ଛାତି, ନାକ, ଗଳାରେ ଜମା କଫ ଏହି ଗୋଟିଏ ସହଜ ଉପାୟରେ ଥରକରେ ତରଳି ବହାରିଯିବ

ଥଣ୍ଡା ସମୟରେ ଅଧିକାଂଶ ବ୍ୟକ୍ତିଙ୍କର ଗଳାରେ , ଛାତିରେ ବା ନାକରେ କଫ ଜମା ହୋଇଯିବା ଭଳି ସମସ୍ୟା ଦେଖାଯାଇଥାଏ । ସେଥିରୁ ମୁକ୍ତି ପାଇବା ପାଇଁ ସେମାନେ ମେଡିସିନର ସେବନ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ସହଜ ସରଳ ଘରୋଇ ଉପାୟ ବିଷୟରେ ଜଣେଇବୁ ଯାହାର ସେବନ କରି ଆପଣ ଏହି ସବୁ ସମସ୍ୟାକୁ ଦୂର କରି ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପାୟର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

1. ଡାଲଚିନି
2. ମହୁ
3. ସୈନ୍ଧବ୍ୟ ଲୁଣ

ପ୍ରସ୍ତୁତି ପ୍ରଣାଳୀ :-

ଏଥିପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ଡାଲଚିନି , ଥଣ୍ଡା , କାଶ ,କଫ ଭଳି ସମସ୍ୟା ପାଇଁ ଡାଲଚିନି ବହୁତ ଅଧିକ ଲାଭଦାୟକ ଅଟେ । ପ୍ରଥମେ ଆପଣ ଡାଲଚିନି ନିଅନ୍ତୁ ଏବଂ ତାହାକୁ ଗୁଣ୍ଡ କରି ନିଅନ୍ତୁ । ପ୍ରଥମେ ଆପଣ ଏକ ବାଉଲ ନିଅନ୍ତୁ ଏବଂ ସେଥିରେ ଏକ ଚାମଚ ଡାଲଚିନି ଗୁଣ୍ଡ ନିଅନ୍ତୁ । କାଶ , କଫ ଭଳି ସମସ୍ୟାକୁ ଦୂର କରିବା ପାଇଁ ଡାଲଚିନି ବହୁତ ଲାଭଦାୟକ ଅଟେ । ଏହା ସହିିତ ଆପଣ ଯଦି ମହୁର ପ୍ରୟୋଗ କରିବେ ତେବେ ଏହା ଆହୁରି ଚମତ୍କାରୀ ଔଷଧ ରୂପେ କାମ କରିଥାଏ ।

ଏବେ ଏକ ଚାମଚ ଦେଶୀ ମହୁର ପ୍ରୟୋଗ କରନ୍ତୁ । ବର୍ତ୍ତମାନ ଏହି ଦୁଇ ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ , ଏଥିପାଇଁ ଆପଣଙ୍କୁ ଶେଷ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ସୈନ୍ଧବ୍ୟ ଲୁଣ । ଆପଣ ଚିମୁଟାଏ ସୈନ୍ଧବ୍ୟ ଲୁଣର ପ୍ରୟୋଗ କରନ୍ତୁ । ଏହି ସମସ୍ତ ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ , ଏହି ଉପଚାର ଏତେ ଚମତ୍କାରୀ ଅଟେ କି ଏହା ଆପଣଙ୍କର ଛାତିରେ , ନାକରେ , ଗଳାରେ ଜମା କଫକୁ ସାଙ୍ଗେ ସାଙ୍ଗେ କାଢି ଦେଇଥାଏ । ଏହା ବହୁ ଚମତ୍କାରୀ ଏବଂ ବହୁ ପରିକ୍ଷୀତ ଘରୋଇ ଉପଚାର ଅଟେ । ଏବେ ଏହି ଉପଚାର ବନି ପ୍ରସ୍ତୁତ ।

ସେବନ ପ୍ରଣାଳୀ :-

ଯଦି ଆପଣ ଛୋଟ ପିଲାଙ୍କୁ ଏହା ଦିଅନ୍ତି ତେବେ ଆଙ୍ଗୁଳି ଟିପରେ ଏମିତି ନେଇ ଯାଆନ୍ତୁ ଓ ଚଟେଇ ଦିଅନ୍ତୁ । ଦିନକୁ ଆପଣ ଦୁଇଥର ଦେଇ ପାରିବେ କିନ୍ତୁ ଛୋଟ ପିଲାମାନଙ୍କୁ ଅଧିକ ମାତ୍ରାରେ ନଦେଇ ଏମିତି ଆଙ୍ଗୁଳି ଟିପରେ ଚଟେଇ ଦିଅନ୍ତୁ । ବଡ ଲୋକ ଯଦି ଏହାର ସେବନ କରନ୍ତି ତେବେ ସମ୍ପୂର୍ଣ୍ଣ ଉପଚାରକୁ ଚାଟି ଖାଇ ଦିଅନ୍ତୁ । ସକାଳୁ ଯେତେବେଳେ ଆପଣ ଜଳଖିଆ ବା ବ୍ରେକଫାଷ୍ଟ କରି ସାରିବେ ବ୍ରେକଫାଷ୍ଟ କରିବାର 1 ଘଣ୍ଟାପରେ ଆପଣ ଏହାର ସେବନ କରନ୍ତୁ ।

ଦ୍ୱିତୀୟରେ ରାତିରେ ଶୋଇବା ପୂର୍ବରୁ ଆପଣ ଏହାର ସେବନ କରନ୍ତୁ । ଏହିପରି ଭାବରେ ଆପଣ ଏହାକୁ ଥରେ କିମ୍ୱା ଦୁଇଥର ସେବନ କରି ଦେଖନ୍ତୁ ଆପଣଙ୍କ ଛାତିରେ ଜମା କଫ , ଗଳାରେ ଜମା କଫ ବା ନାକରେ ଜମା କଫ ସମ୍ପୂର୍ଣ୍ଣ ରୂପେ ବାହାରକୁ ବାହାରିଯିବ । ପିଲାଙ୍କଠୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହାର ସେବନ କରି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment