Odisha News Portal

ମଞ୍ଜୁ ମାଛ ଵାଲୀ ! ମଞ୍ଜୁଙ୍କ ସ୍ୱାଭିମାନି ପରିବାର କଥା ଜାଣିଲେ ଆପଣଙ୍କ ମୁଣ୍ଡବି ସମ୍ମାନରେ ନଇଁ ଯିବ।ଏହି ଭଉଣୀଙ୍କ ପାଇଁ ହୃଦୟରୁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ ?

ଅଭାବ ଓ ଅସୁବିଧାରେ ପଡିଲେ ଅନେକଙ୍କ ମନବଳ ଦୁର୍ବଳ ହୋଇଯାଏ । ଏଥିପାଇଁ କେହି କେହି ଭାଗ୍ୟକୁ ନିନ୍ଦିବା ପାଇଂ ମଧ୍ୟ ପଛାନ୍ତି ନାହିଁ , ତ ଆଉ କେହି କେହି ବ୍ୟବସ୍ଥା ଉପରକୁ ଆଙ୍ଗୁଳି ଉଠାନ୍ତି । ସହଜ ହୁଏନି ସମାଧାନର ବାଟ ଖୋଜି ପାଇବା । ହେଲେ ଆମେ ଏମିତି ଜଣେ ମଣିଷଙ୍କ ଘଟଣା ବହୁଳ ଜୀବନକୁ ଲୋକ ଲୋଚନକୁ ଆଣିବାକୁ ଚେଷ୍ଟା କରିଛୁ ଜାହାଙ୍କ ବିଷୟରେ ଜାଣିଲେ ଜଣେ ସଚେତନଶୀଳ ବ୍ୟକ୍ତି ଘଡିଏ ଚିନ୍ତା କରିବା ପାଇଂ ବାଧ୍ୟ ହେବ ।

ତେବେ ସେହି ମହିଳା ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ନଡା ଗ୍ରାମର ମଞ୍ଜୁ ବେହେରା । ରାତି ପାହିଲେ ଗାଁ ଗାଁ ବୁଲି ମାପେଟ୍ ଧରି ସେ ମାଛ ବିକନ୍ତି । 15 ବର୍ଷ ହେଲାଣି ସ୍ବାମୀ ତାଙ୍କର ରୋଗଶଯ୍ୟାରେ ଶୋଇଛନ୍ତି , ବାହାରେ କୌଣସି କାର୍ଯ୍ୟ କରିବାକୁ ସେ ସକ୍ଷମ ନୁହଁନ୍ତି ।

ଏଭଳି ପରିସ୍ଥିତିରେ ନିଜ ପରିବାର ବୋଝକୁ ନିଜ ମୁଣ୍ଡରେ ମୁଣ୍ଡାଇଛନ୍ତି ମଞ୍ଜୁ । ଘରର ଏରୁଣ୍ଡିବନ୍ଧ ଡେଇଁ ମାଛ ବ୍ୟବସାୟ କରୁଛନ୍ତି ।ଗୁରୁବାର, ଶନିବାର ଏବଂ ସଂକ୍ରାନ୍ତିରେ ମାଛ ବିକ୍ରି ହେଉନଥିବାର କାରଣରୁ ଏହି ଦିନରେ ପରିବା ବିକ୍ରି କରନ୍ତି ସେ ।

ପ୍ରଥମେ ସାଇକେଲ୍ ରେ ବୁଲି ବ୍ୟବସାୟ କରୁଥିଲେ ଆଉ ପରେ ରୋଜଗାର ଟଙ୍କାରେ ଏବଂ କିସ୍ତିରେ ଗାଡିଟିଏ ଆଣି ବ୍ୟବସାୟ କରୁଛନ୍ତି । ମଞ୍ଜୁଙ୍କ ରୋଜଗାରରେ ତାଙ୍କ ପରିବାର ପ୍ରତିପୋଷଣ ହେଉଛି । ବାହାରେ ବୁଲି ସକାଳ 10ଟା ପର୍ଯ୍ୟନ୍ତ ବ୍ୟବସାୟ ପରେ ଘରକୁ ଫେରି ପାଳିଥିବା ଗାଈ, ଛେଳିର ଯତ୍ନ ନିଅନ୍ତି

ଦୁଗ୍ଧ ସଂଗ୍ରହ କରିବା ପରେ ତାକୁ ନେଇ ବଜାରରେ ବିକନ୍ତି । ସକାଳ ଠାରୁ ପୁଣି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଜକୁ ବିଭିନ୍ନ କାର୍ଯ୍ୟରେ ସେ ନିୟୋଜିତ ରଖିଥାନ୍ତି । ଏହିସବୁ କାର୍ଯ୍ୟରେ ତାଙ୍କର ଦୁଇ ପୁଅ ତାଙ୍କୁ ସାହାଯ୍ୟ କରନ୍ତି ।

 ସ୍ବାମୀ ସନ୍ତୋଷ ମଧ୍ୟ ଘରେ ବସିବସି ରୋଷେଇ କାର୍ଯ୍ୟ କରିଦିଅନ୍ତି । ଦୁଇ ପୁଅଙ୍କୁ ଉଚ୍ଚଶିକ୍ଷିତ କରିବା ପାଇଁ ସେମାନଙ୍କ ପାଠପଢା ଜାରି ରଖିଛନ୍ତି ମଞ୍ଜୁ । ଜଣେ ମହିଳା ହୋଇ ମଧ୍ୟ ନିଜକୁ କେବେ ଦୁର୍ବଳ ନଭାବି ସମାଜର ସ୍ରୋତରେ ଆଗେଇ ଚାଲିଛନ୍ତି ।

ଆଜି ସମାଜରେ ସେ ଅନ୍ୟ ମହିଳା ଙ୍କ ପାଇଁ ସାଜିଛନ୍ତି ଉଦାହରଣ । ମଞ୍ଜୁ ଙ୍କ ଏଭଳି କାର୍ଯ୍ୟ କୁ ନେଇ ସ୍ବାମୀ ସନ୍ତୋଷ ମଧ୍ୟ ବହୁ ଗର୍ବିତ । ପତ୍ନୀ ଯଦି ଏଭଳି କାର୍ଯ୍ୟ କରି ନଥାନ୍ତେ ତେବେ ପରିବାର କେମିତି ଚଳିଥାନ୍ତା ବୋଲି ସେ ପ୍ରଶ୍ନ କରନ୍ତି ।

ତେବେ ଯଦି ସେମାନଙ୍କୁ ସରକାରଙ୍କୁ ତରଫରୁ କିଛି ସାହାଯ୍ୟ ମିଳିଥାନ୍ତା ତାହେଲେ ସେମାନଙ୍କ ଏହି ପରିସ୍ଥିତିରେ କିଛି ସୁଧାର ଆସିପାରନ୍ତା । ପରିଶ୍ରମ କରି ସେ ତାଙ୍କ ଦୁଇ ପୁଅଙ୍କୁ ବଡ ମଣିଶ କରିବାର ସ୍ବପ୍ନ ଦେଖିଛନ୍ତି । ବଡ ପୁଅ +2ରେ ପଢୁଛି ଏବଂ ସାନ ପୁଅ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି ।