ହଜି ଯାଇଥିବା ସ୍ବାମୀଙ୍କୁ ଫେରି ପାଇଲେ ମହିଳା।ପୁଣି ଝଟକିଲା ବିଧବା ମହିଳାଙ୍କ ମଥାରେ ସିନ୍ଦୂର। ମହିଳାଙ୍କର ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ବିଧବାର ହୋଇ ଯେଉଁ ଜୀବନ କାଟୁଥିଲେ ମହିଳା ସେଥିରୁ ସେ ବର୍ତ୍ତମାନ ମୁକ୍ତି ପାଇଛନ୍ତି। ଆଉ ସେ ବିଧବା ହୋଇ ବଞ୍ଚିବେ ନାହିଁ ସଧବା ହୋଇ ସ୍ବାମୀଙ୍କ ସହିତ ଜୀବନ ବିତାଇବେ।
ହଁ ଆଜ୍ଞା ମହିଳାଙ୍କ ସିନ୍ଥି ପୁଣି ଝଟକିଲା ଲାଲି ସିନ୍ଦୂର।ଦୀର୍ଘ ୨୩ ବର୍ଷ ହେଲା ବିଧବା ଜୀବନ ବିତାଉଥିଲେ ହେଲେ ଏବେ ଦୀର୍ଘ ବର୍ଷ ପରେ ସଧବା ହୋଇଛନ୍ତି ମହିଳା। ତାଙ୍କର ମୃତ ଘୋଷିତ ସ୍ଵାମୀ କୀର୍ତ୍ତିଚନ୍ଦ୍ର ପୁଣି ତାଙ୍କ ପାଖକୁ ଫେରି ଆସିଛନ୍ତି। ଆଉ ନିଜ ହତାରେ ମହିଳାଙ୍କୁ ଦେଇଛନ୍ତି ସିନ୍ଦୂର। ଆଉ ନିଜ ହଜି ଯାଇଥିବା ସ୍ଵାମୀଙ୍କୁ ପାଇ ଖୁସିରେ ଗଦଗଦ ହୋଇ ଯାଉଛନ୍ତି ପ୍ରମିଳା।
ସୂଚନା ଅନୁଯାୟୀ ନିମାପଡ଼ା ପାତି ପାଇକ ସାହିର କୀର୍ତ୍ତିଚନ୍ଦ୍ର ୧୯୯୯ ମସିହା ମହାବାତ୍ୟାର ଦୁଇ ଦିନ ପୂର୍ବରୁ କୁଆଡେ଼ ଚାଲି ଯାଇଥିଲେ। ଦୀର୍ଘ ବର୍ଷ ଧରି କୀର୍ତ୍ତିଚନ୍ଦ୍ର ନ ମିଳିବାରୁ ତାଙ୍କୁ ମୃତ ଘୋଷିତ କରା ଯାଇଥିଲା। ତେବେ ପଶ୍ଚିମବଙ୍ଗରେ କୀର୍ତ୍ତିଚନ୍ଦ୍ରଙ୍କୁ ଉଦ୍ଧାର କରାଯାଇ ସେଠାରେ ତାଙ୍କର ଚିକିତ୍ସା କରା ଯାଉଥିଲା। ସୁସ୍ଥ ହେବା ପରେ ନିମାପଡ଼ା ଥାନାରେ ଯୋଗାଯୋଗ କରାଯାଇ ପରିବାରକୁ ଖବର ଦିଆ ଯାଇଥିଲା।
ତେବେ କୀର୍ତ୍ତିଚନ୍ଦ୍ର ଫେରି ଆସିବା ନେଇ ସମସ୍ତେ ଖୁସି ପରିବାର ଭିତରେ ଏକ ଖୁସିର ବାତାବରଣ ସୃଷ୍ଟି ହୋଇଛି। କୀର୍ତ୍ତିଚନ୍ଦ୍ରଙ୍କୁ ପୁଣି ଥରେ ଜୀବନ ଧରି ଦେଖି ପାରିବେ ବୋଲି ଯାହା ପରିବାର ଲୋକ ଆଶା କରି ନଥିଲେ କିନ୍ତୁ ତାହା ଆଜି ସତ ହୋଇଛି ଯାହାକୁ ସହଜରେ ବିଶ୍ଵାସ କରି ପାରୁ ନାହାଁନ୍ତି ପରିବାର ଲୋକେ।
ତେବେ କୀର୍ତ୍ତିଚନ୍ଦ୍ର ଫେରି ଆସିବା ପରେ ସରକାରୀ କାଗଜପତ୍ର ସହ ସମସ୍ତ ସୁବିଧା ସୁଯୋଗ ମିଳିବା ନେଇ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ପରିବାର। କୀର୍ତ୍ତିଚନ୍ଦ୍ରଙ୍କ ପୁଅ ସହଦେବ ବରାଳଙ୍କ କହିବା ଅନୁଯାୟୀ ସେ ତାଙ୍କ ବାପାଙ୍କ ମୃତ୍ୟୁ ଖବର ପାଇ ତାଙ୍କର ଶୁଦ୍ଧି କ୍ରିୟା କରି ଡେଥ୍ ସାର୍ଟିଫିକେଟ୍ ମଧ୍ୟ ବାହାର୍ କରି ସାରିଥିଲେ ତେବେ ତାଙ୍କ ବାପା ଏବେ ଫେରି ଆସିଥିବା ନେଇ ସେ ବେଶ୍ ଖୁସି ଅଛନ୍ତି।
ମୃତ ଘୋଷିତ ହୋଇ ଦୀର୍ଘ ୨୩ ବର୍ଷ ପରେ ଘରକୁ ଫେରି କୀର୍ତ୍ତିଚନ୍ଦ୍ର ମଧ୍ୟ୍ୟ ବେଶ୍ ଖୁସି ଅଛନ୍ତି ବୋଲି ଜଣାଇଛନ୍ତି। ଆଉ ସ୍ତ୍ରୀଙ୍କ ମୁଣ୍ଡରେ ପୁଣି ଥରେ ସିନ୍ଦୁର ଦେଇ ସ୍ତ୍ରୀକୁ ସଧବାର ପରିଚୟ ହେଇଛନ୍ତି। ନିଜ ହଜି ଯାଇଥିବା ସ୍ବାମୀଙ୍କୁ ଫେରି ପାଇ ସ୍ତ୍ରୀ ପ୍ରମିଳା ମଧ୍ୟ ଖୁସିରେ ଗଦଗଦ ହୋଇ ପଡିଛନ୍ତି। ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚା ଲାଗି ରହିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।