Odisha News Portal

ହେ ଭଗବାନ ! ଆରପାରି କୁ ଚାଲିଗଲେ ତ୍ରାହିଅଚ୍ୟୁତ ସୁର ବାବା ! ଆପଣ ଙ୍କ ମତାମତ କଣ ଜଣାନ୍ତୁ…..

0 3

ଚାଲି ଗଲେ ସୁର ବାବା । ଭୂବନେଶ୍ବର ଉପକଣ୍ଠ ଛିଣ୍ଟି ଶାସନ ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ମିଶ୍ର ଓରଫ୍ ସୁର ବାବା ଙ୍କର ଦେହାନ୍ତ ହୋଇ ଯାଇଛି । ଗତ ରବିବାର ଦିନ ରାତିରେ ତାଙ୍କର ପରଲୋକ ହୋଇ ଯାଇଛି । ସେ ଅସୁସ୍ଥତା ଯୋଗୁଁ କିଛି ଦିନ ଭୂବନେଶ୍ବର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଉ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ପରଲୋକ ହୋଇ ଯାଇଛି । ଆଶ୍ରମ କେଡେଙ୍କାରୀ ଘଟଣା ରେ 2015 ମସିହା ରେ ସୁର ବାବା ଗିରଫ ହୋଇ ଥିଲେ ।

ଆଉ ସେହି ସମୟ ରେ ଏହି ଘଟଣା ବେଶେ ଚର୍ଚ୍ଚା ଏବଂ ବହୁ ବିବାଦ ଘେର ରେ ରହି ଥିଲା । ତେବେ ଆଶ୍ରମ ନାଁ ରେ ଜମି ଦଖଲ , ସଂପତି ହଡପ୍ , ମହିଳା ଙ୍କୁ ଯୌନ ନିର୍ଯ୍ୟାତନା ଦେବା ଏବଂ ବେଆଇନ ଅସ୍ତ୍ର ଶସ୍ତ୍ର ରଖିବା ଭଳି ଅନେକ ଅଭିଯୋଗ ଆସି ଥିଲା । ଏପରିକି ଏହି ଘଟଣା ରେ ସୁରେନ୍ଦ୍ର ନାଥ ମିଶ୍ର ଙ୍କ ଦୁଇ ପୁଅ ତ୍ରିଲୋଚନ ମିଶ୍ର ଏବଂ ବିରଞ୍ଚି ମିଶ୍ର ମଧ୍ୟ ଗିରଫ ହୋଇ ଥିଲେ ।


ସୁର ବାବା ଙ୍କ ପୋଥି ପାଇଁ ବି ତ୍ରାହି ଅଚ୍ୟୁତ ଆଶ୍ରମ ବେଶ୍ ଚର୍ଚ୍ଚା ରେ ଥିଲା । ତେବେ ସୁର ବାବା ଙ୍କୁ ଆଶ୍ରମ ରେ ସମାଧି ଦିଆ ଯିବ ବୋଲି ସୂଚନା ମିଳୁଛି । ସୁର ବାବା ଓରଫ ସୁରେନ୍ଦ୍ର ନାଥ ମିଶ୍ର ଙ୍କ ର ଶେଷ ଦର୍ଶନ ପାଇଁ ଶହ ଶହ ଅନୁଗାମୀ ଏବଂ ତାଙ୍କ ସହଯୋଗୀ ମଧ୍ୟ ଆଶ୍ରମ ରେ ଉପସ୍ଥିତ ଅଛନ୍ତି । ଏବେ ତାଙ୍କ ପାର୍ଥିବ ଶରୀର କୁ ବାସ ଭବନ ରେ ରଖା ଯାଇଛି । ତେବେ ସୁର ବାବା ଯେଉଁ ପିଣ୍ଡ କୁ ନିଜେ ନିର୍ମାଣ କରି ଥିଲେ ସେହି ଠାରେ ହିଁ ତାଙ୍କୁ ସମାଧି ଦିଆ ଯିବ ବୋଲି ସୂଚନା ମିଳିଛି ।


ସୁର ବାବା 2015 ମସିହା ରେ ଗିରଫ ହୋଇ ଥିଲେ । ଆଶ୍ରମ ରେ କେଡେଙ୍କାରୀ ନେଇ 2015 ମସିହା ଅଗଷ୍ଟା ମାସ 31 ତାରିଖ ରେ ତାଙ୍କୁ ଗିରଫ କରା ଯାଇ ଥିଲା । ଆଉ ଅଢେଇ ବର୍ଷ ପରେ 2017 ମସିହା ରେ ସୁପ୍ରିମକୋର୍ଟ ରୁ ଜାମିନ୍ ଜେଲ୍ ରୁ ମୁକୁଳି ଥିଲେ ସୁର ବାବା । ଆଉ ଗତ ରବିବାର ଦିନ ତାଙ୍କର ପରଲୋକ ହୋଇ ଯାଇଛି । ଅସୁସ୍ଥତା ଯୋଗୁଁ କିଛି ଦିନ ହେଲା ରାଜଧାନୀ ର ଏକ ଘରୋଇ ଡାକ୍ତରଖାନା ରେ ସେ ଚିକିତ୍ସିତ ହେଉଥିଲେ , ଆଉ ଚିକିତ୍ସାଧୀନ ଅବସ୍ଥା ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତେବେ ତାଙ୍କର ପରଲୋକ ରେ ତାଙ୍କର ଅନୁଗାମୀ ମାନେ ବହୁତ ଶୋକ ପ୍ରକାଶ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।