Odisha News Portal

ଦେଖନ୍ତୁ ଅଦ୍ଭୁତ ଭିଡ଼ିଓ ! ଚିଡିଆଖାନା ରେ ବୁଲୁଥିବା ସମୟରେ ଛୋଟ ପିଲା ଉପରକୁ ଡେଇଁ ପଡ଼ିଲା ସିଂହ , ଆଉ ତା ପରେ ସେହି ପିଲାଟି ଏମିତି ସାହାସ ଦେଖାଇଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

0 116

ବର୍ତ୍ତମାନର ଏହି ସୋସିଆଲ ମିଡିଆ ଯୁଗରେ କେତେବେଳେ ବି କୌଣସି ଖବର ଭାଇରାଲ ହୋଇ ଯାଉଛି । ଆଉ ଯାହା ଲୋକ ମାନଙ୍କ ପାଖରେ ପହଞ୍ଚିବା ପାଇଁ ମଧ୍ୟ ଅଧିକ ସମୟ ଲାଗୁନାହିଁ । ଇଣ୍ଟରନେଟ୍ ର ବ୍ୟବହାର କରି ଲୋକେ ସେମାନଙ୍କ କଳା ପ୍ରତିଭା ତଥା ଦେଶ ବିଦେଶର ଖବର ଜାଣିବା ପାଇଁ ଆଉ ଅପେକ୍ଷା କରିବାକୁ ପଡୁ ନାହିଁ । ତେଣୁ ଆଜିର ଆଧୁନିକ ଯୁଗରେ ସୋସିଆଲ ମିଡ଼ିଆ ବା ଇଣ୍ଟରନେଟ ର ବ୍ୟବହାର କରି କୌଣସି ବଡ଼ ଖବର କୁ କିମ୍ବା କୌଣସି ସାଧାରଣ ଘଟଣାକୁ ପ୍ରଚାର କରିବା କିମ୍ବା ଲୋକ ଲୋଚନକୁ ଆଣିବା ବେଶି କଷ୍ଟ ସାଧ୍ୟ ନୁହଁ ।

ତେବେ ବର୍ତ୍ତମାନ ସମୟରେ ଆମେ ଏପରି ଏକ କରୁଣ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣ ସଂମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବେ ଏବଂ ତାପରେ ହସି ହସି ବେଦମ୍ ମଧ୍ୟ ହୋଇଯିବେ । କିଛି ଘଟଣା ଆମକୁ ଆଶ୍ଚର୍ଯ୍ୟ କରି ଥାଏ ତ ପୁଣି କିଛି ଘଟଣା ଆମକୁ ହସାଇ ଥାଏ।ଏବେ ସୋସିଆଲ ମିଡ଼ିଆ ରେ ସେହି ପରି କିଛି ମଜାଦାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ବି ହସି ପକାଇବେ ଓ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯିବେ ।

ଭାଇରାଲ ହୋଇଥିବା ଭିଡ଼ିଓଟି କୌଣସି ଏକ ଚିଡିଆଖାନା ବା ଜୁ ର୍ ବୋଲି ଜଣା ଯାଉଛି।ଏହି ଚିଡ଼ିଆଖାନାକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ଏମିତି ନିର୍ମାଣ କରା ଯାଇଛି ଯେ ଏହାର କାନ୍ଥ ସବୁକୁ ଉନ୍ନତ ମାନର କାଚରେ ପ୍ରସ୍ତୁତ କରା ଯାଇଛି,ଯାହା ଦ୍ୱାରା ସେହି ଚିଡିଆଖାନାରେ ଥିବା ପଶୁ ମାନେ ପରିଷ୍କାର ଭାବେ ଦେଖା ଯାଇ ପାରିବେ ଓ ଆପଣଙ୍କୁ ଜଙ୍ଗଲ ଭିତରେ ବୁଲିବା ପରି ଅନୁଭୂତି ହେବ।

ଭିଡ଼ିଓରେ ଦେଖିବା ପାଇଁ ମିଳୁଛି କି ଚିଡ଼ିଆଖାନାର ଏକ ସିଂହୀ ପଥର ଉପରେ ବସି ଥିଲା।ଏହି ସମୟରେ ଦୁଇ ଜଣ ପିଲା ଓ ତାଙ୍କ ବାପା ମାଆ ଏହି ସିଂହୀକୁ ଦେଖିବା ପାଇଁ ସେହି କାଚ ନିକଟରେ ଅଟକି ଗଲେ । ସିଂହୀଟି ପ୍ରଥମେ କିଛି ସମୟ ପାଇଁ ସେହି ପିଲାଟିକୁ ଅନାଇବାରେ ଲାଗିଲା।ଏହା ପରେ ସିଂହୀଟି ପଥରରୁ ତଳକୁ ଓହ୍ଲାଇ ଆସିଲା।

ଏବେ ସେହି ସିଂହୀଟି ପିଲା ଆଡ଼କୁ ଆସିବାରେ ଲାଗିଲା। ଆଉ କିଛି ରାସ୍ତା ଆସିବା ପରେ ସିଂହୀଟି ଅଟକି ଗଲା।ସିଂହୀକୁ ଦେଖି ଏମିତି ଲାଗୁ ଥିଲା ଯେମିତି ସେ ସେହି ଛୋଟ ପିଲାକୁ ତାର ଶିକାର ବନାଇବା ପାଇଁ ଚାହୁଁଥିଲା । ସିଂହୀଟି ପୁଣି ଥରେ ଆଗକୁ ବଢ଼ିବାରେ ଲାଗିଲା ଓ ହଠାତ ଅଟକି ଗଲା।ଅଳ୍ପ କିଛି ସମୟ ପରେ ସିଂହୀଟି ଜୋରରେ ଦୌଡ଼ି ସେହି ଛୋଟ ପିଲା ଉପରକୁ ଡେହିଁ ପଡ଼ିଲା।ମାତ୍ର ସିଂହୀଟି ଆସି ସିଧା କାଚରେ ଧକ୍କା ଖାଇଲା ଓ ତଳେ ପଡ଼ି ଗଲା।

ପିଲାଟି ଏହାକୁ ଦେଖି ସମ୍ପୂର୍ଣ୍ଣ ଭାବେ ଡରିଗଲା ଓ କାନ୍ଦିବା ପାଇଁ ଲାଗିଲା।ସିଂହୀଟି କାଚ ଆରପଟେ ରହି ପିଲାଟିକୁ ବାରମ୍ବାର ଆକ୍ରମଣ କରିବା ପାଇଁ ଉଦ୍ୟମ କଲା।ମାତ୍ର ସେ ବୁଝି ପାରୁ ନଥିଲା କି ପିଲା ଓ ତା ମଧ୍ୟରେ କାଚ ରହିଛି ବୋଲି।ତେବେ ଏହି ଦୃଶ୍ୟକୁ ଦେଖି ସେହି ପିଲାର ବାପା ମା ଜୋରରେ ହସିବା ପାଇଁ ଲାଗିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।