ଆଜି ଏ ବର୍ଷର ଶେଷ ଚନ୍ଦ୍ରଗ୍ରହଣ 4 ଘଣ୍ଟା ପ୍ରର୍ଯ୍ୟନ୍ତ ଲାଗି ରହିବ ଗ୍ରହଣ ! ଜାଣନ୍ତୁ ପ୍ରକୃତ ସମୟ ,ଏବଂ ନିତୀ ନିୟମ !

ଆଜି କାର୍ତ୍ତିକ ପୂର୍ଣ୍ଣିମା ହିନ୍ଦୁ ଧର୍ମରେ ଏହି ଦିନର ବେଶ୍ ମହତ୍ବ ରହିଛି । କୁହାଯାଏ ଏହି ଦିନ ଦାନ ଧର୍ମ କରିଲେ ଅଶେଷ ପୂର୍ଣ୍ଣ୍ୟ ମିଳିଥାଏ । କିନ୍ତୁ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଆଜିର ଦିନରେ ହିଁ ପଡୁଛି । ଯାହା ଆମ ଦେଶ ଭାରତରେ ଆଶିଂକ ଦେଖା ଯିବାକୁ ଥିବା ବେଳେ ଏହା କୁ ଉପଛାୟା ଚନ୍ଦ୍ର ଗ୍ରହଣ ବୋଲି କୁହା ଯାଉଛି । ତେବେ ଚାଲନ୍ତୁ ଜାଣିବା ଆଜି ଚନ୍ଦ୍ର କିଭଳି ଦେଖା ଯିବେ । ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ରର କୌଣସି ଅଂଶ କଳା ନ ପଡି ତା ବଦଳରେ କିଛି ସମୟ ଲାଗି ଚନ୍ଦ୍ର ମିଳିନ ଦେଖା ଯିବେ । ଯେଉଁଥି ପାଇଁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାକୁ ଉପଛାୟା ଚନ୍ଦ୍ର ଗ୍ରହଣ ବୋଲି କୁହା ଯାଉଛି ।

ତେବେ ଧର୍ମ ଗ୍ରନ୍ଥରେ ଉପଛାୟା ଚନ୍ଦ୍ର ଗ୍ରହଣ କୁ ଗ୍ରହଣ ରୂପେ ବିବେଚନା କରା ଯାଇ ନଥାଏ । ଯେଉଁଥି ପାଇଁ ଉପଛାୟା ଚନ୍ଦ୍ର ଗ୍ରହଣ ସମୟରେ ଦେବନୀତି ବନ୍ଦ ହୋଇ ନଥାଏ । ଏମିତିକି ଧର୍ମ , କର୍ମ, ଦେବସ୍ପର୍ଶ ଏବଂ ପୂଜା ପାଠ ଆଦି ସମସ୍ତ ନୀତି କରା ଯାଇଥାଏ । ତେବେ ଆଜିର ଏହି ଉପଛାୟା ଗ୍ରହଣକୁ ଖାଲି ଆଖିରେ ଦେଖି ହେବ । ତେବେ ଚାଲନ୍ତୁ ଜାଣିବା କେଉଁ ସମୟରେ ଚନ୍ଦ୍ର ଗ୍ରହଣ ହେବ ।

ବିଶେଷ କରି ଆଜି ମଧ୍ୟାହ୍ନ 1 ଟା 2 ମିନିଟରେ ଗ୍ରହଣ ଆରମ୍ଭ ହୋଇ ସଂନ୍ଧ୍ୟା 5ଟା 23 ମିନିଟରେ ଗ୍ରହଣ ମୁଖ୍ୟ ହେବ । ଚନ୍ଦ୍ର ଗ୍ରହଣର ଅବଧି 4 ଗଣ୍ଟା 21 ମିନିଟ ରହିଛି । ଏପରିକି ଭାରତର କିଛି ସ୍ଥାନରେ ଚନ୍ଦ୍ରୋଦୟ ପୂର୍ବରୁ ଏହା ସମାପ୍ତ ହେବ ବୋଲି ସୂଚନା ମିଳିଛି । ତେବେ ଏହି ଚନ୍ଦ୍ର ଗ୍ରହଣ ଉପଛାୟା ଚନ୍ଦ୍ର ଗ୍ରହଣ ହୋଇ ଥିବାରୁ ଏହାତ ସୂତକ ସମୟ ଧାର୍ଯ୍ୟ ହେବ ନାହିଁ । କିନ୍ତୁ ତଥାପି ଯେତେବେଳେ ଏହା ଚନ୍ଦ୍ର ଗ୍ରହଣ ତେଣୁ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ରମା ପିଡିତ ହୋଇଯାଇଥାନ୍ତି । ସେଥିପାଇଁ ଗର୍ଭବତୀ ମହିଳାଙ୍କ ପାଇଁ କିଛି ଜିନିଷର ବାରଣ ମଧ୍ୟ କରାଯାଇଛି ।


ତେବେ ଆଜିର ଏହି ଉପଛାୟା ଚନ୍ଦ୍ର ଗ୍ରହଣ ପଶ୍ଚିମ ବଙ୍ଗ , ଆଶାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା , ବିହାର, ଝାଡଖଣ୍ଡ ସମେତ ଉତ୍ତର – ପୂର୍ବ ଏବଂ ମଧ୍ୟ -ପୂର୍ବ ଭାରତ ରେ ଦେଖା ଯିବ । ଏହା ବ୍ୟତ୍ତିତ ପାକିସ୍ତାନ, ଇରାନ୍, ଇରାକ୍ , ଆଫଗାନିସ୍ତାନ, ଇଂଲଣ୍ଡ, ଆୟରଲ୍ୟାଣ୍ଡ, ଉତ୍ତର ଆମେରିକା ଏବଂ ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ, ସ୍ବିଡେନ୍,ଫିଲ୍ୟାଣ୍ଡ ଏବଂ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ମଧ୍ୟ ଏହି ଚନ୍ଦ୍ର ଗ୍ରଙଣ ଦୃଶ୍ୟ ମାନ ହେବ ।

ତେବେ ଏହି ଉପଛାୟା ଚନ୍ଦ୍ର ଗ୍ରହଣ ପରେ ଆସନ୍ତା ଡିସେମ୍ବର ମାସ 14 ତାରିଖରେ ସୂର୍ଯ୍ୟ ପରାଗ ହେବାର ରହିଛି । ଆଉ ଏହା ଭାରତ ସହ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଦୃଶ୍ୟ ମାନ ହେବ ବୋଲି କୁହା ଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment