Dr. CHINMAYEE KAR – ଛୁଆ ପିଲା ହେଉନି କି ? ଜାଣନ୍ତୁ କ’ଣ କରିବେ ଯାହାଦ୍ବାରା ଆପଣ ଗର୍ଭବତୀ ହୋଇପାରିବେ ୧୦୦% ଗ୍ୟାରେଣ୍ଟି

ସବୁ ନାରୀ ମାନେ ବିବାହ କରି ସାରିବା ପରେ ମା ହେବା ତାଙ୍କ ଜୀବନ ର ଏକ ଅମୂଲ୍ୟ ଭାବନା ହୋଇଥାଏ। କୁହାଯାଏ ମା ହେବା ସବୁ ନାରୀ ମାନଙ୍କ ର ଷୌଭାଗ୍ୟ ଅଟେ । ମା ହେବା କେବଳ ମଣିଷ ମାନଙ୍କ ପାଇଁ ନୁହେଁ ପଶୁ ମାନଙ୍କ ପାଇଁ ମଧ୍ୟ ଏହା ଏକ ଅମୂଲ୍ୟ ଉପହାର ସଦୃଶ୍ୟ ହୋଇଥାଏ । ନାରୀ ମାନେ ନିଜ ଜୀବନ ରେ ଅନେକ ପ୍ରକାର ଭୂମିକା ଗ୍ରହଣ କରି ଥାଆନ୍ତି ଆଉ ଏହି ସବୁ ଭୂମିକା ମଧ୍ୟରେ ମା ହେବା ମଧ୍ୟ ରହିଥାଏ । କିନ୍ତୁ କିଛି ମହିଳା ମାନେ ଏହି ଷୌଭାଗ୍ୟ ରୁ ବଞ୍ଚିତ ହୋଇ ଥାଆନ୍ତି ଓ ସବୁବେଳେ ଦୁଃଖିତ ରହି ଥାଆନ୍ତି।

ତେବେ ମେଡିକାଲ୍ ସାଇନ୍ସ ଅନୁସାରେ ଆମ ମାନଙ୍କ ର ନୀତି ଦିନିଆ ଜୀବନ ର କିଛି ଭୁଲ ଯୋଗୁଁ ହିଁ ଏମିତି ଥାଏ। ତେବେ ଆଜି ଆମେ ଜାଣିବା କଣ କଲେ ଆପଣଙ୍କ ଏହି ସମସ୍ୟା ଦୂର ହୋଇ ପାରିବ ଓ ଆପଣ ମଧ୍ୟ ମା ହେବାର ଷୌଭାଗ୍ୟ ପାଇ ପାରିବେ। ତେବେ ଆସନ୍ତୁ ଜାଣିବା ;

୧- ମେଡିକାଲ୍ ସାଇନ୍ସ ଅନୁସାରେ ଯଦି ଆପଣ ଥାଇରଏଡ ସମସ୍ୟା ରେ ପୀଡ଼ିତ ହୋଇ ଥାଆନ୍ତି ତେବେ ଏହା ଆପଣଙ୍କ ପ୍ରେଗ୍ନେଶି ରେ ବାଧା ସୃଷ୍ଟି କରିଥାଏ। ତେଣୁ ଯଦି ଆପଣ ଙ୍କ ର ଏହି ସମସ୍ୟା ରହିଛି ତେବେ ଆପଣ ନିଜର ଥାଇରଏଡ ଟେଷ୍ଟ କରନ୍ତୁ।

୨- ଯଦି ଆପଣ ଅଧିକ ଦିନ ଧରି ଗର୍ଭବତୀ ହେଇ ପାରୁ ନାହାଁନ୍ତି ତେବେ ନିଜ ସ୍ବାମୀ ଙ୍କ ସହିତ ନିଜର ମଧ୍ୟ ଡାଇବେଟିସ ଟେଷ୍ଟ କରନ୍ତୁ କାରଣ ଡାଇବେଟିସ ମଧ୍ୟ ଗର୍ଭବତୀ ହେବାରେ ବାଧକ ସଜିଥାଏ।

୩- କିଛି ମହିଳା ମାନଙ୍କ ର ଓଭାରି ସମସ୍ୟା ଥାଏ ଯାହାକୁ ମେଡିକାଲ୍ ଭାଷା ରେ POCS ରୋଗ ମଧ୍ୟ କୁହାଯାଏ ଯାହା ପ୍ରତି ସେମାନେ ଅଜ୍ଞାତ ଥାଆନ୍ତି । ଏହି ରୋଗ ରେ ଓଭାରୀ ବଡ଼ ହୋଇଯାଇ ଥାଏ ଯାହା ଫଳରେ ପିଲା ରହିପାରେ ନାହିଁ। ତେଣୁ ଏଥିପାଇଁ ଚିକିତ୍ସା କରନ୍ତୁ ।

୪- ତେବେ ଗର୍ଭବତୀ ନହେବା ର ଆଉ ଏକ କାରଣ ମଧ୍ୟ ସ୍ପର୍ମ ମୋଟାଲିଟି ରେଟ୍ ହୋଇଥାଏ ଯାହା ଅନିଦ୍ରା ଓ ଅଧିକ ତାପମାତ୍ରା ରେ ଦୁର୍ବଳ ହୋଇଯାଇଥାଏ ଯାହା ଗର୍ଭ ଧାରଣ କରିବାରେ ବାଧା ସୃଷ୍ଟି କରିଥାଏ ।

୫- ଗର୍ଭବତୀ ନହୋଇ ପରିବାର ଆଉ ଏକ କାରଣ ମଧ୍ୟ ମୋଟପା ହୋଇଥାଏ ତେଣୁ ଏଥି ପ୍ରତି ଧ୍ୟାନ ଦିଅନ୍ତୁ ଓ ନିୟମିତ ଏକ୍ସର୍ସାଇଯ କରନ୍ତୁ।

୬- ଗର୍ଭ ଧାରଣ କରିବା ପାଇଁ ସହବାସ ଠିକ୍ ସମୟ ରେ କରିବା ଅତାନ୍ତ୍ୟ ଜରୁରୀ ହୋଇଥାଏ। ତେଣୁ ଏଥି ପ୍ରତି ଧ୍ୟାନ ଦିଅନ୍ତୁ ।

୭- ମହିଳା ମାନେ ନିଜର ଋତୁସ୍ରାବ ର ଡେଟ୍ ମନେ ରଖନ୍ତୁ ଓ ଋତୁସ୍ରାବ ର ୧୧ ଦିନ ପରେ ୫ ଦିନ ଯାଏଁ ଶାରିରୀକ ସମ୍ପର୍କ ରଖିବା ଦ୍ଵାରା ଗର୍ଭବତୀ ହୋଇ ଥାଆନ୍ତି ତେଣୁ ଏହି ସମୟ ରେ ଶାରିରୀକ ସମ୍ପର୍କ ରଖନ୍ତୁ ।

୮- କିଛି ମହିଳା ଗର୍ଭ ନିରୋଧକ ବଟିକା ସେବନ କରୁ ଥାଆନ୍ତି। ତେବେ ଯଦି ଆପଣ ଗର୍ଭବତୀ ହେବାକୁ ଚାହୁଁଛନ୍ତି ତେବେ ଏହାର ୩ ମାସ ପୂର୍ବରୁ ଏହାର ବ୍ୟବହାର ବନ୍ଦ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment