Odisha News Portal

ଦେଖନ୍ତୁ Live ଭିଡିଓ – cctv ରେ ରେକର୍ଡ ହୋଇଥିବା ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି 60 ହଜାରରୁ ଅଧିକ ଲୋକ ଦେଖିସାରିଲେନି…

ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ କିପରି ଲୋକେ ଅଚାନକ ଭାବରେ ଆକ୍ରମଣର ଶିକାର ହୋଇଥାନ୍ତି।ଆଉ ଏହି ସମୟରେ ସେମାନେ ବିଚଳିତ ହୋଇ ଯାଇଥାନ୍ତି ପରିସ୍ଥିତି ର ମୁକାବିଲା କରିବା ପାଇଁ। ଏମିତି ଅନେକ ଘଟଣା ସଂସ୍ପର୍ଶରେ ଆପଣ ଆସୁଥିବେ ଯେଉଁ ସବୁ ଘଟଣାରୁ ସେମାନେ କେତେବେଳେ ଅଳ୍ପକେ ବର୍ତ୍ତି ଯାଇଥାନ୍ତି ତ ପୁଣି କେତେବେଳେ ଜୀବନ ଚାଲି ଯାଇଥାଏ। କୁହାଯାଏ ଯେତେବେଳେ ଯାହା ଘଟିବାର ଥିବ ତାହା ନିଶ୍ଚୟ ଘଟିବ ଏଥିରେ କୌଣସି ଦ୍ଵିମତ ନାହିଁ। ସେଇପାଇଁ କୁହାଯାଏ ରଖେ ହରି ତ ମାରେ କିଏ। କଥାରେ ଅଛି ଭଗବାନ ଯାହାକୁ ରକ୍ଷା କରିବେ ତାକୁବା କିଏ ମାରି ପାରିବ।

ଯେକୌଣସି ଉପାୟରେ ବି ସେ ରକ୍ଷା କରିବା ପାଇଁ ଚାଲି ଆସିବେ। କେତେବେଳେ କାହାରି ମାଧ୍ୟମରେ ଦୂତ ସାଜି ସେ ଜୀବନ ବଞ୍ଚାଇ ପାରନ୍ତି ତ ଆଉ କେତେବେଳେ ଆଶ୍ଚର୍ଯ୍ୟକର ଘଟଣା ଘଟାଇ ଆପଣଙ୍କ ଜୀବନ ବଞ୍ଚାଇ ପାରନ୍ତି। ସେହିପରି ଏକ ଘଟଣା ଘଟିଛି ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି। ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ। ଆମେ ଆପଣଙ୍କୁ କହିବାକୁ ଯାଉଥିବା ଘଟଣା ର ଦୃଶ୍ୟ ସେଠାରେ ଥିବା ସି ସି ଟିଭି କ୍ୟାମେରା ରେ ରେକର୍ଡ ହେବା ପରେ ସାମ୍ନାକୁ ଆସିଛି। ଏଠାରେ ଦେଖିବାକୁ ମିଳୁଛି ଯେ କିପରି ଭାବରେ ଏକ ଷଣ୍ଢ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରୁଛନ୍ତି। ଫାଙ୍କା ରାସ୍ତାରେ ଏହି ବ୍ୟକ୍ତିଙ୍କୁ ସେ ଏକୁଟିଆ ପାଇ ତାଙ୍କୁ ଅଟକାଇ ଆକ୍ରମଣ କରିବା ଆରମ୍ଭ କରୁଛି।

ଏହି ଷଣ୍ଢ ଟି କ୍ରମାଗତ ଭାବରେ ଉକ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କରି ଚାଲିଛି। ଷଣ୍ଢ ଟି ତାର ଦୁଇ ସିଙ୍ଘ ରେ ବାରମ୍ବାର ଏହି ବ୍ୟକ୍ତିଙ୍କୁ ଆକ୍ରମଣ କରୁଛି। ତାର ଆକ୍ରମଣ ରୁ ଉଦ୍ଧାର ପାଇବା ପାଇଁ ବ୍ୟକ୍ତି ଜଣଙ୍କ ଅନେକ ଚେଷ୍ଟା କରି ବିଫଳ ହେଉଛନ୍ତି। ଜଣେ ବ୍ୟକ୍ତି ସେହି ସମୟରେ ସାଇକେଲ ରେ ଆସୁଥିଲେ ଏବଂ ଉକ୍ତ ଆକ୍ରମଣର ଶିକାର ହେଉଥିବା ବ୍ୟକ୍ତିଙ୍କୁ ରକ୍ଷା କରିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଷଣ୍ଢ ଟି କିଛି ନମାନି କ୍ରମାଗତ ଭାବରେ ସେହି ଜଣେ ବ୍ୟକ୍ତିଙ୍କୁ ହିଁ ଆକ୍ରମଣ କରୁଛି। ତେବେ ଏହି ଘଟଣାର ଦୃଶ୍ୟ ଦେଖିଲେ ଆପଣଙ୍କୁ ବି ଡର ଲାଗିବ।

ଆପଣଙ୍କୁ କହି ରଖୁଛୁ ଯେ ଏହି ଘଟଣାଟି ଘଟିଛି ମଧ୍ୟପ୍ରଦେଶ ର ସାହଡ଼ଲ ଜିଲ୍ଲାରେ ଥିବା ଏକ ଫାଙ୍କା ଗଳି ରାସ୍ତାରେ।ଏ ଦୃଶ୍ୟ କିଛି ନୂଆ ନୁହଁ। କାରଣ ଏଭଳି ଘଟଣା ପ୍ରାୟତଃ ଦେଖିବାକୁ ମିଳିଥାଏ। ଏପରି ଘଟଣା ରେ ଆକ୍ରମଣ ର ଶିକାର ହେଉଥିବା ଲୋକ ଭୟଭୀତ ହେବା ନିଶ୍ଚିତ। ତେବେ ରାସ୍ତାରେ ଯାଉଥିବା ସମୟରେ ଏପରି କିଛି ବିପଦର ସମ୍ମୁଖୀନ ହେବାକୁ ଯାଉ ଥିଲେ ଆପଣ ନିଜକୁ ପୂର୍ବରୁ ସତର୍କ କରାଇ ଦିଅନ୍ତୁ ଏବଂ ଏପରି ବିପତ୍ତି ରୁ ରକ୍ଷା ପାଆନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।