ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଏହି ଭାଇରାଲ ଭିଡିଓ ଭିତରେ ଅନେକ କଥା ଆମକୁ ଶିଖିବାକୁ ମଧ୍ୟ ମିଳିଥାଏ | ଆଉ ଏଠାରେ ସେହିଭଳି କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଭାଇରାଲ ହେବାକୁ ଲାଗିଛନ୍ତି ଅଙ୍ଗନବାଡି ଦିଦି ସୁଜାତା| ପିଲା ମାନଙ୍କୁ ପାଠ ପ୍ରତି ଆକୃଷ୍ଟ କରେଇବା ପାଇଁ ସେ ଏକ ନିଆରା ପ୍ରୟାସ ଟେ କରିଛନ୍ତି | ଆଉ ନାଚ ଗୀତ ମାଧ୍ୟମରେ ପିଲାମାନଙ୍କୁ ପାଠ ପଢାଇବା ର ଚେଷ୍ଟା ମଧ୍ୟ କରିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ଚିଲଳଖଣ୍ଡି ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ରେ ଶିକ୍ଷକ ଭାବରେ କାମ କରୁଛନ୍ତି ସୁଜାତା ମାଡାମ | ଆଉ ତାଙ୍କର ନିଆରା ପଢାଇବା ର ଶୌଳି ସମସ୍ତଙ୍କୁ ବେଶ ପସନ୍ଦ ଆସିଛି ବୋଲି କୁହାଯାଉଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଦିଦି ଜଣଙ୍କ ନାଚ ଆଉ ଗୀତ ମାଧ୍ୟମରେ ପାଠ ପଢାଇବାକୁ ଲାଗିଛନ୍ତି ପିଲାମାନଙ୍କୁ ଆଉ ପିଲା ମାନେ ମଧ୍ୟ ଆକୃଷ୍ଟ ହୋଇ ଯାଉଥିବାର ଦେଖିବାକୁ ମିଳିଛି ବୋଲି କୁହାଯାଉଛି | ଆଉ ଏଠାରେ ସୁଜାତା କହିଛନ୍ତି କି ପିଲା ଦିନରୁ ତାଙ୍କର ନାଚ ପ୍ରତି ରହିଥିଲା ଭଲ ପାଇବା |
ଆଉ ସେ ଦେଖୁଥିଲେ କି ପିଲା ମାନେ ଅଙ୍ଗନବାଡି, ଟ୍ୟୁସନ ଚାରିଆଡେ ପାଠ ପଢୁଛନ୍ତି ଆଉ ପାଠ କୁ ଡ଼ରିକି ଛୋଟ ଛୋଟ ପିଲା ମାନେ ବେଳେ ବେଳେ ଅଙ୍ଗନବାଡି କୁ ଯିବାକୁ ମଧ୍ୟ ମନା କରୁଥାନ୍ତି | ଆଉ ସେଥିପାଇଁ ଗୀତ ମାଧ୍ୟମରେ ଆଉ ନାଚ ମାଧ୍ୟମରେ ପିଲା ମାନଙ୍କୁ ପାଠ ପଢାଇବା ପାଇଁ ଚେଷ୍ଟା କରିଥିଲେ ଦିଦି ଜଣକ | ଆଉ ଦିଦି ଙ୍କର ଏହି ଭଳି ଶୌଳି କୁ ପିଲାମାନେ ମଧ୍ୟ ପସନ୍ଦ କରୁଥିବାର ଦେଖିବାକୁ ପାଇଥିଲେ | ତେବେ ତାଙ୍କର ପିଲାମାନେ ନାଚିବା ପାଇଁ ପ୍ରଶାସ୍ଥ ଜାଗା ନାହିଁ | ଆଉ ତାହା ସହିତ ପିଲା ମାନେ ଖେଳିବା ଆଉ ନାଚିବା ପାଇଁ ମଧ୍ୟ ସେମିତି କିଛି ସୁବିଧା ନାହିଁ |
ଆଉ ଯେଉଁଥିପାଇଁ 300ମିଟର ଦୂରରେ ଥିବା ଅଙ୍ଗନବାଡି ସେଣ୍ଟର କୁ ଯାଇକି ଭିଡିଓ କରୁଛନ୍ତି ଆଉ ପିଲାମାନଙ୍କୁ ପଢ଼ୁଛନ୍ତି ତେବେ ତାଙ୍କର ଏହି ଭିଡିଓ ଭାଇରାଲ କରେଇବାର ମୁଖ୍ୟ ଉଦେଶ୍ୟ ଟି ହେଉଛି କି ଏହା ମାଧ୍ୟମରେ ଅନ୍ୟ ଅଙ୍ଗନବାଡି କର୍ମୀ ମାନେ ମଧ୍ୟ ତାଙ୍କର ଏହି ଆଦର୍ଶ କୁ ଫୋଲ କରିବେ ଆଉ ପିଲା ମାନଙ୍କୁ ପାଠ ପଢାଇବେ | ତେବେ ସୁଜାତା ଙ୍କର ଏହି ଭଳି ଶୌଳି ରେ ପାଠ ପଢାଇବାକୁ ସମସ୍ତେ ପ୍ରାୟ ପସନ୍ଦ କରିଛନ୍ତି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।