ଛାତି,ନାକ,ଗଳାରେ ଜମା କଫ ଥରକରେ ତରଳି ବାହାରି ଜିବ | Cold and cough Home Remedy at Home

ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ଚମତ୍କାରୀ ଘରୋଇ ଉପଚାର ନେଇ ଆସିଛୁ ଯାହା ଆପଣଙ୍କ ନାକ ଛାତି ଏବଂ ଗଳା ରେ ଜମା ଥିବା ସବୁ କଫ କୁ ସଙ୍ଗେ ସଙ୍ଗେ ବାହାରକୁ ବାହାର କରି ଦେବ। ଏହା ବହୁ ପରୀକ୍ଷିତ ଏବଂ ବହୁ ପୁରାତନ ଘରୋଇ ଉପଚାର ଅଟେ। ଏହାକୁ ଆପଣ ପ୍ରୟୋଗ କରନ୍ତୁ ଆପଣଙ୍କ କଫ ଭଳି ସମସ୍ୟା ନିମିଷକ ରେ ଭଲ ହୋଇଯିବ। ଏହା ବନାଇବା ମଧ୍ୟ ବହୁ ସହଜ ଅଟେ। ଯଦି ଆପଣ ଥଣ୍ଡା ଆଉ କଫ ଜନିତ ସମସ୍ୟା ଭୋଗୁଛନ୍ତି ତେବେ ତେବେ ଏହି ଚମତ୍କାରୀ ଘରୋଇ ଉପଚାର ଟି ନିଶ୍ଚିତ ଟ୍ରାଇ କରନ୍ତୁ। ତେବେ ଆସନ୍ତୁ ଜାଣିବା ଏହାକୁ ଆପଣ କିପରି ବନାଇବେ ଏବଂ ଆପଣଙ୍କ ଥଣ୍ଡା କାଶ ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହାର ପ୍ରୟୋଗ କିପରି କରିବେ।

ପ୍ରସ୍ତୁତି ପ୍ରଣାଳୀ:-

ପ୍ରଥମେ ଆପଣ କିଛି ଡାଲଚିନି ନିଅନ୍ତୁ। ଏବଂ ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଏହା ପରେ ଏକ ପାତ୍ରରେ ଏକ ଚାମଚ ଡାଲଚିନି ଗୁଣ୍ଡ ନିଅନ୍ତୁ। ଏବେ ଏଥିରେ ଆପଣ ଏକ ଚାମଚ୍ ମହୁ ର ପ୍ରୟୋଗ କରନ୍ତୁ। ଆପଣ ଏଥିରେ ଦେଶୀ ମହୁର ପ୍ରୟୋଗ ହିଁ କରନ୍ତୁ ଏହା ଆପଣଙ୍କ ପାଇଁ ଅଧିକ ଫଳପ୍ରଦ ରହିବ। ମାର୍କେଟ ରୁ ଆପଣଙ୍କୁ ଭଲ ମହୁ ନ ମିଳିପାରେ ସେଥିପାଇଁ ଚେଷ୍ଟା କରନ୍ତୁ ଦେଶୀ ମହୁର ପ୍ରୟୋଗ କରିବା ପାଇଁ।

ଏହା ପରେ ଆପଣ ଡାଲଚିନି ଏବଂ ମହୁ କୁ ଭଲ ଭାବରେ ମିଶାଇ ଦିଅନ୍ତୁ। ଏହା ପରେ ଆପଣ ଏଥିରେ ଏକ ଚିମୁଟି ସୈନ୍ଧବ ଲୁଣ ଏଡ୍ କରନ୍ତୁ। ଏବେ ଏହି ସବୁ ସାମଗ୍ରୀ କୁ ଏକାଠି ଭଲ ଭାବରେ ମିକ୍ସ କରି ଦିଅନ୍ତୁ।ଏହି ଉପଚାର ଏତେ ଚମତ୍କାରୀ ଯେ ଏହା ଆପଣଙ୍କ ଛାତି ରେ ନାକରେ ଗଳା ରେ ଜମାଟ ବାନ୍ଧି ଥିବା କଫ କୁ ସଙ୍ଗେ ସଙ୍ଗେ କାଢି ଦେଇଥାଏ।ଏହା ବହୁ ପରୀକ୍ଷିତ ଏବଂ ବହୁ ପୁରାତନ ଘରୋଇ ଉପଚାର ଅଟେ। ଏବେ ଆପଣଙ୍କର ଏହି ଘରୋଇ ଉପଚାର ବନି ପ୍ରସ୍ତୁତ।

ସେବନ:-

ସକାଳୁ ଯେତେବେଳେ ଆପଣ ଜଳଖିଆ ଖାଉଛନ୍ତି ତାର ଏକ ଘଣ୍ଟା ପରେ ଆପଣ ଏହାର ସେବନ କରନ୍ତୁ। ଏବଂ ରାତିରେ ଶୋଇବା ପୂର୍ବରୁ ଆପଣ ଏହାର ସେବନ କରନ୍ତୁ। ଏହାର ସେବନ କରି ସାରିବା ପରେ ପାଣି ବିଲକୁଲ୍ ପିଅନ୍ତୁ ନାହିଁ।ଯଦି ଆପଣ ଏହାକୁ ଛୋଟ ପିଲା ମାନଙ୍କୁ ଖାଇବା ପାଇଁ ଦେଉଛନ୍ତି ତେବେ ଆପଣଙ୍କ ଗୋଟିଏ ଆଙ୍ଗୁଳି ସାହାଯ୍ୟରେ ଟିକିଏ ନେଇ ଚଟେଇ ଦିଅନ୍ତୁ। ଛୋଟ ପିଲାଙ୍କୁ ଆପଣ ଅଧିକ ଦେବେ ନାହିଁ। ଆପଣ ଦିନକୁ ଦୁଇ ଥର ପିଲା ମାନଙ୍କୁ ଦେଇ ପାରିବେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment