ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଥିବେ ଯେ ଆମେ ସୁସ୍ଥ ରହିବ ପାଇଁ ହେଲେ ଆମ ଶରୀରକୁ ସବୁ ପ୍ରକାର ଭିଟାମିନ ଓ ମିନେରାଲସ, ସହିତ କଲସିୟମ, ଆଇରନ ମଧ୍ୟ ଆବଶ୍ୟକତା ଅନୁଯାଇ ଦରକାର |ଆମ ଶରୀରରେ କୌଣସି ଜିନିଷ ଅଭାବ ରହିଲେ ଆମ ଶରୀରରେ ଅନେକ ସମସ୍ୟା ଦେଖାଯାଏ |ତେଣୁ ଆମେ ସମ୍ପୂର୍ଣ ସୁସ୍ଥ ରହିବା ପାଇଁ ଆମକୁ ସବୁ ପ୍ରକାର ପୋଷଣର ଆବଶ୍ୟତା ରହିଛି |କାଲସିଆୟ ଆମ ଶରୀର ପାଇଁ ଗୁରୁତ୍ୱ ପୂର୍ଣ୍ଣ ଅଟେ ତେଣୁ ଆପଣଙ୍କ ଶରୀରରୁ ଯଦି କଲସିୟମ ପରିମାଣ କମିଯାଏ ତେବେ ଅନେକ ସମସ୍ୟା ଦେଖାଯାଏ |ଏହା ଆମ ଶରୀରରେ ଦାନ୍ତ, ହାଡ଼ ଓ ନଖର ଗଠନ ପାଇଁ ନିହାତି ଆବଶ୍ୟକ, ମୁଁ ଆଜି ଆପଣକୁ ଆମ ଶରୀରରେ କଲସିୟମ ଅଭାବରୁ କଣ ସମସ୍ୟା ଦେଖାଯାଏ ସେ ବିଷୟରେ ଜଣାଇବି |ତେବେ ଆସନ୍ତୁ ଜାଣିବା ଏହି ସମସ୍ୟା ଗୁଡିକ ବିଷୟରେ |
ଆପଣଙ୍କ ଶରୀରରେ ଯଦି କଲସିୟମର ଅଭାବ ରହିଥାଏ ତେବେ ଏହା ଆପଣକୁ ଶରୀରର ଅଙ୍ଗରୁ ଜଣାପଡ଼ିଯାଏ, ସାଧାରଣତଃ କଲସିୟମ ଡେଫିସିଆନସିରେ ଅଷ୍ଟୀୟପୀନିଆ ପ୍ରୋବ୍ଲେମ ଦେଖାଯାଏ |କଲସିୟମ ଅଭାବ ରହିଲେ ହାଡ଼ ଦୁର୍ବଳ ହୋଇପଡେ, ଏବଂ ଅଧିକ ବୟସ ହେଲେ କଲସି୍ୟାମ ଜନିତ ସମସ୍ୟାରୁ ଜୋଏଣ୍ଟ ପେନ ପରି ସମସ୍ୟା ଅଧିକ ଦେଖାଯାଏ | ଏହାର ଅଭାବରୁ ହାଡ଼ ଅଧିକ ଦୁର୍ବଳ ହୋଇଯାଏ, ଯାହାଦ୍ୱାରା ସାମାନ୍ୟ ଆଘାତରୁ ହାଡ଼ ଭାଙ୍ଗିଯାଏ ଏବଂ ହାଡ଼ ତାର ପୂର୍ବ ଅବସ୍ଥାକୁ ଫେରି ଆସିବା ପାଇଁ ବହୁତ ସମୟ ମଧ୍ୟ ନେଇଥାଏ |
କଲସିୟମର ଅଭାବ ଆମ ନଖ ଉପରେ ମଧ୍ୟ୍ୟ ପଡିଥାଏ, କଲସି୍ୟାମର ଅଭାବରୁ ନଖ ଶୀଘ୍ର ଭାଙ୍ଗିଯାଏ |ନଖ ଶୀଘ୍ର ରୋପଣ ମଧ୍ୟ ହୋଇନଥାଏ, ଏହି ଅଭାବ କାରଣରୁ ନଖରେ ଧଳା ଚିହ୍ନ ମଧ୍ୟ ଦେଖାଯାଏ |କଲସିୟମ ଅଭାବ ରହିଲେ ଶରୀରରେ ସମସ୍ତ ହାଡ଼ ଦୁର୍ବଳ ହେବା ସହିତ ଆଣ୍ଠୁ ଗଣ୍ଠି ଦରଜ ହେବା ସହିତ ବିନ୍ଧା ଯନ୍ତ୍ରଣା ମଧ୍ୟ ହୋଇଥାଏ |ଏହା ଦ୍ଵାରା ହାର୍ଟର ମଧ୍ୟ ହୋଇଥାଏ |ଏହି କଲସିୟମ ଅଭାବରୁ ସ୍କିନ ଡିଜିସ ହୋଇଥାଏ, ଦେହ ହାତ କୁଣ୍ଡେଇ ହେବା ସହିତ ସ୍କିନ ଡ୍ରାଇନେସ ହୋଇଯାଏ |ଏହା ଆପଣଙ୍କ କେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ, କେଶ ଜନିତ ବିଭିନ୍ନ ସମସ୍ୟା ମଧ୍ୟ ଦେଖା ଦେଇଥାଏ |
କଲସିୟମର ଅଭାବରୁ ମହିଳା ମାନଙ୍କର ଋତୁସ୍ରାବ ଜନିତ ସମସ୍ୟା ଦେଖାଯାଏ,ଋତୁସ୍ରାବ ପୂର୍ବରୁ ମଧ୍ୟ ଅନେକ ସମସ୍ୟା ଦେଖାଯାଏ |ଏହି କଲସିୟମର ଅଭାବ ଶରୀରରେ ଏପରି ସମସ୍ୟା ସୃଷ୍ଟି କରେ ଯେ ତାହା ବହୁତ ମାରାତ୍ମକ ହୋଇଯାଏ |ତେଣୁ ଆପଣ କେବେ ଶରୀର ଏହାର ଅଭାବ ରଖାନ୍ତୁ ନାହିଁ ଆପଣ ଆବଶ୍ୟକ ଅନୁଯାଇ କଳାସିଆୟମ ଜାତୀୟ ଖାଦ୍ୟ ନିଶ୍ଚିତ ଖାଆନ୍ତୁ |ଏହା ଦ୍ଵାରା ଆପଣ ସମ୍ପୂର୍ଣ ସୁସ୍ଥ ରହିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।