Odisha News Portal

ଦେଖନ୍ତୁ Live ଭିଡିଓ – ରେକର୍ଡ ହୋଇଥିବା ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି ୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେନି…

0 2,098

ଆମ ଓଡ଼ିଆ ରେ ଗୋଟିଏ କଥା ଅଛି ଯାହାକୁ ରଖିବେ ଅନନ୍ତ କି କରି ପାରିବେ ବଳବନ୍ତ । ଆପଣ ଏମିତି ଦୃଶ୍ୟ ଦେଖିଥିବେ ଯେ ମଣିଷ ନିଶ୍ଚିତ ମେତ୍ୟୁ ମୁଖରୁ ମଧ୍ୟ ବଞ୍ଚି ଯାଇଛନ୍ତି । ଏମାନଙ୍କୁ ଦେଖିଲେ ଲାଗେ ଯେ ଏମାନଙ୍କ ଭାଗ୍ୟ ଜୋର୍ ନହେଲେ ମରଣ ମୁଁହ ରୁ ଫେରିବା ବହୁତ୍ କମ୍ ଲୋକ ମାନଙ୍କ ଭାଗ୍ୟ ରେ ଥାଏ । ଯେମିତି କି ଆଜି ଏକ ବଡ଼ ଅଘଟଣ ହେଉ ହେଉ ରହି ଯାଇଛି । ଜଣେ ବ୍ୟକ୍ତି ରେଳ ଧାରଣା ରେ ଟ୍ରେନ ଆଗରୁ ନିଶ୍ଚିତ ମରଣ ରୁ ବଞ୍ଚି ଯାଇଛନ୍ତି ।

ପୁଣି ଟ୍ରେନ୍ ଧକ୍କା ଖାଇବି ମଧ୍ୟ ସେ ବଞ୍ଚି ଯାଇଛନ୍ତି । ଆଜି ସନ୍ଧ୍ୟା କେନ୍ଦୁଝର ଟାଉନ ଅନ୍ତର୍ଗତ କବିତରା ରେଲୱେ କ୍ରସିଂ ରେ ନିଶ୍ଚିତ ମୃତୁ ମୁଖରୁ ରକ୍ଷା ପାଇ ଯାଇଛନ୍ତି ଜଣେ ବ୍ୟକ୍ତି । ସୂଚନା ମୁତାବକ ମାଲବାହୀ ଟ୍ରେନ ଆସୁଥିବା ସମୟରେ ଗେଟ୍ ପଡ଼ିଥିବା ସମୟ ରେ ଗେଟ୍ ଭିତରକୁ ଚାଲି ଯାଇଥିଲେ ଜଣେ ମାନସିକ ଭିନ୍ନକ୍ଷମ ବ୍ୟକ୍ତି । ଷ୍ଟେସନ ନିକଟ ରେ ଥିବାରୁ ମାଲବାହୀ ଟ୍ରେନ ଟି ନିଜର ବେଗ କମ୍ କରି ଦେଇଥିଲା ଏବଂ ବ୍ୟକ୍ତି ଜଣଙ୍କ ଟ୍ରେନ ସାମ୍ନା ରେ ପଡି ଯାଇଥିଲେ କାରଣ ତାଙ୍କୁ ଧକା ଦେଇଥିଲା ଜଣେ ଲୌହ ଦାନବ ।

ହେଲେ ଆୟୁଷ କମି ନଥିଲା ଏହି ବ୍ୟକ୍ତି ଜଣଙ୍କ ର । ତେବେ ଷୌଭାଗ୍ୟ ର କଥା ହେଉଛି ଯେ ବ୍ୟକ୍ତି ଜଣଙ୍କ ରେଳ ଧାରଣା ମଝିରେ ପଡି ଯାଇଥିଲେ । ଏପଟେ ଟ୍ରେନ ଚାଳକ ବ୍ରେକ ମାରି ଟ୍ରେନ ଟିକୁ ଅଟକାଇ ଦେଇଥିଲେ ଆଉ ବ୍ୟକ୍ତି ଜଣଙ୍କ ରେଳ ଧାରଣା ମଝିରେ ରହି ଯାଇଥିଲେ । ତଳେ ଦିଆଯାଇଥିବା ଫଟୋ ରୁ ଜାଣି ପାରୁ ଥିବେ ବ୍ୟକ୍ତି ଜଣଙ୍କ କିପରି ରେଳ ଧାରଣା ମଝିରେ ରହି ଯାଇଛନ୍ତି।

ଯାହା ଫଳରେ ତାଙ୍କର ବେଶୀ କିଛି କ୍ଷତି ନହୋଇ ସାମାନ୍ୟ ଆଘାତ ପାଇଥିଲେ । ଟ୍ରେନ ଅଟକିବା ପରେ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରାଯାଇ ଥିଲା ଓ ଚିକିତ୍ସା ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦିଆ ଯାଇଛି । ତେବେ ଏପର୍ଯ୍ୟନ୍ତ ତାଙ୍କ ପରିଚୟ ମିଳି ପାରିନାହିଁ।

ଏମିତି ଦୁର୍ଘଟଣା କୁ ଆପଣ ସାମ୍ନା ନକରିବା କୁ ଯଥେଷ୍ଟ ଚେଷ୍ଟା କରନ୍ତୁ ଓ ସତର୍କ ରୁହନ୍ତୁ ନ ଯଦି ଆପଣ ଦେଖିଛନ୍ତି ଯେ କୌଣସି ବ୍ୟକ୍ତି ରେଳ ଧାରଣା ରେ ବୁଲୁ ଅଛନ୍ତି କିମ୍ବା ବିପଦ ଜନକ ଭାବେ ପାରି ହେଉଛନ୍ତି ତେବେ ସେମାନଙ୍କୁ ବାରଣ କରନ୍ତୁ । ତାଗିଦ୍ କରନ୍ତୁ ନହେଲେ ଅକାଳ ରେ କାହାର ଜୀବନ ଚାଲିଯିବ ଆଉ ମଣିଷ ଜୀବନ ଏମିତି ରେ ମିଳିଯାଏ ନାହିଁ । ତେଣୁ ଯଦି ଆପଣ କେବେବି ମଧ୍ୟ ସେମିତି କିଛି ଦୃଶ୍ୟ ଦେଖୁଛନ୍ତି ଯେ କୌଣସି ମାନସିକ ଭାରସାମ୍ୟ ହରାଇ ଥିବା ବ୍ୟକ୍ତି ଏପରି କିଛି ବିପଦ ର ସମ୍ମୁଖୀନ ହେଉଛନ୍ତି ତେବେ ତାଙ୍କୁ ନିଶ୍ଚିତ ଭାବେ ବଞ୍ଚାଇବା ପାଇଁ ଚେଷ୍ଟା କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।