି ହାତରେ ମାରିବା ପାଇଁ ଯାଇଥିଲେ ଏବଂ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ।

ଚିତା ବାଘଟି ପିଲାକୁ ଛାଡି ମାଆର ହାତକୁ କାମୁଡି ଧରିଥିଲା। ମହିଳା ଜଣଙ୍କ ଭୟ ନକରି ଉପସ୍ଥିତ ବୁଦ୍ଧି ଖଟେଇ ଖାଲି ହାତରେ ଲଢେଇ କରି ଚିତାକୁ ହରାଇଦେଇଥିଲା। ରାତି ୨ଟା ବେଳକୁ ବନ ଆଧିକାରୀ ପିଲା ଓ ମାଆକୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲ ରେ ଭର୍ତ୍ତି କରେଇଥିଲେ। ମାଆ ଏବଂ ଛୁଆ ସୁସ୍ଥ ଅଛନ୍ତି ପିଲାର ତଂଟିର ଓ ଆଖିରେ ଚିତାର ଦାନ୍ତ ଚିହ୍ନ ରହିଛି। ମୃତ୍ୟୁ ପରେ ବି ମାଆ ସନ୍ତାନର ସୁଖ କାମନା କରିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।