Exclusive : ମତେ ଟାହି ଟାପରା କରୁଛନ୍ତି ଗାଁ ଲୋକ, ସେ ବିବାହିତ ହେଲେ ବି ମତେ ସେ ଦରକାର୍… ଏ ନେଇ କଣ କହୁଛନ୍ତି ଏହି ମହିଳା, ଦେଖନ୍ତୁ Video

ବନ୍ଧୁଗଣ ବର୍ତମାନ ଦୁନିଆରେ କିପରି ପରକୀୟା ପ୍ରୀତି ବୃଦ୍ଧି ପାଉଛି ତାହା ଆପଣମାନେ ଦେଖୁଥିବେ ନିଶ୍ଚିତ |ଏହାକୁ ରୋକିବା ଏବେ ସମସ୍ତଙ୍କ ପାଇଁ ଭାରି ପଡ଼ିଗଲାଣି, ଏହି ପରକୀୟା ପ୍ରୀତି ଯୋଗୁଁ ମଧ୍ୟ କାହାର ଜୀବନ ଚାଲିଯାଉଛି ତ କେତେଜଣ ନ୍ୟାୟ ପାଇଁ ଧାରଣ ଦେଉଛନ୍ତି |ପରକୀୟା ପ୍ରୀତି ଆଜିର ଏହି ସମାଜରେ ଏତେ ମାତ୍ରାରେ ବୃଦ୍ଧି ପାଇଲାନି ଯେ ଏହାକୁ ରୋକିବା ବର୍ତମାନ ଅସମ୍ଭବ ହୋଇଗଲାଣି |କିନ୍ତୁ ଏହି ପ୍ରୀତିର ପରିଣାମ ଯେ କେତେ ଭୟାଭୟ ଓ ଲଜ୍ୟା ଜନଙ୍କ ତାହା ଆପଣ ସମସ୍ତେ ଆଗରୁ ଦେଖିଥିବେ ନିଶ୍ଚିତ |ମୁଁ ଆଜି ଆପଣକୁ ଏହିପରି ଏକ ଘଟଣା ବିଷୟରେ ଜଣେଇବି, ଜଣେ ଝିଅ ବିବାହିତ ପୁଅ ସହ ଘରଛାଡି ଆସିଛି କିନ୍ତୁ ପୁଅ ଘରେ ତାକୁ ଗ୍ରହଣ ନକରିବାରୁ ସେ ଏବେ ଦାଣ୍ଡରେ ବସିଛି |ତେବେ ଆସନ୍ତୁ ଜାଣିବା ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ |

ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଆଳି ଥାନା ବାଳକାଟୀ ପଞ୍ଚାୟତ ରାଣୀପୋଖରୀ ଗ୍ରାମରେ,ଏମିତି ଏକ ଅଭାବନୀୟ ଲଜ୍ୟା ଜନକ ଘଟଣା,ରାଣୀ ପୋଖରୀ ଗ୍ରାମର ସନାତନ ମଲ୍ଲିକ ପଟାମୋଣ୍ଡେଇ ବ୍ଲକ ଚନ୍ଦନ ନଗର ଗ୍ରାମର ରଶ୍ମିତାଙ୍କ ସହ ଦୀର୍ଘ ଚାରି ବର୍ଷ ହେଲାନି ପ୍ରେମ ସମ୍ପର୍କ ରଖିଥିଲେ |ସନାତନ ରଶ୍ମିତାଙ୍କ ଗାଁକୁ ଟ୍ରାକ୍ଟର ନେଇ ଯାଇଥିବା ସମୟରେ ଏ ଦୁହିଁଙ୍କର ଦେଖା ହୋଇଥିଲା |ସେହି ଠାରୁ ଏମାନଙ୍କ ଭିତରେ ପ୍ରେମ ସମ୍ପର୍କ ବଢିଥିଲା |ସନାତନ ମଲ୍ଲିକ ବିବାହିତ ବୋଲି ରଶ୍ମିତା ସେତେବେଳେ ଜାଣିନଥିଲେ|

