Odisha News Portal

Jyotisa Shastra – ବୃହସ୍ପତି କୁମ୍ଭ ରାଶିକୁ ଚଳନ ଫଳରେ କ’ଣ ରହିବ ମକର ଓ କୁମ୍ଭ ରାଶି ଉପରେ ଏହାର ପ୍ରଭାବ ଓ କ’ଣ କରିବେ ପ୍ରତିକାର

ବନ୍ଧୁଗଣ ଆଜି ଆପଣଙ୍କର ଗ୍ରହ ନକ୍ଷତ୍ର ମାନଙ୍କର ଚଳନ ଓ ଅବସ୍ଥିତି କାରଣରୁ ମଣିଷ ଉପରେ ପଡୁଥିବା ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିବା।ସେଥିପାଇଁ ଆଜି ଆମେ ରାଶି ସମ୍ବନ୍ଧୀୟ କିଛି ବିଶେଷ କଥା ଆପଣଙ୍କୁ କହିବାକୁ ଯାଉଛୁ ଯାହା ଆସନ୍ତା କାଲି ଠାରୁ ଫଳପ୍ରଦ ରହିବ।ଆପଣ ଜାଣିଛନ୍ତି ଆପଣଙ୍କ ଜୀବନ ରେ ରାଶିଚକ୍ର ର ଏକ ବଡ଼ ଗୁରୁତ୍ଵ ଏବଂ ମହତ୍ତ୍ଵ ରହିଛି। ଏମିତି ରେ ବି ମନୁଷ୍ୟ ନିଜର ରାଶି ଦ୍ୱାରା ନିଜର ଆଗତ ଭବିଷ୍ୟତ ସମ୍ପର୍କରେ ସମସ୍ତ ପ୍ରକାର ସୂଚନା ଜାଣିବାକୁ ସକ୍ଷମ ହୋଇଥାଏ।ତେବେ ଏହି ମାସ ଆରମ୍ଭ ରୁ ବୃହସ୍ପତି ଙ୍କ ଚଳନ କାରଣରୁ କିଛି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ଭାଗ୍ୟ ସଂପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି।

ଏହାଛଡା କାଲିଠାରୁ ଏହାର ପ୍ରଭାବ ମୁଖ୍ୟତଃ ୨ଟି ରାଶି ଉପରେ ଅଧିକ ପଡ଼ିବ। ଯେହେତୁ ଆପଣ ଜାଣିଛନ୍ତି ଆପଣଙ୍କ ଜୀବନ ରେ ରାଶିଚକ୍ର ର ଏକ ବଡ଼ ଗୁରୁତ୍ଵ ଏବଂ ମହତ୍ତ୍ଵ ରହିଛି। ଗ୍ରହ ଅଶାନ୍ତି ହେଲେ ରାଶି ଯୁକ୍ତ ବ୍ୟକ୍ତି ପାଇଁ ଅଭିଶାପ ପାଲଟି ଯାଏ ଏବଂ ତା ଉପରେ ସକାରତ୍ମକ ପ୍ରଭାବ ପଡିଥାଏ। ଆସନ୍ତୁ ଜାଣିବା ଏହି ଲେଖାରେ ବୃହସ୍ପତି ଚଳନ କାରଣରୁ ବୃହସ୍ପତି ସଞ୍ଚାର କୁମ୍ଭ ରାଶିକୁ ହେଉ ଥିବା କାରଣରୁ ୨ ଟି ରାଶିର ବ୍ୟକ୍ତି ବିଶେଷ ଯଥା କୁମ୍ଭ ଏବଂ ମକର ରାଶିର ସମସ୍ତ ପୁରୁଷ ଓ ମହିଳା ଙ୍କ କ୍ଷେତ୍ରରେ କେଉଁ ସବୁ ପରିବର୍ତ୍ତନ ପରିଲକ୍ଷିତ ହେବାକୁ ଯାଉଛି। ଏହାଛଡା ଏହାର ପ୍ରଭାବ ବିଷୟରେ ଜାଣିବା ସହିତ ତାର ପ୍ରତିକାର ବ୍ୟବସ୍ଥା ମଧ୍ୟ ଆମେ ଜାଣିବା।

୧) କୁମ୍ଭ ରାଶି-

ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ କ୍ଷେତ୍ରରେ ବୃହସ୍ପତି ପ୍ରଥମ ବା ଜନ୍ମ ଭାବରେ ପ୍ରବେଶକରି ପଞ୍ଚମସ୍ଥାନ, ସପ୍ତମସ୍ଥାନ ଓ ନବମସ୍ଥାନକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଥିବା କାରଣରୁ ଆପଣଙ୍କୁ ଅନେକ ଶୁଭାଫଳ ପ୍ରାପ୍ତ ହେବାକୁ ଯାଉଛି। ଆପଣଙ୍କ ପାଇଁ ସନ୍ତାନ ସନ୍ତତି, ଜୀବନସାଥି ଓ ପିତୃ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଫଳ ମିଳିବାର ଯୋଗ ରହିଛି।ପୁତ୍ର କନ୍ୟାଙ୍କର ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହେବାର ଅଛି।ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖମୟ ହେବା ସହିତ ପାରିବାରିକ ଖୁସି ଏବଂ ଉତ୍ତମ ବୁଝାମଣା ଭିତରେ ଆଗାମୀ ଦିନ ଅତିବାହିତ ହେବ। ବ୍ୟବସାୟ ରେ ଲାଭ ହେବ। ଆପଣ ପ୍ରତିକାର ପାଇଁ  ଓଁ ଗ୍ରାଂ ଗ୍ରୀଂ ଗ୍ରୌଂ ସଃ ଗୁରବେ ନମଃ ମନ୍ତ୍ରକୁ ପ୍ରତିଦିନ ଜପ କରନ୍ତୁ।

୨) ମକର ରାଶି-

ଆପଣଙ୍କ କର୍ମକ୍ଷେତ୍ରରେ ଉନ୍ନତି ଘଟିବା ସହିତ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଧାର୍ମିକ କାର୍ଯ୍ୟ, ଯଜ୍ଞ ଆଦି କାର୍ଯ୍ୟରେ ମନୋନିବେଶ କରିବେ। ଅଳଙ୍କାର କ୍ରୟ କରିବେ। ଧନ ସମ୍ପଦ ବୃଦ୍ଧି ପାଇବ। ଶିକ୍ଷା କ୍ଷେତ୍ରରେ ସଫଳତା ପାଇବା ସହିତ ପ୍ରଭାବଶାଳୀ ବ୍ୟକ୍ତି, ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ବନ୍ଧୁତା ସ୍ଥାପନ କରିବେ। ଅନେକ ସୂତ୍ରରୁ ଧନ ଆଗମନର ସୂଚନା ରହିଛି। ପ୍ରତିକାର ପାଇଁ ଓଁ ବୃଂ ବୃହସ୍ପତୟେ ନମଃ ମନ୍ତ୍ରକୁ ପ୍ରତିଦିନ ଜପ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।