Odisha News Portal

କାର ଭିତରେ ଶାଶୁ ବୋହୂ କଳି ଲାଗିବା ପଡିଲା ମହଙ୍ଗା… ଦେଖନ୍ତୁ Video

ତେବେ ଦର୍ଶକ ବନ୍ଧୁ ଆପଣ ମାନେ ଟ ଅନେକ ପ୍ରକାରର ଭାଇରାଲ ଭିଡ଼ିଓ ମାନ ଦେଖୁଥିବେ, ଆଉ ଯାହାକୁ ଦେଖିଲା ପରେ ଆପଣ ମାନେ ସମାଜରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ବିଷୟରେ ବହୁତ ଭଲ ଭାବରେ ଜାଣିପାରୁଥିବେ | ତେବେ ବର୍ତ୍ତମାନ ଏମିତି ଏକ ଘଟଣା ଗଣମାଧ୍ୟମ ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ମାନେ ସହଜରେ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ | ଶାଶୂ ବୋହୂ ଙ୍କ ମଧ୍ୟରେ ଏମିତି ଝଗଡା ଲାଗିଥିଲା କି ଯାହା ପାଇଁ ଶେଷରେ ଗାଡ଼ି ଟି ଧୋକା କରିଥିଲା ଅନ୍ୟ ଗାଡ଼ି ସହିତ | ଆଉ ଯାହା ପାଇଁ ପରିବାର ର ସମସ୍ତେ ବସିଥିବା କାର ଟି ଖୋସି ପଡିଥିଲା ରାସ୍ତା ତଳକୁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ସୂଚନା ଅନୁସାରେ ଯାହା ଜଣା ପଡିଛି କି ଶାଶୂ ଆଉ ବୋହୂର ଝଗଡା ଯୋଗୁଁ ଏମିତି ଗୋଟିଏ ଅଭାବନୀୟ ଘଟଣା ଟି ସୃଷ୍ଟି ହୋଇଛି ବୋଲି କୁହାଯାଉଛି | ତେବେ ଏପରି ଘଟଣା କୁ ଦେଖିଥିଲେ ପାଖରେ ଥିବା ସ୍ଥାନୀୟ ଦୋକାନୀ ଦୁଇଜଣ | ଆଉ ସେମାନଙ୍କର କହିବା କଥା କି ରାସ୍ତାରେ କେହି ନ ଥିଲେ | ଆଉ ରାସ୍ତା ଉପରେ ଗୋଟିଏ ଟାକ୍ସି ଟେ ଛିଡା ହେଇଥିଲା | କିନ୍ତୁ କିଛି ସମୟ ପରେ ହଠାତ ଗୋଟିଏ କାର ଆସିଲା ଓ ଛିଡା ହେଇଥିବା ସେହି ଟାକ୍ସି ସହିତ ବଢ଼େଇ ହେଇଗଲା |

ଆଉ ଚାହୁଁ ଚାହୁଁ କାର ଟି ଯାଇକି ପଡିଲା ରାସ୍ତା ତଳେ ଆଉ ଯୋଉଠି ପାଣି ଜମା ହୋଇକି ଛିଡା ହେଇକି ରହିଥାଏ | ତାହା ପରେ ସ୍ଥାନୀୟ ଲୋକ ମାନେ ସେଠାରେ ଯାଇକି ପହଞ୍ଚିଥିଲେ | ଆଉ ଦେଖିଥିଲେ କି କାର ଭିତରେ ଥିଲେ ଶାଶୂ ଆଉ ବୋହୂ ତାଙ୍କର ସହିତ ପୁଅ ଆଉ ଛୋଟ ପିଲା ଦୁଇଜଣ, ଛୋଟ ପୁଅ ଟି 4 ବର୍ଷ ର ଆଉ ଛୋଟ ଛୁଆଟି 2 ଦିନ ର ହେବ | ତେବେ କାର ଟି ଅଲଟି ପଡିବାର କାରଣ ହେଉଛି କି ଶାଶୂ ବୋହୂ ଦୁଇଜଣ କାର ଭିତରେ ଝଗଡା କରୁଥିଲେ | ଆଉ ଝଗଡା ଯୋଗୁଁ କାର ଚଳାଉଥିବା ଲୋକ ଜଣ ଙ୍କ ମଧ୍ୟ ଅନ୍ୟମନସ୍କ ହୋଇଯାଇଥିଲେ |

ଆଉ ଯେଉଁଥିପାଇଁ କାର ଟି ଆସି ବାଡେଇ ହୋଇଯାଇଥିଲା ରାସ୍ତା ଉପରେ ଛିଡା ହେଇଥିବା ଟାକ୍ସି ସହିତ, ଆଉ ଯୋଉଁଥିପାଇଁ କାର ଟି ରାସ୍ତା ତଳେ ଥିବା 10 ଫୁଟ ତଳର ଗାତରେ ଥିବା ପାଣିକୁ ଖୋସି ପଡିଥିଲା | କିନ୍ତୁ ଗୋଟିଏ ଆଶ୍ଚର୍ଯ୍ୟ କଥା କି କାର ଟି ତଳକୁ ଖୋସି ପଡିଥିବା ସମୟରେ ମଧ୍ୟ ଶାଶୂ ବୋହୂ ଙ୍କର ଝଗଡା ଚାଲିଥିଲା |

ଆଉ ଏପରି ଘଟଣା କୁ ଦେଖି ଲୋକ ମାନେ ସେମାନଙ୍କୁ ବୁଝାଇ ମଧ୍ୟ ଥିଲେ ଆଉ ଶାଶୂ ଜଣ ଙ୍କର ନାକ ରେ ମଧ୍ୟ ଆଘାତ ଲାଗିଥିଲା | ଆଉ ତାହା ପରେ ସ୍ଥାନୀୟ ଲୋକ ପୋଲିସ ଆଉ ଆମ୍ବୁଲାନ୍ସ କୁ ମଧ୍ୟ ଫୋନ କରି ସମସ୍ତ ଘଟଣା ବିଷୟରେ ଜଣାଇଥିଲେ | ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।