ଦୀର୍ଘ ଚାରି ବର୍ଷ ପ୍ରେମ ସମ୍ପର୍କ ଭିତରେ ରଶ୍ମିତା ସନାତନଙ୍କ ଘର ବିଷୟରେ କିଛି ଜାଣି ନଥିଲେ | ରଶ୍ମିତାଙ୍କୁ ସନାତନ ଏହି ତିନିମାସ ହେଲାନି ବାହାରକୁ ନେଇ ଯାଇଥିଲେ, ସେଠାରେ ତାଙ୍କ ସହ ରହିବା ସହିତ ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ୍ୟ ରଖିଥିଲେ |କିନ୍ତୁ ବର୍ତମାନ ସନାତନ ମଲ୍ଲିକ ରଶ୍ମିତାକୁ ଘରକୁ ନେଇ ଆସିଛନ୍ତି ହେଲେ ତାଙ୍କୁ ତାଙ୍କର ଘର ଲୋକ ଗ୍ରହଣ କରୁନାହାନ୍ତି |କାରଣ ସନାତନ ବିବାହିତ ଏବଂ ତାଙ୍କର ଦୁଇ ପୁଅ ଗୋଟିଏ ଝିଅ ମଧ୍ୟ ରହିଛି, ସନାତନ ପ୍ରାୟ 20ବର୍ଷ ହେଲାନି ବିବାହିତ କରିଲେଣି |ସନାତନ ରଶ୍ମିତାକୁ ଏବେ ଧୋକା ଦେଇଛନ୍ତି, ରଶ୍ମିତାକୁ ସନାତନ ଘର ଲୋକ ଗ୍ରହଣ କରୁନାହାନ୍ତି କି ସନାତନ ମଧ୍ୟ୍ୟ ଗ୍ରହଣ କରୁନାହାନ୍ତି |ରଶ୍ମିତାଙ୍କୁ ଘରକୁ ଉଠିବାକୁ ଦେଉନାହାନ୍ତି ତେଣୁ ସେ ଦାଣ୍ଡରେ ବସିଛନ୍ତି |

ରଶ୍ମିତା ଏବେ ନା ବାପ ଘରକୁ ଯାଇପାରିବେ ନା ଶାଶୁ ଘରେ ତାଙ୍କୁ କେହି ରଖି ଦେଉଛନ୍ତି, ଯାହାଙ୍କ ଭରଷାରେ ସେ ଆସିଥିଲେ ସେ ମଧ୍ୟ ତାଙ୍କ ହାତ ଛାଡି ଦେଉଛନ୍ତି |ଏବେ ଦାଣ୍ଡରେ ବସି ରଶ୍ମିତା କେବଳ ନ୍ୟାୟର ଅପେକ୍ଷାରେ ଅଛନ୍ତି |ରଶ୍ମିତାଙ୍କ ଏହି ପ୍ରୀତି ଆଉ ତାଙ୍କର ଏହି ଭୁଲ ତାଙ୍କ ପାଇଁ ଏବେ ତାଙ୍କ ଜୀବନରେ କଉଁ ମୋଡ ଆଣିବା ତାହା କାହାକୁ ଜଣା ନାହିଁ |ଏହିପରି ସେ କେତେଦିନ ନ୍ୟାୟର ଅପେକ୍ଷାରେ ବସିବେ ତାଙ୍କୁ ସନାତନ ଗ୍ରହଣ କରିବେ କି ନାହିଁ, ଏହି ଘଟଣା ଏବେ କି ପ୍ରକାର ମୋଡ଼ ନେବ ତାହା କାହାକୁ ଜଣାନାହିଁ |ଏହି ପରକୀୟା ପ୍ରୀତିରେ ବୋଝ ରଶ୍ମିତାଙ୍କ ପରି ଅନେକ ଝିଅ ମାନଙ୍କ ସହ ଘଟିଛି |ବର୍ତମାନ ରଶ୍ମିତାଙ୍କ ଖବର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment