Odisha News Portal

ଛିଃ ଛିଃ ଫୁଣି ଲାଜ୍ୟା! 87 ବର୍ଷର ବୃଦ୍ଧ ଜଣଙ୍କ ନିଜ ନାତୁଣୀ ଙ୍କୁ କରିଦେଲେ ଦୁଷ୍କର୍ମ , ତା ପରେ ଯାହା ହେଲା ଜାଣିଲେ ଆପଣ ମଧ୍ୟ ଅବାକ୍ ହୋଇଯିବେ ?

0 7

ଆଜିର ସମାଜ ବହୁ ମାତ୍ରାରେ କଳୁଷିତ ହେଉଛି । ଆଜିର ସମାଜରେ ନାବାଳିକା ଠାରୁ ସାବାଳିକା ପର୍ଯ୍ୟନ୍ତ କେହି ବି ସୁରକ୍ଷିତ ନୁହଁନ୍ତି । ଆଜି ଘରୁ ଝିଅମାନେ ପଦାକୁ ଗୋଡ କାଢିବାକୁ ଭୟ କରୁଛନ୍ତି । ଆଉ ଯେତିକି ଡର ଯୁବପିଢି ଉପରେ ନାହିଁ ତାଠାରୁ ଅଧିକ ଡର ତ ବୟସ୍କ ବ୍ୟକ୍ତି ମାନଙ୍କୁ । କାହିଁକି ନାଁ ଆମେ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ଶୁଣିବା ପରେ ଆପଣଙ୍କର ଆପଣଙ୍କର ହୋସ ଉଡିଯିବ ଏବଂ ଆଜିର ଯୁବପିଢି ସହିତ ବୟଷ୍କ ବୃଦ୍ଧ ଲୋକ ମାନଙ୍କ ଉପରୁ ମଧ୍ୟ ସବୁଦିନ ପାଇଁ ଭରସା ତୁଟିଯିବ । ତେବେ ଚାଲନ୍ତୁ ଜାଣିନେବା ସଂମ୍ପୂର୍ଣ୍ଣ ଘଟଣାଟି ବିଷୟରେ ।

ତେବେ ଜଣେ 87 ବର୍ଷ ବୟସର ବୃଦ୍ଧ ବ୍ୟକ୍ତି ଯାହା କରିଛନ୍ତି ତାହା ମଧ୍ୟ କହିବାକୁ ଖରାପ ଲାଗୁଛି। ସେହି ବୃଦ୍ଧ ବ୍ୟକ୍ତି ଜଣକ ନିଜର ନାତୁଣୀ ବୟସର କୁନି ଝିଅ ଯାହାର ବୟସ ମାତ୍ର 5 ବର୍ଷ ତାହା ସହିତ କରିଛନ୍ତି ଦୁଷ୍କର୍ମ। ଏହି ଭଳି ଏକ ଘୃଣ୍ୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ। ତେବେ ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ ସବୁ ପ୍ରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । 87 ବର୍ଷୀୟ ଏହି ବୃଦ୍ଧ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଦେଇଛି।


ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଥିବା ଭୁଇଁପୂର୍ ଗ୍ରାମ ନିକଟରେ ଥିବା ବନ୍ଧସାହିରେ ଏହି ନିନ୍ଦନୀୟ ଘଟଣା ଘଟିଛି। ଆଉ ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେଉଁ ସମୟରେ ଏହି ନାବାଳିକାର ମାଆ ଆସି ଥାନାରେ ଅଭିଯୋଗ କଲେ । ଆଉ ଅଭିଯୋଗ ଗ୍ରହଣ କରି ପୋଲିସ ସେହି ସମୟରେ ବୃଦ୍ଧଙ୍କ ଘରକୁ ଯାଇ ତାଙ୍କୁ ଗିରଫ କରିଥିଲେ।


ଅଭିଯୋଗ ଅନୁସାରେ ଗତ 23 ତାରିଖ ଦିନ ବନ୍ଧୁ ସାହିର ଥିବା 87 ବର୍ଷୀୟ ବୃଦ୍ଧ ଯେ କି ବୃତ୍ତିରେ ଜଣେ ଦୋକାନୀ । ତାଙ୍କର ନାମ ହେଉଛି ସୁନାକର ପାତ୍ର। କେହି ଦୋକାନରେ ନଥିବା ଅବସ୍ଥାରେ ସେ ତାଙ୍କ ଘର ସାମ୍ନାରେ ଥିବ ଏହି ନାବାଳିକା ଯାହାର ବୟସ ମାତ୍ର 5ବର୍ଷ ତାକୁ ଟେକି ନେଇ ସେହି ଦୋକାନ ଭିତରେ କବାଟ ମାରି ଅନେକ ଘଣ୍ଟା ଧରି ଦୁଷ୍କର୍ମ କରିଥିଲେ। ଆଉ ଏହି ନାବାଳିକାର ମାଆ ଯେତେେବେଳେ ଝିଅକୁ ଖୋଜି ଖୋଜି ଆସିଲେ ଦେଖିଲେ ଝିଅ ଦୋକାନ କେବିନ୍ ଆଗରେ ଚେତାଶୂନ୍ୟ ହୋଇ ପଡିଛି ।


ଏହାପରେ ଝିଅକୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ହସ୍ପିଟାଲ ନେବାର ବ୍ୟବସ୍ଥା କରିଥିଲେ । ତେବେ କଥା ସାମ୍ନାକୁ ନ ଆସିବା ପାଇଁଁ ମଧ୍ୟ ସୁନାକର ତାଙ୍କ ମାଆଙ୍କୁ ଧମକ ଦେଇଥିଲେ । ମାତ୍ର ଝିଅ ମାଆ ଏହି ଧମକକୁ ଖାତିର ନ କରି ଥାନାରେ ଅଭିଯୋଗ କରିଥିଲେ ଏବଂ ପୋଲିସ ତାଙ୍କୁ ଗିରଫ କରିଥିଲା । ଆଉ ଏହି ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ତୀବ୍ର ଆକ୍ରୋଶ ଦେଖାଦେଇଛି ଏବଂ ଅପରାଧୀକୁ କଠିନ ରୁ କଠିନତର ଶାସ୍ତି ଦେବା ପାଇଁ ନିବେଦନ ଆସିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।