ଯେତେବେଳେ ଗୋଟେ ମହିଳା ଗର୍ଭଧାରଣ କରେ ତା ପାଇଁ ପୈଷ୍ଟିକ ଓ ସନ୍ତୁଳିତ ଆହାର ନେବା ବହୁତ ଜରୁରୀ ହୋଇଥାଏ । କାରଣ ଭ୍ରଣରେ ବିକାଶ ପାଇଁ ପୋଷକ ତତ୍ତ୍ୱ ଯୁକ୍ତ ଆହାରର ସେବନ କରିବା ଜରୁରୀ ହୋଇଥାଏ । ନଚେତ୍ ଆପଣଙ୍କର ହେବାକୁ ଥିବା ଶିଶୁ ଶାରୀରିକ ଓ ମାନସିକ ସ୍ତରରେ କମଜୋର ହେବାର ସମ୍ଭାବନା ଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି 10 ଟି ଖାଦ୍ୟ ବିଷୟରେ ବତେଇବୁ ଯାହାକୁ ଗର୍ଭବତୀ ମହିଳା ଭୋଜନରେ ସାମିଲ କରିବା ଉଚିତ୍ ।
1. ପାଳଙ୍ଗଶାଗ :-
ଗର୍ଭାବସ୍ଥା ରେ ଆପଣ ଅନ୍ୟ ସବୁଜ ପନିପରିବା ସହିତ ଯଦି ପାଳଙ୍ଗ ଶାଗ ର ସେବନ କରୁଛନ୍ତି ତେବେ ଆପଣଙ୍କ ଶରୀରରେ ପୋଷକ ତତ୍ତ୍ୱ ଅଭାବ ହୋଇ ନଥାଏ । ପାଳଙ୍ଗ ଶିଶୁର ମସ୍ତିକର ବିକାଶ ପଇଁ ବହୁତ ଜରୁରୀ ହୋଇଥାଏ ।
2. ଅଣ୍ଡା :-
ପ୍ରେଗନେନ୍ସି ସମୟରେ ଅଣ୍ଡାର ସେବନ କରିବା ଉଚିତ୍ , କାରଣ ଏଥିରେ ପ୍ରୋଟିନ ବ୍ୟତୀତ ଭିଟାମିନ ଏବଂ ମିନେରାଲସ୍ ପ୍ରଚୁର ପରିମାଣରେ ମିଳିଥାଏ । ଅଣ୍ଡାରେ ଭିଟାମିନ ଡିର ପରିମାଣ ସବୁଠାରୁ ଅଧିକ ଥାଏ । ଏହା ଶିଶୁର ମସ୍ତିଷ୍କର ବିକାଶରେ ସାହାର୍ଯ୍ୟ କରିଥାଏ ।
3. ଅଲମଣ୍ଡ ବା ପେସ୍ତାବାଦାମ :-
ଗର୍ଭବତୀ ମହିଳାଙ୍କୁ ପେସ୍ତା ବାଦାମ ବା ଅଲମଣ୍ଡସ୍ ର ନିହାତି ସେବନ କରିବା ଉଚିତ୍ । କାରଣ ବାଦାମରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ଥାଏ , ଯାହା ଶିଶୁର ଇଣ୍ଟେଲିଜେଣ୍ଟ ପାୱାର ବଢାଇବାରେ ସାହାର୍ଯ୍ୟ କରିଥାଏ । ପ୍ରତ୍ୟେକ ଦିନ ରାତିରେ 4 ଖଣ୍ଡ ଅଲମଣ୍ଡକୁ ପାଣିରେ ଭେଦାଇ ରଖି ସକାଳେ ଏହାର ଚୋପା ବାହାର କରି ଖାଆନ୍ତୁ ।
4. ଦହି :-
