Odisha News Portal

ବୁଢ଼ୀ ମାଆ କୁ ଜଙ୍ଗଲରେ ଛାଡି ଦେଲେ ପୁଅ ବୋହୂ, ଏମିତି ପୁଅ ବୋହୂ କାହାକୁ ନ ମିଳୁ…ଦେଖନ୍ତୁ ଭିଡ଼ିଓ

ବରଗଡ ଜିଲ୍ଲା ଅତାବିରା ନିକଟ ବାରପାହାଡ ଜଙ୍ଗଲରେ ଆଗେଇ ଚାଲିଛି ଏକ ମଟର ସାଇକେଲ । ବୃଦ୍ଧା କୌଶଲ୍ୟା ବେହେରା ଙ୍କୁ ଖୋଜିବାରେ ଲାଗି ପଡିଛନ୍ତି ବରଗଡର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାରର ଏହି ସ୍ୱଚ୍ଛାସେବୀ ମାନେ । କିଛି ବାଟ ମଟର ସାଇକେଲ ରେ ଯିବା ପରେ ଆଉ କିଛି ବାଟ ଚାଲିଚାଲି ଯିବା ପରେ ଶେଷରେ ମିଳିଲା ବଣ ଭିତରେ କୁଡିଆଁ ଟିଏ । ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଯେ ଏହି ଘଞ୍ଚ ଜଙ୍ଗଲ ଭିତରେ ଏକୁଟିଆ ବୃଦ୍ଧ ମାଉସୀ ଜଣକ କାହିଁକି ପଡିରହିଛନ୍ତି ଏହି ଘଞ୍ଚ ଜଙ୍ଗଲରେ ।

80 ବର୍ଷୀୟ ଏହି ବୁଢୀ ମା ଟିର ଦୁଃଖ କାହାଣୀ ଶୁଣିଲେ ଆପଣଙ୍କ ମନ ବିଦ୍ରହ କରି ଉଠିବ । ଗତ 15 ଦିନ ହେଲା ଏହି କୁଡିଆଁରେ ରହୁଥିଲେ 80 ବର୍ଷୀୟ କୌଶଲ୍ୟା , ଘର ତାଙ୍କର ଅତାବିରା ଥାନା ଅନ୍ତର୍ଗତ ଖରାମୁଣ୍ଡା ପଞ୍ଚାୟତ ବନଘାଟି ଗାଁରେ । ଦୁଇଟି ପୁଅ ତିନୋଟି ଝିଅ , ଝିଅ ମାନେ ବିବାହ କରି ସାରିଛନ୍ତି ଏବଂ ବଡ ପୁଅର ମୃତ୍ୟୁ ହୋଇ ସାରିଛି । ଘରେ କୌଶଲ୍ୟାଙ୍କ ସ୍ୱାମୀ ଓ ସାନ ପୁଅ , ବଡ ବହୂ ଓ ନାତିନାତୁଣୀ ରୁହନ୍ତି । କିଛି ଦିନ ତଳେ କୌଶଲ୍ୟାଙ୍କ ମୁଣ୍ଡରେ ଆଘାତ ଲାଗି ଘା ହୋଇଥିଲା ଏବଂ ହାତରେ କିଛି ଧଳା ଦାଗ ସୃଷ୍ଟି ହୋଇଥିଲା । ଏହା ହିଁ ଥିଲା କୌଶଲ୍ୟାଙ୍କ ଦୋଷ ।

ଏହାକୁ ନେଇ ଗାଁ ଲୋକମାନେ ପୂରା ପରିବାରକୁ ଗାଁରୁ ବାସନ୍ଦ କରି ଦେଇଥିଲେ , ଉପାୟ ନପାଇ ପରିବାର ଲୋକମାନେ ବୃଦ୍ଦା କୌଶଲ୍ୟାଙ୍କୁ ଘଞ୍ଚ ଜଙ୍ଗଲରେ ଏହି ଅସ୍ଥାୟୀ କୁଡିଆଁ ଟି ତିଆରି କରି ଏଠାରେ ଛାଡି ଦେଇଥିଲେ । ଏହି ଜଙ୍ଗଲ ଭିତରେ 15 ଦିନ ପଡି ରହିବା ପରେ ଏ ସମ୍ପର୍କରେ ଖବର ପାଇଲେ ବରଗଡର ସଂକଳ୍ପ ପରିବାର । ଏହାପରେ ଆରମ୍ଭ ହୋଇଥିଲା କୌଶଲ୍ୟା ଙ୍କୁ ଉଦ୍ଧାର କରିବା ଅଭିଯାନ । ଆମ୍ୱୁଲାନ୍ସ ନେଇ ଜଙ୍ଗଲ ପାଖରେ ପହଞ୍ଚିଥିଲା ଅନୁଷ୍ଠାନର ସଦସ୍ୟ ମାନେ , ପ୍ରାୟ ଦୁଇ କିଲୋମିଟର ଜଙ୍ଗଲ ଭିତରେ ଯିବା ପରେ ପହଞ୍ଚିଥିଲେ ଏହି ଯାଗାରେ ।

ତାପରେ ବୁଝାସୁଝା କରିଥିଲେ କୌଶଲ୍ୟାଙ୍କୁ , ବୃଦ୍ଦା କୌଶଲ୍ୟା କାନ୍ଦି କାନ୍ଦି କହିଥିଲେ ବଣ ଭିତରେ ତାଙ୍କର ଲୋମ ଟାଙ୍କୁରା କାହାଣୀ । 82 ବର୍ଷୀୟ ବୁଢୀ ଲୋକଟିଏ ଭିତରେ କେତେ ଆତଙ୍କିତ ଅବସ୍ଥାରେ ରାତି କାଟିଥିଲେ ତାହା ସହଜରେ ଅନୁମାନ କରାଯାଇ ପାରେ । ତାପରେ ଜଙ୍ଗଲରୁ ତାଙ୍କୁ ବହି ଆଣିଥିଲେ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ , ସାଇଭାଇଙ୍କ ଭୟରେ ମାଆ ସହିତ ଡାକ୍ତରଖାନା ଯିବାକୁ ମଧ୍ୟ ପରିବାର ଲୋକମାନେ ରାଜି ହୋଇ ନଥିଲେ ।

କାରଣ କୌଶଲ୍ୟାଙ୍କୁ ଜଙ୍ଗଲରେ ଛାଡି ଆସିବା ପରେ ସେମାନେ ବହୁ କଷ୍ଟରେ କୁକୁଡା ଭୋଜି ଦେଇ ଗାଁ ରେ ମିଶିଥିଲେ । ଏବେ ଡାକ୍ତରଖାନା ଗଲେ ପୁଣି ସାହିଭାଇ ଘେରିବେ ଏବଂ ସେମାନଙ୍କୁ ବାସନ୍ଦ କରିଦେବେ । ଧିକ ଏହି ପୁଅ ବହୂ ଓ ଗାଁ ଲୋକଙ୍କୁ , ବୁଢୀ ମା କୁ ଡାକ୍ତରଖାନା ନେବା ପରିବର୍ତ୍ତେ ତାଙ୍କୁ ବଣୁଆ ଜଙ୍ଗଲ ଭିତରେ ହିଂସ୍ର ଜନ୍ତୁଙ୍କ ଠାରେ ଛାଡି ଦେଇ ଆସିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।