ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଏକ ଫୋଟ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି କର୍ଣ୍ଣାଟକ ରାଜ୍ୟ ବେଶ ଚର୍ଚ୍ଚା ରେ ଥିବା ଦେଖା ଯାଇଛି | ହଁ ଦର୍ଶକ ବନ୍ଧୁ କର୍ଣ୍ଣାଟକ ଶିକ୍ଷକ ନିଯୁକ୍ତି ପରୀକ୍ଷା ଦେଉଥିବା ଜଣେ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡରେ ତାଙ୍କ ଫଟୋ ବଦଳରେ ବଲିଉଡ୍ ଅଭିନେତ୍ରୀ ସନି ଲିଓନ୍ଙ୍କ ଫଟୋ ଦେଖିବାକୁ ମିଳିଛି | ତେବେ ଆଡମିଟ କାର୍ଡର ସ୍କ୍ରିନସର୍ଟ ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ରାଜ୍ୟ ଶିକ୍ଷା ବିଭାଗ ଏ ନେଇ ଯାଞ୍ଚ କରୁ ବୋଲି କର୍ଣ୍ଣାଟକ କଂଗ୍ରେସ ପକ୍ଷରୁ ଦାବି କରାଯିବା ସହ ସରକାରଙ୍କଠାରୁ ଏ ପ୍ରକାର ତ୍ରୁଟି ହିଁ କେବଳ ଆଶା କରାଯାଇ ପାରିବ ବୋଲି କଂଗ୍ରେସ କହିଛି | ତେବେ ଘଟଣାର ଯାଞ୍ଚ ପରେ ଥାନାରେ ଅଭିଯୋଗ କରାଯିବ ବୋଲି ରାଜ୍ୟ ଶିକ୍ଷାମନ୍ତ୍ରୀ ବି.ସି ନଗେଶଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି | ତାହେଲେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁଯାୟୀ କର୍ଣ୍ଣାଟକ ଶିକ୍ଷକ ନିଯୁକ୍ତି ପରୀକ୍ଷା ଦେଉଥିବା ଜଣେ ଛାତ୍ରୀ ନିଜ ଆଡମିଟ କାର୍ଡରେ ଅଭିନେତ୍ରୀ ସନି ଲିଓନିଙ୍କ ଫଟୋ ଦେଖି ଚକିତ ହୋଇଯାଇଥିଲେ | ସୋସିଆଲ ମିଡିଆରେ ଏହି ଆଡମିଟ କାର୍ଡରେ ଏହି ଫୋଟ ବୁଲିବା ପରେ ଲୋକ ମାନଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିକିଛି | ତେବେ ଏହି ଘଟଣାକୁ ନେଇ କର୍ଣ୍ଣାଟକ କଂଗ୍ରେସର ସୋସିଆଲ ମିଡିଆ ଅଧ୍ୟକ୍ଷ ବି.ଆର. ନାଇଡୁ ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ ରାଜ୍ୟ ଶିକ୍ଷା ବିଭାଗ ପ୍ରାର୍ଥୀଙ୍କ ଫଟୋ ପରିବର୍ତ୍ତେ ହଲ ଟିକେଟରେ ବୟସ୍କ ଅଭିନେତ୍ରୀଙ୍କ ଫଟୋ ରହିଛି |
ତେବେ ଏହି ଅଭିଯୋଗର ଉତ୍ତର ରଖି କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ବିସି ନାଗେଶ କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ନିଜେ ନିଜର ଫଟୋ ଅପଲୋଡ କରିଥାନ୍ତି ଓ କମ୍ପ୍ୟୁଟର ସେହି ଅନୁସାରେ ଆଡମିଟ କାର୍ଡ ପ୍ରସ୍ତୁତ କରିଥାଏ | ତେବେ ସୋସିଆଲ ମିଡିଆରେ ଏହିପରି ଫୋଟ ଭାଇରାଲ ହେବା ପରେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି | ତେବେ ଏ ସମସ୍ତ ଘଟଣା କୁ ଅନୁଧ୍ୟାନ କରିବାକୁ ଦିଆଯାଇ ଥିବା ବେଳେ ଏ ବିଷୟରେ ସଂପୃକ୍ତ ଛାତ୍ରୀଙ୍କୁ ପଚରାଯିବାରୁ ସେ ଏକ ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଛନ୍ତି | ସେ କହିଛନ୍ତି ଯେ ସେ ନିଜେ ପରୀକ୍ଷାର ଫର୍ମ ପୂରଣ କରିନଥିଲେ ଓ ତାଙ୍କ ସ୍ବାମୀଙ୍କ ବନ୍ଧୁ ଏହା କରିଥିଲେ ତେଣୁ ସେ ଏହି ଫୋଟ ଅପଲୋଡ କରିଥାଇପାରନ୍ତି ବୋଲି ସମ୍ପୃକ୍ତ ଛାତ୍ରୀ ଜଣଙ୍କ କହିଥିଲେ |
ତେବେ ଘଟଣା ର ଫୋଟ ସୋସିଆଲ ମିଡିଆରେ ରେ ଭାଇରାଲ ହେବା ପରେ ଦର୍ଶକ ମାନେ ମଧ୍ୟ ଚକିତ ରହିବା ସହିତ ଏହା କେମିତି ହେଇଛି ତାହା ଜାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି କୁହାଯାଇଛି | ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଘଟଣା ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।