ଶିଶୁର ବିଦ୍ଧିର ବିକାଶେ ଦହି ବହୁତ ଲାଭ ଦାୟକ ହୋଇଥାଏ , ବୁଦ୍ଧିମାନ ଶିଶୁ ପାଇଁ ପ୍ରେଗନେନ୍ସି ସମୟରେ ପ୍ରତି ମହିଳାଙ୍କୁ ଗୋଟେ ତାଟିଆ ଫ୍ରେସ ଦହିର ସେବନ କରିବା ଉଚିତ୍ । କାରଣ ଦହି ରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଥାଏ ।
5. ଡାଲି :-
ବୁଦ୍ଧିମାନ ଶିଶୁ ଜନ୍ମ କରିବା ପାଇଁ ପ୍ରେଗନେନ୍ସି ସମୟରେ ସମସ୍ତ ପ୍ରକାର ଡାଲିର ସେବନ କରିବା ଉଚିତ୍ । କାରଣ ଏଥିରେ ପ୍ରୋଟିନ ପ୍ରଚୁର ପରିମାଣରେ ଥାଏ , ଏହି ପ୍ରୋଟିନ ଶିଶୁର ମସ୍ତିଷ୍କର ବିକାଶ କରିଥାଏ ।
6. କ୍ଷୀର :-
ଗର୍ଭାବସ୍ଥାରେ କ୍ଷୀର ର ସେବନ ବହୁତ ଲାଭ ଦାୟକ ହୋଇଥାଏ , ଏଥିରେ ଥିବା ପ୍ରୋଟିନ ଓ କ୍ୟାଲସିୟମ ଯୋଗୁଁ ଶୁଶୁର ମସ୍ତିଷ୍କର ବିକାଶ ସାଙ୍ଗକୁ ଅସ୍ଥି ମଧ୍ୟ ଷ୍ଟ୍ରଙ୍ଗ ହୋଇଥାଏ ।
7. ଫ୍ରେସ ଫ୍ରୁଟସ୍ :-
ପ୍ରେଗନେନ୍ସି ସମୟରେ ଫ୍ରେସ ଫ୍ରୁଟସ୍ ର ସେବନ ପ୍ରଚୁର ପରିମାଣରେ କରିବା ଉଚିତ୍ । କାରଣ ଏଥିରେ ଭିଟାମିନ ମିନେରାଲ ପ୍ରଚୁର ପରିମାଣରେ ରହିଥାଏ , ପ୍ରଗନେନ୍ସି ସମସୟରେ କମଳା , କଦଳୀ , ଆମ୍ୱ , ସେଓ , ନଡିଆ ଆଦିର ସେବନ କରିବା ଉଚିତ୍ ।
8.ଅଖରୋଡ୍ :-
ଶିଶୁର ବୁଦ୍ଧିର ବିକାଶରେ ଅଖରୋଡ ବହୁତ ଲାଭଦାୟକ ହୋଇଥାଏ , ଏଥିରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ବ୍ୟତୀତ ଅମେଗା3ଫେଟି ଏସିଡ ମଧ୍ୟ ଥାଏ ।
9. ବଇତାଳୁ ମଞ୍ଜି :-
ପ୍ରେଗନେନ୍ସି ସମୟରେ ବଇତାଳୁ ମଞ୍ଜକୁ ନିଜ ଭୋଜନରେ ନିହାତି ସାମିଲ କରିବା ଉଚିତ୍ । ବଇତାଳୁ ମଞ୍ଜିରୁ ଅନେକ ପୋଷକ ତତ୍ତ୍ୱ ମିଳିଥାଏ ,ଯାହା ଶିଶୁର ମସ୍ତିଷ୍କପ ବିକାଶ କରିଥାଏ ।
10. ସି ଫୁଡ୍ :-
ବିଭିନ୍ନ ପ୍ରକାର ସାମୁଦ୍ରିକ ମାଛର ସେବନ ପ୍ରେଗନେନ୍ସି ରେ ଲାଭଦାୟକ ହୋଇଥାଏ । ସି ଫୁଡ୍ ରେ ଆଇରନ ଓ ଆମେଗା3ଫଟିଏସିଡ୍ ରହିଥାଏ , ଯାହା ଶିଶୁର ମସ୍ତିଷ୍କର ବିକାଶ କରିଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।