Odisha News Portal

ଛୋଟ ପିଲା କଏନ୍‌ ଗିଳିଦେଇଥିଲେ କ’ଣ କରିବେ, ପ୍ରତ୍ୟେକ ବାପା ମାଆ ନିଶ୍ଚୟ ଦେଖନ୍ତୁ | Dr. Rolika Keshri

ଆପଣ ଅନେକ ସମୟରେ ଶୁଣିଥିବେ ଯେ ଛୋଟ ଛୁଆ ମାନେ କେତେବେଳେ କଏନ୍ ଗିଳି ଦେଇଥାନ୍ତି ତ ପୁଣି କେତେବେଳେ ପୁଣି ବେଟାରି ଗିଳି ଦେଇଥାନ୍ତି। ତେବେ ଏହି ସମୟରେ କଣ କରିବା ଦରକାର୍। କଣ ପଦକ୍ଷେପ ନେବା ଉଚିତ୍ ହୋଇଥାଏ ଏଭଳି ପରିସ୍ଥିତି ରେ ଆସନ୍ତୁ ଆଜି ଆମେ ସେହି ବିଷୟରେ ଜାଣିବା। ତେବେ ଯେତେବେଳେ ଛୋଟ ପିଲା ମାନେ କଏନ ଗିଳି ଦେଇଥାନ୍ତି, ସେତେବେଳେ ଏହା ଦୁଇଟି ସ୍ଥାନକୁ ଯାଇପାରେ।ଏହା ଆପଣଙ୍କ ଖାଦ୍ୟ ନଳୀ କୁ ଯାଇପାରେ ନହେଲେ ଏହା ଶ୍ୱାସ ନଳୀ ଭିତରକୁ ଯାଇପାରେ।ଏହି ଦୁଇଟି ସ୍ଥାନକୁ କଏନ୍‌ ଯାଇପାରେ।

ତେବେ ପିଲାମାନଙ୍କ କ୍ଷେତ୍ରରେ ମୁଖ୍ୟତଃ ଏହି କଏନ୍‌ ଖାଦ୍ୟନଳୀ କୁ ଯିବାର ସମ୍ଭାବନା ଅଧିକ ଥାଏ। କାରଣ ସେମାନଙ୍କ ଶ୍ଵାସ ନଳୀ ଏତେ ବଡ ହୋଇ ନଥାଏ। କିନ୍ତୁ ଏଡାଲ୍ଟ ମାନଙ୍କ କ୍ଷେତ୍ରରେ ଶ୍ୱାସନଳୀ ବଡ ଥିବାରୁ ଏହା ପ୍ରାୟତଃ ଶ୍ଵାସ ନଳୀ ଭିତରକୁ ପଶି ଯାଇଥାଏ। ଯଦି ଛୁଆ ଟିଏ ଖେଳିଲା ବେଳେ ଏହାକୁ ଗିଳି ଦେଇଛି ତେବେ ଏହା ଛାତିକୁ ଯିବାର ଚାନ୍ସ ଅଧିକ ରହିଥାଏ। କାରଣ ଶ୍ଵାସ ନଳୀ ଏବଂ ଛାତି ଭିତରେ ଦୂରତା ବହୁତ୍ କମ୍ ଅଟେ। ଛୋଟ ଛୁଆ ମାନଙ୍କର ମଳଦ୍ୱାର ଦେଇ ଏହା ବାହାରିଯିବାର ଚାନ୍ସ ଅଧିକ ରହିଛି। ତେଣୁ ଏହା ୭୨ ଘଣ୍ଟା ଭିତରେ ନ ବାହାରିଲା ତେବେ ଆପଣ ଟିକେ ଏଥିପ୍ରତି ସଚେତନ ହେବା ଆବଶ୍ୟକ।

କାରଣ ଏହା ପେଟ ଭିତରେ ଅଟକି ଗଲେ, ଖାଦ୍ୟ ମଧ୍ୟ ସେଠାରେ ଅଟକି ରହି ଯାଇଥାଏ।ଏହାପରେ ଯନ୍ତ୍ରଣା ମଧ୍ୟ ଅନୁଭବ ହେବ। ତେଣୁ ଯଦି କଏନ୍‌ ୭୨ ଘଣ୍ଟା ଭିତରେ ନ ବାହାରିଛି ତେବେ ନିଶ୍ଚିତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।୪ ବର୍ଷ ଭିତରେ ପିଲା ମାନଙ୍କର ବେକର ଖାଦ୍ୟନଳୀ ପାଖରେ ଅଟକି ରହି ଯାଇଥାଏ। ତେବେ ଯଦି ପିଲା ବ୍ୟାଟେରୀ ଗିଳି ଦେଉଛି, ତାହେଲେ ଆପଣ ୭୨ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରି ପାରିବେ ନାହିଁ।ଏହା ଶରୀର ଭିତରେ ବହୁତ୍ ଗୁରିତର ସଂକ୍ରମଣ ସବୁ ତିଆରି କରିଥାଏ। ତେଣୁ ଆପଣଙ୍କୁ ଯଥା ସମ୍ଭବ ଏହାକୁ ବାହାର କରିବା ପାଇଁ ଚିକିତ୍ସା ପଦ୍ଧତି ଭିତରକୁ ଯିବାକୁ ପଡିବ।

ନହେଲେ ଶରୀରରେ ଚମଡା ସହିତ ଗୁରୁତର ସଂକ୍ରମଣ କରିବା ସହିତ, ହାଡ଼ ମଧ୍ୟ ଭାଙ୍ଗି ଦେଇଥାଏ। ପରେ ଏହା ଜଟିଳ ଅବସ୍ଥା ମଧ୍ୟ ସୃଷ୍ଟି କରିପାରେ।ତେଣୁ ପ୍ରଥମେ ଏଥିପାଇଁ ଏକ୍ସ ରେ କରିବାକୁ ପଡେ। ତାପରେ ବିଭିନ୍ନ ପ୍ରକାରର ଡାକ୍ତରୀ ପଦ୍ଧତିରେ ଆପଣଙ୍କୁ ଏହାର ନିରାକରଣ ପାଇଁ ଚିକିତ୍ସା ଯୋଗାଇ ଦିଆ ଯାଇଥାଏ। ତେଣୁ ଆପଣ ଆଦୌ ବିଳମ୍ବ ନକରି ଏହାର ଚିକିତ୍ସା କରନ୍ତୁ ଏବଂ ଡାକ୍ତରଙ୍କୁ ସହଯୋଗ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।