ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବା ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣଙ୍କ ଛାତି ମଧ୍ୟ ଧରି ଉଠିବ ତାହା ସହିତ ଛାତ୍ର ଜଣଙ୍କର ଧୋର୍ଯ୍ୟ ଓ ସାହସ ଆଗରେ ଆପଣ ମାନେ ମଧ୍ୟ ହାର ମାନିଯିବେ ବୋଲି କୁହାଯାଉଛି | ତେବେ ସ୍କୁଲ ପରିସର ଭିତରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କର ଉପସ୍ଥିତି ରେ ଏହିଭଳି ଏକ ଘଟଣା ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରେଇ ଦେଇଛି | ତେବେ ଏଭଳି ଏକ ଅଭାବନୀୟ ଘଟଣା ପାଇଁ ଛାତ୍ର ର ଅସାବଧାନତା ନାଁ ଶିକ୍ଷକ ଙ୍କ ଅବହେଳା ତାହାକୁ ନେଇକି ଅନେକ ପ୍ରଶ୍ନ ଉଠିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଥିଲା ବଲାଙ୍ଗୀର ଜିଲ୍ଲା ଆଗତ ପୁର ବୋଏଜ ହାଇ ସ୍କୁଲ ରେ | ଆଉ ଯାହା କୁହାଯାଉଛି କି ସ୍କୁଲ ପରିସର ଭିତରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହେଉଥିବାରୁ ଦୌଡ଼ ପ୍ରତିଯୋଗିତା ପାଇଁ ଧାଡିରେ ଛିଡା ହୋଇଥିଲେ ସମସ୍ତ ପିଲା ମାନେ | ଆଉ ଠିକ ସେତିକି ସମୟରେ ସେହି ଧାଡିରେ ଛିଡା ହୋଇଥଲେ ନବମ ଶ୍ରେଣୀ ର ଛାତ୍ର ସଦାନନ୍ଦ ମେହେର | ଠିକ ସେତିକି ବେଳେ ତାଙ୍କର ଜଣେ ସାଙ୍ଗ ହଠାତ ଜାଭଲିନ କୁ ଆଗକୁ ଫୋପାଡ଼ି ଦେବା ଫଳରେ ତାହା ଯାଇକି ସଦାନନ୍ଦ ଙ୍କ ବେକ ପଶି ଯାଇଥିଲା |
ଆଉ ଯାହା
କୁହାଯାଉଛି କି ସଙ୍ଗେ ସଙ୍ଗେ ସ୍କୁଲ ର କତୃପକ୍ଷ ଓ କେତେକ ସ୍ବେଛାସେବୀ ଦଳ ର ଲୋକ ଆସି ପିଲା ଟିକୁ ଡାକ୍ତର ଖାନା କୁ ନେଇ ଯାଇଥିଲେ | ଆଉ ସେଠାରେ ବଲାଙ୍ଗୀରି ଭୀମଭୋଇ ମେଡିକାଲ ରେ ତାଙ୍କର 3 ଘଣ୍ଟା ଧରିକି ଅପେରସନ ଚାଲିଥିଲା | ତେବେ ଜାଭେଲିନ ଟି ଗଳା ରେ ପଶିଯାଇ ବାମ ରୁ ଡାହାଣକୁ ବାହାରିଥିଲା କିନ୍ତୁ ତାହା ତଣ୍ଟି ର କୌଣସି ଗୁରୁତ୍ୱ ପୂର୍ଣ୍ଣ ଅଂଶ କୁ ସ୍ପର୍ଶ କରିନି ବୋଲି କହିଛନ୍ତି 6 ଜଣିଆ ଡାକ୍ତରୀ ଟିମ |
କିନ୍ତୁ ଏହା ସହିତ ରାଜ୍ୟ ସରକାର ଙ୍କ ତରଫରୁ ମଧ୍ୟ ଅନେକ ସାହାଯ୍ୟ ମିଳିଛି ଓ ରେଡ କ୍ରୋଶ ଅତିରିକ୍ତ ପାଣ୍ଠି ରୁ 30 ହଜାର ଟଙ୍କା ମଧ୍ୟ ତାଙ୍କର ପରିବାର କୁ ଦିଆଯାଇଛି | ତାହା ବ୍ୟତୀତ ମୁଖ୍ୟମନ୍ତ୍ରୀ ନିଜେ ତାଙ୍କର ଜିଲ୍ଲା ପାଳ ଙ୍କୁ କହି ପିଲାଟିର ଚିକିତ୍ସା ମଧ୍ୟ କରାଉଛନ୍ତି | ତେବେ ଏଭଳି ଘଟଣା ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ଦାୟି ନାଁ ଆଉ କିଏ ତାହାର ତଦନ୍ତ ଚାଲିଛି | ଆଉ ଦୋଷୀ କୁ ଦଣ୍ଡ ଦେବାକୁ ପରିବାର ଲୋକ ଦାବି କରିଛନ୍ତି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।