ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଏବେ ଅଧିକ ମାତ୍ରାରେ ଭାଇରାଲ ହେଉଥିବା ଆମର ଓଡିଶା ଝିଅ ଭାରତର ପ୍ରଥମ ନାଗରିକ ଦୋୖର୍ପଦି ମୁର୍ମୁ ଙ୍କ ଖବର |ସେ ଓଡିଶା ଆସିବା ଖବର ଶୁଣି ସମସ୍ତ ଓଡିଶାବାସୀ ଖୁବ ଖୁସି ହୋଇ ଯାଇଥିଲେ, ଏବଂ ତାଙ୍କୁ ଭେଟିବା ପାଇଁ ଅନେକ ଲୋକ ମଧ୍ୟ ଉପସ୍ଥିତ ହୋଇଥିଲେ |ମୁଁ ଆଜି ଆପଣକୁ ଜଣେ ବୃଦ୍ଧ 85 ବର୍ଷର ମଉସାଙ୍କ କଥା କହିବି ଯାହା ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ |ସେହି ବୃଦ୍ଧ ମଉସା ଜଣଙ୍କ ନୟାଗଡ ଜିଲ୍ଲାରୁ ସାଇକେଲ ଚଢି ଭୁବନେଶ୍ୱର ଆସି ପହଂଚିଛନ୍ତି ରାଷ୍ଟ୍ରପତିଙ୍କୁ ଦେଖା କରିବା ପାଇଁ ଓ ତାଙ୍କୁ ମୁଣ୍ଡିଆଟେ ମାରିବା ପାଇଁ,ବର୍ତମାନ ତାଙ୍କର ବୟସ ଯାହା ସେ ଏତେ ରାସ୍ତା ଆସିବା ବହୁତ କଷ୍ଟକର,ତେବେ ଆସନ୍ତୁ ଜାଣିବା ଦର୍ଶକ ବନ୍ଧୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ |
ରାଷ୍ଟ୍ରପତି ପ୍ରଥମେତ ତାଙ୍କର ରାଜଭବନକୁ ଆସିଥିଲେ, ପରେ ସେ ଅନେକ ସ୍ଥାନକୁ ମଧ୍ୟ୍ୟ ଯାଇଛନ୍ତି |ଦୋୖର୍ପଦି ମୁର୍ମୁ ମୟୁରଭଞ୍ଜର ଝିଅ, ତେଣୁ ସେ ଓଡ଼ିଶା ଗସ୍ତରେ ଆସି ତାଙ୍କର ଗାଁକୁ ମଧ୍ୟ ଯାଇଥିଲେ |ଦୋୖର୍ପଦି ମୁର୍ମୁଙ୍କୁ ଭେଟିବା ପାଇଁ ଅନେକ ନେତା ମନ୍ତ୍ରୀମାନେ ଆସିଥିଲେ, ତାହା ସହିତ ତାଙ୍କୁ ଭେଟିବା ପାଇଁ ଏକ ସାଧାରଣ ମଣିଷ 85 ବର୍ଷର ବୃଦ୍ଧ ଲୋଚନ ବେହେରା ଏବେ ସମସ୍ତଙ୍କ ନଜରକୁ ଆସିଛନ୍ତି,ସେ ଦୋୖର୍ପଦି ମୁର୍ମୁଙ୍କୁ ଦେଖିବା ପାଇଁ ନୟାଗଡ ଜିଲ୍ଲାରୁ ସାଇକେଲ ଚଢି ଭୁବନେଶ୍ୱର ରାଜ ଭାବନରେ ଆସି ପହଂଚିଥିଲେ |କିନ୍ତୁ ମଉସାଙ୍କର ଆସିବାର ବିଳମ୍ବ ହୋଇଥିଲା ତେଣୁ ରାଷ୍ଟ୍ରପତି ପହଂଚି ରାଜଭବନ ଭିତରକୁ ଚାଲି ଯାଇଥିଲେ |
ଏହି ବୃଦ୍ଧ ମଉସାଙ୍କ ସହିତ ମାଡାମଙ୍କ ଦେଖା ହୋଇନଥିଲା, ତେଣୁ ଏହି 85ବର୍ଷର ବୃଦ୍ଧ ଏଥି ପାଇଁ ବହୁତ ଭାଙ୍ଗି ପଡ଼ିଥିଲେ |ମଉସାଙ୍କ କହିବା ଅନୁଯାୟୀ ସେ କାଲି ପାଖରୁ ଘରୁ ବାହାରି ଥିଲେ ମାତ୍ର ତାଙ୍କର ପହଂଚିବା ବିଳମ୍ବ ହୋଇଗଲା |ସେ ରାଷ୍ଟ୍ରପତି ମାଡାମଙ୍କୁ ଜଗତ ଜନନୀ କହି ସମ୍ବୋଧନ କରିଥିଲେ, ତାଙ୍କୁ ଦେଖା କରିଥିଲେ ସେ ବହୁତ ଖୁସି ହୋଇଥାନ୍ତେ ବୋଲି ମଧ୍ୟ କହୁଥିଲେ |ଲୋଚନ ବେହେରା ଯେତେବେଳେ ଘରୁ ବାହାରି ଥିଲେ ସେତେବେଳେ ତାଙ୍କର ପୁଅ ଝିଅ ସମସ୍ତେ ତାଙ୍କୁ ଆସିବା ପାଇଁ ବାରଣ କରିଥିଲେ |ଏମିତିଙ୍କୁ ତାଙ୍କୁ ବସରୁ ମଧ୍ୟ ଓଲ୍ହାଇ ନେଇଥିଲେ, ତଥାପି ତାଙ୍କର ରାଷ୍ଟ୍ରପତିଙ୍କୁ ଭେଟିବାର ଏତେ ଇଛା ଯେ ସେ କାହାକୁ ନକହି ସାଇକେଲ ମାଧ୍ୟମରେ ସୁଦୂର ରାସ୍ତା ଆସିଛନ୍ତି |
ରାଷ୍ଟ୍ରପତି ମାଡାମ ରାଜଭବନରୁ ବାହାରିବା ପ୍ରଯ୍ୟନ୍ତ ସେ ଅପେକ୍ଷା କରିବେ ବୋଲି କହିଛନ୍ତି ଏବଂ ତାଙ୍କ ସହ ଦେଖା ହେଲେ ସେ କିଛି ଜଣେଇବେନି କେବଳ ମୁଣ୍ଡିଆଟେ ମାରିବେ ବୋଲି କହିଛନ୍ତି |ତାଙ୍କର କୌଣସି ଆପତ୍ତି ନାହିଁ କେବଳ ତାଙ୍କୁ ଦେଖିବେ ବାସ ଏତିକି |ଏହି ମଉସାଙ୍କ ଏପରି ମନୋଭାବ ଏବଂ ସେ ସୁଦୂର ରାସ୍ତା ସାଇକେଲରେ ଆସି ରାଷ୍ଟ୍ରପତି ଙ୍କୁ ଦେଖିବାର ଖବର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।