Odisha News Portal

ଦେଖନ୍ତୁ Shocking ଭିଡ଼ିଓ : ଚତୁର୍ଥୀ ହୋମ ନିଆଁ ଲିଭିନି କରୋନା ରେ ଚାଲିଗଲା ବରର ଜୀବନ, ଶବ ଫେରିବା ଆଗରୁ କନ୍ୟାର ହେଲା ଏହି ଅବସ୍ଥା, ପୁରା ଘଟଣା ଜାଣି ହେବେ ତାଯୁବ….

କରନା ମହାମାରୀ କାରଣରୁ କେତେ ଯେ ସଂସାର ଉଜୁଡ଼ି ଯାଉଛି ତାର କରୁଣ ଦୃଶ୍ୟ ଆପଣ ମାନେ ପ୍ରତିଦିନ ଦେଖିବାକୁ ପାଉଥିବେ। ନିଜର ଆତ୍ମୀୟ କୁ ହରାଇ ଦୁଃଖରେ ଭାଙ୍ଗି ପଡୁଛନ୍ତି ଅନେକ ପରିବାର। ଦେଶର ବିଭିନ୍ନ ରାଜ୍ୟର କୋଣ ଅନୁକୋଣରୁ ଏଭଳି ଅନେକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳୁଛି।ସାରା ଦେଶରେ ସୃଷ୍ଟି ହୋଇଛି ଏକ ଭୟାନକ ସ୍ଥିତି। କରନା ରେ ଆକ୍ରାନ୍ତ ଙ୍କ ସଂଖ୍ୟା ଦିନକୁ ଦିନ ଯେଉଁଭଳି ଭାବରେ ବଢୁ ଛନ୍ତି ସେହିଭଳି ଭାବରେ କରନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସାରା ଦେଶରେ କରୋନା ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ରୋଗୀ କରୋନାରେ ସଂକ୍ରମିତ ହେଉଛନ୍ତି।

ତେବେ ଏହାରି ଭିତରେ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି।ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କ ନିକଟରେ ଅକ୍ସିଜେନ ର ସୁବିଧା ଠିକ୍ ଭାବରେ ଉପଲବ୍ଧ ହୋଇ ପାରୁ ନଥିବା କାରଣରୁ ଅମ୍ଳଜାନ ଅଭାବରୁ ଏଥିରେ ଚାଲି ଯାଉଚି ଅନେକ ଜୀବନ। କେହି କେହି ଚିକିତ୍ସା ପାଇଁ ହସ୍ପିଟାଲ୍ ରେ ମଧ୍ୟ ପହଞ୍ଚି ପାରୁ ନାହାଁନ୍ତି।କରନା ସଂକ୍ରମଣରେ ଅନେକ ସମୟରେ ଏମିତି କିଛି ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି ଯାହା ସମସ୍ତଙ୍କୁ ବିଚଳିତ କରି ଦେଉଛି। ଯାହା ଦେଖିଲେ ଛାତି ଫାଟିଯିବା ଭଳି ଲାଗୁଛି।ଏବେ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଦୁର୍ଗାଦେବୀପଡ଼ା ଗାଆଁ ରୁ।

ପାଦରୁ ଅଳତା ଲିଭି ନାହିଁ,ହାତରୁ ମେହେନ୍ଦି ଲିଭିନି, ଚତୁର୍ଥୀ ହୋମ ନିଆଁ ଲିଭିନି, କିନ୍ତୁ ଲିଭିଗଲା ସିନ୍ଥି ରୁ ସିନ୍ଦୂର,ଚାଲିଗଲା ସ୍ଵାମୀଙ୍କ ଜୀବନ। ନବବିବାହିତା କନ୍ୟାର ସ୍ବପ୍ନ, ଆଶା, ଆକାଂକ୍ଷା ଯେମିତି ଭାଙ୍ଗି ଚୂରମାର ହୋଇଗଲା। ବେଙ୍ଗାଳୁରୁ ରେ ଚାକିରି କରୁଥିବା ଜଣେ ଯୁବକ ବିବାହ ପାଇଁ ବାଙ୍ଗାଲୁରୁ ରୁ ଆସିଥିଲେ ଏବଂ ତାଙ୍କର ଆନ୍ତିଯେନ୍ ଟେଷ୍ଟ ମଧ୍ୟ ହୋଇଥିଲା ଆସିବା ସମୟରେ। ସେତେବେଳେ ତାଙ୍କର ଟେଷ୍ଟ ରିପୋର୍ଟ୍ ନେଗେଟିଭ ଆସିଥିଲା।ପରେ କିନ୍ତୁ ତାଙ୍କୁ ଥଣ୍ଡା, କାଶ ଭଳି ସମସ୍ୟା ଦେଖା ଦେଇଥିଲା। ଏଥିପାଇଁ ସେ ଔଷଧ ମଧ୍ୟ ଖାଉଥିଲେ। ଧୀରେ ଧୀରେ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ବାରେ ଲାଗିଲା।

ଚତୁର୍ଥୀ ଦିନ ତାଙ୍କର ଶରୀର ଅସୁସ୍ଥ ଲାଗୁଥିଲେ ମଧ୍ୟ ଚତୁର୍ଥୀ ପିଣ୍ଡ ମଧ୍ୟ ପଡ଼ିଥିଲା।ପରେ ସେହି ଦିନ ରାତିରୁ ତାଙ୍କୁ ଅଧିକ ଖରାପ୍ ଲାଗିବା କାରଣରୁ ତାଙ୍କୁ ଯାଜପୁର ହସ୍ପିଟାଲ୍ କୁ ନିଆ ଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ଅନ୍ୟ ହସ୍ପିଟାଲ୍ କୁ ପଠାଇଥିଲେ। ତାଙ୍କୁ ଭୁବନେଶ୍ବର ର ଘରୋଇ ହସ୍ପିଟାଲ୍ ରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।ଏହି ମୃତ୍ୟୁରେ ଯୁବକଙ୍କ ଗ୍ରାମରେ ଏକ ଶୋକର ଛାୟା ଖେଳି ଯାଇଛି। ସମସ୍ତେ ଏହି ଖବର ଶୁଣିବା ପରେ ଭାଙ୍ଗି ପଡ଼ିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।