Odisha News Portal

ଚତୁର୍ଥୀ ପରଦିନ ବୋହୂ କହୁଛି ଏଠି ମତେ ଭଲ ଲାଗୁନି , ମୁଁ ଆଉ ଏଠାରେ ରହିବି ନାହିଁ

ଆଜିର ସମୟରେ ଏମିତି କିଛି ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି ଯାହା ଆପଣ ମଧ୍ୟ ଜାଣିଲେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । କାହିଁକି ନା ଜଣେ ନବବିହିତା କନ୍ୟା ବିବାହର ଚତୁର୍ଥୀ ଦିନ ଆଉ ତାକୁ ଶାଶୁ ଘରେ ରହିବା ପାଇଁ ଭଲ ଲାଗୁନାଥିବାର ପ୍ରତିବାଦ କରିଛି ଏବଂ ସେଠାରୁ ଚାଲିଯିବା ପାଇଁ ବସିଛି । ଏହା ଜାଣି ଆପଣ ବହୁତ ଆଶ୍ଚର୍ଯ୍ୟ ହେଉଥିବେ ମାତ୍ର ଏହା ସତ୍ୟ ଘଟଣା ଅଟେ । ଆଜିର ସମୟରେ ଏପରି ଅନେକ ଘଟଣା ସମାଜରେ ଘଟୁଛି ଏବଂ ସେହି ଖବର ଚାରିଆଡେ ପ୍ରଚାରିତ ହେଉଛି ।

ତେବେ ସମ୍ପୂର୍ଣ୍ଣ ଘଟଣାଟି ହେଉଛି ଏକ ନବବିବାହିତ ଦମ୍ପତିଙ୍କ ବିଷୟରେ , ଗତ 5 ତାରିଖ ଦିନ ଏହି ଦମ୍ପତିଙ୍କର ବିବାହ ହୋଇଥିଲା । ବିବାହର ହିସାବରେ ଚତୁର୍ଥୀ ପଡିଲା 9 ତାରିଖରେ , ଆଉ ଠିକ୍ ତା ପରଦିନ ବହୂ ଜିଦ୍ ଧରିଛି ତା ଘରକୁ ପଳେଇବ । ଏପଟେ ଦାଣ୍ଡରୁ ଟେଣ୍ଡ ଉଠି ନାହିଁ କିନ୍ତୁ ବହୂ ପାଇଁ ଆରମ୍ଭ ହୋଇଛି ନୂଆ ଅଡୁଆ ଏବଂ ବହୂ ଜଣକ ଜିଦ୍ ଧରିଛି ତା ବାପଘରକୁ ଚାଲିଯିବ । ଆପଣ ମାନେ ସମସ୍ତେ ଦେଖି ପାରୁଥିବେ ନବବିହିତା ବହୂଙ୍କ ସହ ଅଟକ ଅଛନ୍ତି ତାଙ୍କ ଘରର 9 ଜଣ ସଦସ୍ୟ । ଚତୁର୍ଥୀ ପରଦିନ ପଞ୍ଚମୀ ପୂଜା ଦିନ ବହୂ କୁଆଡେ ନିଜ ଘରକୁ ପଳେଇଯିବେ ବୋଲି ଜିଦ୍ ଧରିଲେ ।

ଶାଶୁ ଘର ଲୋକ ବହୂଙ୍କୁ ଯେତେ ବୁଝାଶୁଝା କଲେ ମଧ୍ୟ ବହୂଙ୍କର ସେହି ଏକା ଜିଦ୍ କି ତାଙ୍କୁ ଏଠି ଭଲ ଲାଗୁନି ସେ ପଳେଇବେ । ଏହାପରେ ଜିଦ୍ ଧରି ବସିଲେ ବରଘର ଲୋକେ , ବହୂର ବାପଘର ଲୋକଙ୍କୁ ଡାକି ଏହିଠାରେ ଅଟକି ରଖିଛନ୍ତି । ବରଘରର ଲୋକଙ୍କର ଦାବି କି ବାହାଘରର ବାବଦକୁ ଟଙ୍କା ଫେରାଅ ଓ ତୁମ ଝିଅଙ୍କୁ ତମେ ନେଇଯାଅ . । ଏହିପରି ଘଟଣା ନିଳଗିରୀରେ ଘଟିଛି , ଏହି ଘଟଣା ନେଇ ବରଘର ଲୋକେ ବହୁତ ଚିନ୍ତିତ ମଧ୍ୟ ଅଛନ୍ତି କାରଣ ବିବାହର କେଇଟା ଦିନ ନ ହେଉଣୁ ବହୂ ତାର ବାପ ଘରକୁ ଯିବା ପାଇଁ ଜିଦ୍ ଧରିଛି ।

ପୁଅର ଭବିଷ୍ୟତ ବହୁତ ଅନ୍ଧକାର ହେବାକୁ ଯାଉଛି , ସେଥିପାଇଁ ପୁଅ ଘରର ଲୋକମାନେ ବିବାହର ଯାହାକିଛି ଟଙ୍କା ଖର୍ଚ୍ଚ ହୋଇଛି ସେହି ସବୁ ଟଙ୍କା ତାଙ୍କୁ ଫେରାଇ ତାଙ୍କ ଝିଅଙ୍କୁ ନେଇଯାଆନ୍ତୁ । ସେଥିପାଇଁ ବହୂ ଘରର ଲୋକଙ୍କୁ ଅଟକ ରଖିଛନ୍ତି ଏବଂ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେଠାରୁ ସେମାନଙ୍କୁ ଯିବା ପାଇଁ ଛାଡିବେ ନାହିଁ ବୋଲି ଦାବି ରଖିଛନ୍ତି । ଏପଟେ ନବବିବାହିତା ବହୂ ଜଣକ ତାର ଏକା ଜିଦ୍ କି ସେ ଆଉ ଏଠାରେ ରହିବ ନାହିଁ ଏବଂ ଶାଶୁଘର ଲୋକେ ତାଙ୍କୁ ଭଲ ଲାଗୁ ନାହାନ୍ତି , ଯେଉଥି ପାଇଁ ସେ ତାଙ୍କ ଘରକୁ ଯିବା ପାଇଁ ଜିଦ୍ ଧରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।