ଦିନକୁ କେବଳ ୨ ଥର ଏହାକୁ ପିଅନ୍ତୁ, ଛାତି ଏବଂ ଗଳାରେ ଜମା କଫ ( Cough ) ଘିଅ ଭଳି ତରଳି ଯିବ | Best Remedy

କୁହା ଯାଇଥାଏ କି ସ୍ବାସ୍ଥ୍ୟ ହିଁ ସମ୍ପଦ।ଆମେ ଆମ ଶରୀରକୁ ସୁସ୍ଥ ରଖିବା ନିହାତି ଜରୁରୀ ହୋଇ ଥାଏ। ସ୍ବାସ୍ଥ୍ୟ ମଣିଷର ସୁଖ ଓ ସୁସ୍ଥତାର ମୂଳପିଣ୍ଡ ହୋଇଥାଏ।ତେବେ ଆଜିର ଦିନର ଆତ୍ୟାଧୁନିକ ଜୀବନଶୈଳୀ ଏବଂ ଜଳବାୟୁ ପରିବର୍ତ୍ତନ ସୃଷ୍ଟି କରୁଛି ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା। ବିଶେଷ କରି ଶୀତ ଦିନେ ସ୍ୱାସ୍ଥ୍ୟ ଜନିତ ଅନେକ ପ୍ରକାରର ସମସ୍ୟା ଦେଖା ଯାଇଥାଏ।

ଆଉ ଏବେ ତ ଶୀତ ବଢ଼ି ଚାଲିଛି। ଯାହା ଦ୍ଵାରା ଘରେ ଘରେ ଛୋଟ ବଡ ସମସ୍ତଙ୍କୁ ଥଣ୍ଡା ,ଜ୍ଵର ,କାଶ ,ଛିଙ୍କ ,ନାକ ବନ୍ଦ ଗଳା ବସିଯିବା ଭଳି ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି।ଥଣ୍ଡା ହେଲେ ଆମକୁ ଏସବୁ ହେବା ଦ୍ଵାରା ଖୁବ୍ ବିଚଳିତ ମନେ ହୋଇଥାଏ ମୁଣ୍ଡ ବିନ୍ଧିବା ସହ ଶରୀରକୁ ଦୁର୍ବଳ ଅନୁଭବ ହୋଇଥାଏ। ତେବେ ଆଜି ଆମେ ଆପଣ ମାନଙ୍କ ସହିତ ଏକ ଚମତ୍କାରୀ ହୋମ୍ ମେଡ୍ କପସିରଫ ବାବଦରେ ଜଣାଇବୁ। ଯାହା ଆପଣଙ୍କର ଭୟଙ୍କର ରୁ ଭୟଙ୍କର ଥଣ୍ଡା କାଶ ଏବଂ କଫ ଭଳି ସମସ୍ୟା ସମ୍ପୂର୍ଣ୍ଣ ଠିକ୍ ହୋଇଯିବ।

ତେବେ ଆଜିର ଏହି ରେମେଡି ପ୍ରସ୍ତୁତ କରିବା ପାଇଁ ଯେଉଁ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ଆପଣ ଖୁବ୍ ସହଜରେ ଆପଣଙ୍କ ରୋଷେଇ ଘରୁ ପାଇ ପାରିବେ। ଏହା ସଂପୂର୍ଣ୍ଣ ପ୍ରାକୃତିକ ଏବଂ ଏଥିରେ କିଛି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳେ ନାହିଁ।ପିଲାଠୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହାକୁ ସେବନ କରି ପାରିବେ। ତେବେ ଆସନ୍ତୁ ଜାଣିବା ଏଥିପାଇଁ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତି ପ୍ରଣାଳୀ ଏବଂ ଏହାର ପ୍ରୟୋଗ କିପରି କରିବେ।

ଆବଶ୍ୟକ ସାମଗ୍ରୀ:-ଅଦା, ତୁଳସୀ ପତ୍ର, ତେଜ ପତ୍ର, ଲବଙ୍ଗ, ଗୋଲ ମରିଚ

ପ୍ରସ୍ତୁତି ପ୍ରଣାଳୀ:-ପ୍ରଥମେ ଗ୍ୟାସ ଅନ୍ କରି ଏକ ପାତ୍ର ବସାଇ ସେଥିରେ ଦୁଇ କପ ପାଣି ଦିୟନ୍ତୁ। ଏହାପରେ ଏକ ଇଞ୍ଚ ଅଦାକୁ ଛୋଟ ଛୋଟ କରି କାଟି ସେଥିରେ ପକାନ୍ତୁ । ଏହାପରେ ୪-୫ ଟି ତୁଳସୀ ପତ୍ର ଓ ଗୋଟିଏ ତେଜ ପତ୍ର ଗୋଟିଏ ଲବଙ୍ଗ ଓ ଦୁଇଟି ଗୋଲ ମରିଚ ପାକାଇ ଦିଅନ୍ତୁ। ତେବେ ସମସ୍ତ ସାମଗ୍ରୀ କୁ ସେଥିରେ ପକାଇ କିଛି ସମୟ ଫୁଟାନ୍ତୁ। ଯେତେବେଳେ ଏହି ଦୁଇ କପ୍ ପାଣି ଫୁଟି ଫୁଟି ଏକ କପ୍ ହୋଇଯିବ ସେତେବେଳେ ଆପଣ ଗ୍ୟାସ୍ ଅଫ୍ କରି ଦିଅନ୍ତୁ। ଏବେ ଏହାକୁ ଏକ ଗ୍ଲାସ୍ ଛାଣି କିଛି ସମୟ ପାଇଁ ଛାଡି ଦିଅନ୍ତୁ।


ବ୍ୟବହାର:-ଆପଣଙ୍କୁ ଏହି ଡ୍ରିଙ୍କ ଉଷୁମ ଉଷୁମ ପିଇବା ପାଇଁ ପଡ଼ିବ। ତେବେ ଆପଣ ଏଥିରେ ଏକ ଚାମଚ ମହୁ ମିଶାଇ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟା ସମୟରେ ସେବନ କରନ୍ତୁ। ମାତ୍ର ତିନିଦିନ ସେବନ କରିବା ପରେ ଆପଣ ନିଜେ ଏହାର ରେଜଲ୍ଟ ପାଇ ପାରିବେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment