Odisha News Portal

ହେ ଭଗବାନ ! ବିବାହ ପ୍ରଥମ ରାତିରେ ନବବଧୂ ହୋଇଗଲା ଫେରାର , ତାପରେ ଏମିତି କିଛି କାଣ୍ଡ ହେଲା ଜାଣିଲେ ଆପଣ ଙ୍କ ହୋସ ରହିବନି…….

0 3

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ , ଯେଉଁ କଥାଟି ଆପଣ ମାନେ ଅନେକ ସମୟରେ କୌଣସି ନା କୌଣସି ସ୍ଥାନରେ ତ ଦେଖିଥିବେ । କାହିଁକିନା କଥାଟି ହେଉଛି ବିବାହ ପରେ ନବବଧୂ ଫେରାର ହେବାର କଥା । ଏମିତି ଅନେକ ସ୍ଥାନରେ ହେଉଛି କି ବିବାହ ପର ଦିନ ବା ତାର କିଛି ଦିନ ମଧ୍ୟରେ ନବବଧୂ ତାର ପ୍ରେମିକ ସହିତ ଫେରାର ହେବାର କଥା । ଆଜି ମଧ୍ୟ ସେମିତି ଏକ ଘଟଣା ଘଟିଛି ମାତ୍ର ଏହା ପରେ ଅନ୍ୟ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ଯାହା ଶୁଣିଲେ ଆପଣ ମାନେ ଆସ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା କଥାଟି କଣ ଅଟେ ।

ଚତୁର୍ଥୀ ପୂର୍ବରୁ ଫେରାର ହୋଇଗଲା ନବବଧୂ । ନବବଧୀର ବିବାହ ପରେ ବର କାହାକୁ ବିବାହ କଲେ ତାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଅନୁଗୁଳ ସହର ଉପକଣ୍ଟରେ ଘଟିଥିବା ଏଭଳି ଏକ ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଗତ 1 ତାରିଖ ଦିନ ଅନୁଗୁଳ ସହରର ଉପକଣ୍ଟର ଜଣେ ଯୁବକ ଯାହାଙ୍କର ନାମ କାଙ୍ଗୁଲା ସେ ସେହି ଅଞ୍ଚଳର ଜଣେ ଯୁବତୀକୁ ବିବାହ କରିଥିଲେ । ସାଥିରେ ନବବଧୂଙ୍କର ସାନ ଭଉଣୀ ମଧ୍ୟ ଆସିଥିଲେ । ଚତୁର୍ଥୀ ଦିନ ରିସେପସନ ପାର୍ଟି ମଧ୍ୟ ଥିଲା । ଏହା ପରେ ଗୁରୁବାର ରାତିରେ ଭୋଜି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସମସ୍ତେ ଭୋଜି ପାଇଁ ବ୍ୟସ୍ତ ଥିବା ସମୟରେ ଭୋରରୁ ନବବଧୂ ଫେରାର ହୋଇଯାଇଛି । ତେବେ ନବବଧୂ ଜଣକ ତାର ପ୍ରେମିକା ସହିତ ଫେରାର ହୋଇଯାଇଥିବାର ଜଣାପଡିଛି ।

ଘର ଲୋକ ଏହା ଜାଣିବା ପରେ ସେମାନଙ୍କର ପିଛା କରିଥିଲେ । ମାତ୍ର ସେମାନଙ୍କର ପତ୍ତା ଏ ପର୍ଯ୍ୟନ୍ତ ମିଳିପାରିନାହିଁ । ତେବେ ଏହି ବିବାହର ସବୁଠୁ ବଡ କଥା ହେଉଛି କି ନବବଧୂର ସହିତ ଆସିଥିବା ତାର ସାନ ଉଭଣୀ ବଡ ଉଭଣୀ ଫେରାର ହେବା ପରେ ବିବାହ କରିଛି ତାର ଭିଣେଇକୁ । ଅର୍ଥାତ ବଡ ଉଭଣୀ ଫେରାର ହେବା ପରେ ବର ଜଣକ ତାର ସାନ ଭଉଣୀକୁ ବିବାହ କରିଛି । ତାର ପଲେଇବା ଖବର ଶୁଣି ଶୁଣି ତାର ଘର ଲୋକ ଆସି ଘରେ ପହଞ୍ଚିଥିଲେ ।

ଉଭୟଙ୍କ ପକ୍ଷରେ କଥାବାର୍ତ୍ତା ପରେ ସାଥିରେ ଆସିଥିବା ନାବାଳିକା ଶାଳିଙ୍କ ସହିତ ଯୁବକଙ୍କର ବିବାହ ହୋଇଛି । କନ୍ୟା ନାବାଳିକା ବୋଲି ଜଣାପଡିବା ପରେ ଘଟଣା ସ୍ଥଳରେ ପ୍ରଶାସନ ପହଞ୍ଚିଥିଲା । 18 ବର୍ଷ ନହେବା ପର୍ଯ୍ୟନ୍ତ ଝିଅକୁ ଶାଶୁଘରକୁ ନପଠେଇବା ପାଇଁ ଚୁକ୍ତି ଅନୁସାରେ ସ୍ୱାକ୍ଷର କରାଯାଇଛି । ନାବାଳିକାର ବିବାହ ପରେ ସେ ତାର ବାପା ମା ସହିତ ଘରକୁ ଫେରିଯିବାର ଜଣାପଡିଛି । ଝିଅକୁ 18 ବର୍ଷ ନହେବା ପର୍ଯ୍ୟନ୍ତ ସେ ବାପ ଘରେ ହିଁ ରହିବ । ଏହା ପରେ ସେ ତାର ଶାଶୁ ଘରକୁ ଯିବ ବୋଲି ଚୁକ୍ତି ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।