Odisha News Portal

ଦେଖନ୍ତୁ ଭିଡ଼ିଓ – cctv ରେ ରେକର୍ଡ ହୋଇଗଲା ଏହି ଦୃଶ୍ୟ ନ ହେଲେ କେହି ବିଶ୍ୱାସ କରି ନଥାନ୍ତେ

ବନ୍ଧୁଗଣ ଆପଣ ଏଭଳି ଘଟଣା ସମ୍ପର୍କରେ ନିହାତି ଆସିଥିବେ, ଯେଉଁ ଘଟଣାରେ ଆପଣ ଦେଖିବାକୁ ପାଇଥିବେ ଯେ କିଭଳି ଭାବରେ ଅଳ୍ପକେ ଜଣଙ୍କ ଜୀବନ ବହୁତ ବଡ଼ ବିପଦରୁ ରକ୍ଷା ପାଇ ଯାଇଥାଏ।ଏହା ନିଶ୍ଚିତ ଭାବରେ ଯେତେବେଳେ ଆମ ସମ୍ମୁଖକୁ ଆସିଥାଏ ସେତେବେଳେ ଆମେ ଭାବିଥାଉ ଯେ ଭଗବାନ ଙ୍କ ଦୟାରୁ ଏହା ସମ୍ଭବ ହୋଇଥାଏ। ଆଉ ଏପରି ଘଟଣା ଆମକୁ ଆଶ୍ଚର୍ଯ୍ୟ ମଧ୍ୟ କରି ଦେଇଥାଏ।ଆଜିର ଏହି ଇଣ୍ଟରନେଟ ଯୁଗରେ ଆପଣ ମାନେ ଅନେକ ସମୟରେ ଭିନ୍ନ ଭିନ୍ନ ଅନେକ ପ୍ରକାରର ଭାଇରାଲ ଖବର ଏବଂ ଭିଡିଓ ସଂସ୍ପର୍ଶରେ ଆସୁଥିବେ।ଏହା ସହିତ କିଛି ଏମିତି ଖବର ମଧ୍ୟ ରହିଛି ଯାହା ଆପଣଙ୍କୁ ଚକିତ କରିବା ଭଳି ଖବର ଅଟେ।

ତେବେ ସେହିପରି ଆଜି ଆମେ ଆପଣଙ୍କୁ ଏପରି ଏକ ଖବର ବିଷୟରେ କହିବାକୁ ଯାଉଛୁ ତାହା ମଧ୍ୟ ସମସ୍ତଙ୍କୁ ଚକିତ କରିବା ଭଳି ଖବର। ଦର୍ଷକବନ୍ଧୁ ଥରେ ଆପଣମାନେ ଭଲକରି ଦେଖନ୍ତୁ ଏହି ଭିଡିଓ ରେ ଥିବା ଦୃଶ୍ୟ ଆଉ ଭାବନ୍ତୁ କିପରି ଅଳ୍ପକେ ବର୍ତ୍ତି ଯାଇଥାଏ ଜଣଙ୍କର ଜୀବନ। ଏଠାରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ଭୋର୍ ସମୟରେ ନିଜର ବାରଣ୍ଡାରେ ନିଜ ମୋବାଇଲ ରେ ବିଭିନ୍ନ ଶୈବ ପୀଠ ର ଚିତ୍ର କୁ ଛିଡ଼ା ହୋଇ ଦେଖୁଥିବା ସମୟରେ ହଠାତ୍ ମାଡ଼ି ଆସିଥିଲା ଏକ ଜଂଗଲୀ ଭାଲୁ। ଭାଗ୍ୟ ଟାଣ ଥିଲା ତେଣୁ କାଳ ଲେଉଟି ଗଲା ଏବଂ ଅଳ୍ପକେ ବର୍ତ୍ତିଗଲା ଜୀବନ।

ଆପଣ ଟିକିଏ ଭଲକରି ଦେଖନ୍ତୁ ଏଠାରେ ରେକର୍ଡ ହୋଇଥିବା ସି ସି ଟିଭି ଫୁଟେଜ ରେ ଦେଖା ଯାଉଥିବା ଏହି ଦୃଶ୍ୟକୁ। ଏଠାରେ କିଭଳି ଭାବରେ ଅନ୍ଧାର ସମୟରେ ଧୀରେ ଧୀରେ ମାଡ଼ି ଆସୁଛି ଏକ ଜଂଗଲୀ ଭାଲୁ। ଜଙ୍ଗଲ ରେ ନିଆଁ ଲାଗିବା କାରଣରୁ ଜଙ୍ଗଲି ଭାଲୁ ଟି କେଉଁଝର ର ଘଟଗାଁ ବଜାର କୁ ପଶି ଆସିଛି।

ତେବେ ଏଠାରେ କ୍ୟାମେରା ରେ ଥିବା ବ୍ୟକ୍ତି ଜଣଙ୍କ ଯାହାଙ୍କ ନାମ ସଞ୍ଜୟ,ସେ ଯେତେବେଳେ ଭାଲୁ ଟିକୁ ପାଖରୁ ଦେଖି ଘର ଭିତରକୁ ଦୋୖଡି ପଳାଇଥିଲେ ସେତେବେଳେ ଭାଲୁ ଟି ମଧ୍ୟ ଅପରପାର୍ଶ୍ବ କୁ ଦୋୖଡି ପଲାଇ ଥିଲା। ତେବେ ବ୍ୟକ୍ତି ଜଣଙ୍କ ଏଥିରେ ଭୟଭୀତ ହୋଇ ଯାଇଥିଲେ ଏବଂ ସେ ନିଜକୁ ବଞ୍ଚାଇବା ପାଇଁ ବ୍ୟସ୍ତ ହୋଇ ସେଠାରୁ ଘର ଭିତରକୁ ଦୋୖଡି ଯାଇଥିଲେ।

ସଞ୍ଜୟଙ୍କ କହିବା କଥା ଯାହା,ସେ ଭାବିଥିଲେ ଏକ କଳା କୁକୁର ସେପଟୁ ତାଙ୍କ ଆଡ଼କୁ ଆସୁଛି। କିନ୍ତୁ ଯେତେବେଳେ ସେ ଭଲ ଭାବରେ ଦେଖିଲେ ଯେ ଏହା ଏକ କୁକୁର ନୁହଁ ଏହା ଏକ ଭାଲୁ ଅଟେ, ସେତେବେଳେ ସେ ହଠାତ୍ ଭୟଭୀତ ହୋଇ ପଡ଼ିଥିଲେ। ଏହା ଭାବିବା ମଧ୍ୟ ସ୍ୱାଭାବିକ ଯେ ଗାଆଁ ଭିତରେ ଭାଲୁ ଆସିବ କେଉଁଠୁ। ତେଣୁ ସେ ପ୍ରଥମେ ଏହାକୁ ବୁଝି ପାରି ନଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।