Odisha News Portal

Breking News – ଚିନ୍ତା ବଢ଼ାଇଲା ଟମାଟୋ ଫ୍ଲୁ ! ବେଶୀ ଛୋଟ ପିଲା ଙ୍କୁ କରୁଛି ଆକ୍ରାନ୍ତ… ଏହାର ଲକ୍ଷଣ ଗୁଡିକ ଜାଣିଲେ ହୋସ ଉଡିଯିବ…

ପୁଣି ଏକ ରୋଗକୁ ନେଇ ଚିନ୍ତାରେ ସ୍ବାସ୍ଥ୍ୟ ବିଶେଷଜ୍ଞ। ଯାହାକୁ ନେଇ ଏବେ ଲାଗି ରହିଛି ପରୀକ୍ଷା ନିରୀକ୍ଷା। ତେବେ ମହାମାରୀ କରନା ସମୟରେ ଏଭଳି ଏକ ରୋଗ ଏବେ ଚିନ୍ତା ବଢାଇଛି। ତେବେ ଏହି ରୋଗର ନାମ ହେଲା ଟମାଟୋ ଫ୍ଲୁ।ଏହି ରୋଗ ଏବେ ଅଧିକ ମାତ୍ରାରେ ସଂକ୍ରମିତ ହେଉ ଥିବାରୁ ଟମାଟୋ ଫ୍ଲୁ ପାଇଁ ହାଇ ଆଲର୍ଟ ଜାରି କରା ଯାଇଛି। ତେବେ ଏହି ଫ୍ଲୁ ଏବେ ଏବେ ନୂତନ ଭାବରେ ଚିହ୍ନଟ ହୋଇଛି। ମିଳିଥିବା ସୂଚନା ଅନୁସାରେ କେରଳ ଓ ତାମିଲନାଡୁରେ ଏହି ଟମାଟୋ ଫ୍ଲୁ ଚିହ୍ନଟ ହୋଇଛି।ଏହି ରାଜ୍ୟ ଗୁଡ଼ିକରେ ଏହି ରୋଗ ଚିହ୍ନଟ ହେବା ପରେ ଏହା ପଡୋଶୀ ରାଜ୍ୟ ଗୁଡିକରେ ଏବେ ଚିନ୍ତାର କାରଣ ପାଲଟିଛି।

ଆଉ ଏଥିପାଇଁ ସେହି ରାଜ୍ୟ ଗୁଡିକରେ ସତର୍କତା ମଧ୍ୟ ବଢିଥିବା ଲକ୍ଷ୍ୟ କରା ଯାଉଛି। ଏବେ ଚିହ୍ନଟ ହୋଇଥିବା ଏହି ରୋଗ କେରଳ ରାଜ୍ଯରେ ବିଭିନ୍ନ ପିଲାଙ୍କ ଠାରେ ଦେଖା ଦେଇଛି। ତେବେ ଏହି ଟମାଟୋ ଫ୍ଲୁ ଚିହ୍ନଟ କେବଳ ପିଲା ମାନଙ୍କ ଠାରେ ହିଁ ଚିହ୍ନଟ ହୋଇଛି ବୋଲି ଜଣା ପଡ଼ିଛି। ବିଶେଷଜ୍ଞ ଙ୍କ କହିବା ଅନୁସାରେ ଏହି ଟମାଟୋ ଫ୍ଲୁ ଏକ ସଂକ୍ରାମକ ରୋଗ ଅଟେ। ତେବେ ଆସନ୍ତୁ ଜାଣିବା ଏହା କିପରି ଭାବରେ ପ୍ରଭାବିତ ହେଉଛି ପିଲା ମାନଙ୍କ କ୍ଷେତ୍ରରେ। ତେବେ ସଂକ୍ରମିତ ହେବା ଫଳରେ ପ୍ରଥମେ ପିଲା ମାନଙ୍କ ଦେହରେ ନାଲି ରଙ୍ଗରେ ଫଳି ଯାଉଛି।

ପରେ ପିଲା ମାନଙ୍କର ଚର୍ମ କୁଣ୍ଡାଇ ହେବା ଆରମ୍ଭ ହୋଇ ଯାଉଛି। ଏହାପରେ ପିଲାମାନେ ପତଳା ଝାଡାରେ ଆକ୍ରାନ୍ତ ହେଉଛନ୍ତି। ତେବେ ଏହି ରୋଗକୁ ଟମାଟୋ ଫ୍ଲୁ ବୋଲି ଏଥିପାଇଁ କୁହା ଯାଉଛି ଯେ ଏହି ଯେଉଁ ସଂକ୍ରମଣ ରୋଗ ଟି ପିଲା ମାନଙ୍କ କ୍ଷେତ୍ରରେ ଦେଖା ଦେଉଛି ଏଥିରେ ଟମାଟୋ ଭଳି ଦେହରେ ନାଲି ନାଲି ଚିହ୍ନ ଭଳି ଫଳି ଯାଉଛି। ତେଣୁ ଏହାକୁ ଟମାଟୋ ସଂକ୍ରମଣ ବୋଲି କୁହା ଯାଉଛି। ତେବେ ବିଶେଷ କରି ଯାହା ଜଣା ପଡ଼ିଛି ଏହି ରୋଗ ୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ ହିଁ ଆକ୍ରାନ୍ତ କରୁଛି। ତେବେ ଏହି ରୋଗରେ କିଛି ଲକ୍ଷଣ ମଧ୍ୟ ଦେଖା ଦେଉଛି।

ସେହି ଲକ୍ଷଣ ଗୁଡିକ ମଧ୍ୟରୁ କିଛି ପିଲାଙ୍କୁ ପ୍ରବଳ ଜ୍ବର ହେବା ସହ ସେମାନଙ୍କ ଦେହ ହାତ ଘୋଳାବିନ୍ଧା କରିବା ଏବଂ ଆଣ୍ଠୁ ଗଣ୍ଠି ଫୁଲି ଯିବା ଭଳି ଲକ୍ଷଣ ମୁଖ୍ୟ ଅଟେ। ତେବେ ଏହି ସବୁ ଲକ୍ଷଣ ଦେଖାଗଲେ ପିଲାମାନେ ସଚେତନ ରହିବା ଆବଶ୍ୟକ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ଅଟେ। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଦେଖାଯାଉଥିବା ଏହି ନୂଆ ଟମାଟୋ ଫ୍ଲୁ ରୋଗର ଲକ୍ଷଣ ଚିକୁନଗୁନିଆ ସହ ସମାନ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।