Odisha News Portal

ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବଡ ଖବର: ବଦଳିଲା ପରୀକ୍ଷା ସମୟ। ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଖୋଲିବ ସ୍କୁଲ ଜାଣି ରଖନ୍ତୁ

କୋରନା ମହାମାରୀ ର ପ୍ରଭାବରେ ସମଗ୍ର ବିଶ୍ୱକୁ ଅସ୍ତ ବ୍ୟସ୍ତ କରି ପକେଇଛି। ଏହାର ପ୍ରଭାବ ଆମର ଶିକ୍ଷା ଅନୁଷ୍ଠାନ ଉପରେ ଅଧିକ ପ୍ରଭାବ ପଡିଥିଲା। କିନ୍ତୁ ବର୍ତ୍ତମାନ ଟିକିଏ ପରିସ୍ଥିତିରେ ସୁଧାର ଆସିଛି। ଧୀରେ ଧୀରେ କିଛି କିଛି ଶିକ୍ଷା ଅନୁଷ୍ଠାନ ଖୋଲିବାରେ ଲାଗୁଛି। କିନ୍ତୁ ଅନେକ ଏପରି ଅନେକ ଶିକ୍ଷାନୁଷ୍ଠାନ ରହିଛି , ଯାହା କେବେ ଖୋଲିବ ତାହା ଛାତ୍ର ଛାତ୍ରୀ ମାନଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି କରିଛି। ତେବେ ବର୍ତମାନ ଶିକ୍ଷାନୁଷ୍ଠାନ ତଥା ସ୍କୁଲ, କଲେଜ ଖୋଲିବା ନେଇ ୩ ଟି ବଡ ଖବର ଆସୁଛି।

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ମାର୍ଚ୍ଚ ୧ ତାରିଖ ଠାରୁ +୩ ପ୍ରଥମ ବର୍ଷ ପାଇଁ ଅନଲାଇନ ରେ ପାଠ ପଢା ଆରମ୍ଭ ହୋଇଯାଇଛି। ତେବେ ରାଜ୍ୟର ସ୍ନାତକ ପ୍ରଥମ ବର୍ଷ ଏବଂ ସ୍ନାତକୋତ୍ତର ତୃତୀୟ ବର୍ଷର ଛତ୍ରଛାତ୍ରୀ ମାନଙ୍କ ପାଇଁ ଅନଲାଇନ ରେ ଆରମ୍ଭ ହୋଇଯାଇଛି। ଆପଣା ମାନେ ସମସ୍ତେ ଜାଣିଛନ୍ତି ଯେ କୋଭୀଡ-୧୯ ପାଇଁ ପିଲା ମାନଙ୍କର ପାଠପଢା ଆରମ୍ଭ ହୋଇ ପାରୁନାହିଁ। ତେଣୁ + ୩ ଶ୍ରେଣୀର ପିଲାମାନଙ୍କ ପାଠ ପଢ଼ାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି +୨ ପରୀକ୍ଷା ସୂଚୀ ଘୋଷଣା କରିଛନ୍ତି ରାଜ୍ୟ ସରକାର, ମେ ୧୮ ତାରିଖ ଠାରୁ ୧୨ ତାରିଖ ପର୍ୟ୍ଯନ୍ତ +୨ ପରୀକ୍ଷା ଚାଲିବ ବୋଲି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି। ଆହୁରି ସେ ମଧ୍ୟ କହିଛନ୍ତି ଧନ୍ଦା ମୂଳକ ଶିକ୍ଷା ଆରମ୍ଭ କରାଯିବ ବୋଲି ସେ ସୂଚନା ରଖିଛନ୍ତି।

ତେବେ +୨ ପରୀକ୍ଷା ୧୮ ଏପ୍ରିଲ ରେ ଆରମ୍ଭ ହୋଇ ୧୨ ମେ ରେ ଶେଷ ହେବ, ଏହି ତାରିଖ ମଧ୍ୟରେ କଳା, ବିଜ୍ଞାନ ଏବଂ ବାଣିଜ୍ୟ ସମସ୍ତ ପରୀକ୍ଷା ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ୨୮ ଏପ୍ରିଲ ରେ ଧନ୍ଦା ମୂଳକ ଶିକ୍ଷା ଦିଆ ଯିବାର ସୂଚନା ଦେଇଛନ୍ତି। ତେବେ କେବେ ଏହାର ପରୀକ୍ଷା ଫଳାଫଳ ପାଇବ, ଏହା ଉପରେ କୌଣସି ସୂଚନା ଦେଇଛନ୍ତି। ଏଥର ବିଜ୍ଞାନ ପରୀକ୍ଷା ଇଂରାଜୀ ରୁ ଆରମ୍ଭ ନହୋଇ ଫିଜିକ୍ସ ରୁ ଆରମ୍ଭ ହେବ, କାରଣ ଯେଉଁ ପିଲାମାନେ ଅଲଗା ଏଣ୍ଟ୍ରାନ୍ସ ବା ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କ ପରିସ୍ଥିତି କୁ ଲକ୍ଷ୍ୟ କରି ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ଦେଇଛନ୍ତି।

ସେହିପରି ଦ୍ୱିତୀୟ ଖବର ଟିରେ ରହିଛି CBSE ପରୀକ୍ଷା ତାରିଖରେ ପରିବର୍ତ୍ତନ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦଶମ ଶ୍ରେଣୀ ପରୀକ୍ଷା ତାରିଖରେ କିଛିଟା ପରିବର୍ତ୍ତନ କରାଯାଇଛି। ଵିଜ୍ଞାନ ବିଷୟ ପରୀକ୍ଷା ଯେଉଁ ତାରିଖ ରେ ଧାର୍ଯ୍ୟ କରାଯାଇଥିଲା, ତାହାକୁ ଘୁଞ୍ଚାଇ ଦିଆଯାଇଛି ଏବଂ ଗଣିତ ବିଷୟ ପରୀକ୍ଷା ମଧ୍ୟ ଜୁନ ୨କୁ ଘୁଞ୍ଚାଇ ଦିଆଯାଇଛି। ସେହିପରି ଦ୍ବାଦଶ ଶ୍ରେଣୀର ପଦାର୍ଥ ବିଷୟ ପରୀକ୍ଷା ମେ ୧୩ ତାରିଖରେ ଧାର୍ଯ୍ୟ ହୋଇଥିଲା, କିନ୍ତୁ ବର୍ତ୍ତମାନ ଜୁନ ୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ବାଣିଜ୍ୟ ବିଭାଗର ମେଥ୍ମେଟିକ୍ସ ପରୀକ୍ଷା ମେ ୩୧ ରେ ହେବ କଳା ବିଭାଗର ଭୁଗଳ ପରୀକ୍ଷା ମଧ୍ୟ ଜୁନ ୨ ପରିବର୍ତ୍ତେ ଜୁନ ୩ ତାରିଖରେ ଅନୁଷ୍ଠିତ ହେବ। ତୃତୀୟ ଖବର ଅନୁସାରେ ପ୍ରଥମରୁ ଅଷ୍ଟମ କେବେ ଖୋଲିବ କିଛି ସ୍ପଷ୍ଟ ସୂଚନା ଆସିନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।