ବୋରୱେଲ ଭିତରେ ଫସି ରହିଛି ଜୀବନ।୬ ବର୍ଷର ଶିଶୁ ପୁତ୍ରର ଜୀବନ ଫସି ରହିଛି ବୋରୱେଲ ଭିତରେ। ପାଖାପାଖି ୫୦ ଫୁଟ ତଳକୁ ଖସି ପଡ଼ିଛି ୬ ବର୍ଷର ବାଳକ। ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ଉଦ୍ଧାର କାରୀ ଟିମ୍ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାମ ଜାରି ରଖିଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ବାଳକକୁ ଉଦ୍ଧାର କରା ଯାଇ ପାରିନି।
ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ମଧ୍ୟପ୍ରଦେଶ ବେତୁଁ ଜିଲ୍ଲା ମାଣ୍ଡାବୀ ଗାଁରେ ବୋରୱେଲ ଭିତରକୁ ଖସି ପଡିଛି ୮ ବର୍ଷର ଶିଶୁ। ପିଲାଟିର ନା ହେଉଛି ତନ୍ମୟ ସାହୁ। ତନ୍ମୟ ବାପାଙ୍କ ସହ ବିଲକୁ ଯାଇଥିବା ସମୟରେ ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି।ବୋରୱେଲର ଗଭୀରତା ୪୦୦ ଫୁଟ ହୋଇଥିବା ବେଳେ ପିଲାଟି ୫୦ ଫୁତ୍ରେ ଅଟକି ରହିଥିବାର ଜଣା ପଡିଛି। ଘଟଣା ସ୍ଥଳରେ ପ୍ରଶାସନ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଜେସିବି ମେସିନ ସାହାଯ୍ୟରେ ଗାତ ଖୋଳା ଚାଲିଛି।ପିଲାଟିକୁ ପାଇପ ଯୋଗେ ଅକ୍ସିଜେନ୍ ଯୋଗାଇ ଦିଆ ଯିବାର ବ୍ୟବସ୍ଥା ମଧ୍ୟ କରା ଯାଇଛି। ମଧ୍ୟପ୍ରଦେଶର ଭୋପାଳ ଓ ହୋସଂଗାବାଦରୁ ଦୁଇଟି ଏସଡିଆରଏଫ୍ ଟିମ୍ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବେତୁଲ ଜିଲ୍ଲା ମାଣ୍ଡବୀ ଗାଁର ସୁନୀଲ ସାହୁ ଗତକାଲି ସଂଧ୍ୟା ସମୟରେ ତାଙ୍କର ୬ ବର୍ଷର ପୁଅ ତନ୍ମୟକୁ ନେଇ ବିଲକୁ ଯାଇଥିଲେ।
ଏହି ସମୟରେ ତନ୍ମୟ ବୋରୱେଲ ଗାତ ଭିତରକୁ ଚାହୁଁଥିବା ବେଳେ ଅଚାନକ ତନ୍ମୟଏ ପାଦ ବୋରୱେଲ ଗାତ ଭିତରକୁ ଖସି ଯାଇଥିଲା।ଆଉ ସେ ଭାରସାମ୍ୟ ହରାଇ ଗାତ ଭିତରକୁ ଖସି ପଡ଼ିଥିଲେ। ଆଉ ଏ ବାବଦରେ ପରିବାର ଲୋକେ ତୁରନ୍ତ ପୋଲିସ୍ କୁ ଖବର ଦେଇଥିଲେ। ସନ୍ଧ୍ୟା ୬ ଟାରେ ପୋଲିସ୍ ଓ ପ୍ରଶାସନ ଅଧିକାରୀ ଘଟଣା ସ୍ଥଳରେ ପହଁଚି ଥିଲେ। ଆଉ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ। ରାତି ୭.୩୦ ମିନିଟ୍ ରେ ଜେସିବି ଯୋଗେ ଗାତ ଖୋଳିବା ଅଭିଯାନ ଆରମ୍ଭ ହୋଇଥିଲା। ସେହିପରି ୮ଟା ସମୟରେ ତନ୍ମୟକୁ ପାଇପ୍ ଯୋଗେ ଅକ୍ସିଜେନ ଯୋଗାଇ ଦିଆ ଯାଇଥିଲା।
ତେବେ ସୂଚନା ଅନୁଯାୟୀ ଗୋଟିଏ ସପ୍ତାହ ପୂର୍ବରୁ ସୁନୀଲ ସାହୁ ଏହି ବୋରୱେଲ ଖୋଳି ଥିଲେ। ବୋରୱେଲ ଜଳସ୍ତର କମି ଯିବାରୁ ସେ ବୋରୱେଲ ଲାଗିଥିବା ମଟରକୁ ଖୋଲି ଘରକୁ ନେଇ ଯାଇଥିଲେ। ଆଉ ବୋରୱେଲକୁ ସେ ଢାଙ୍କି ନଥିଲେ କି କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା କରି ନଥିଲେ। ଆଉ ଗତ କାଲି ତାଙ୍କ ପୁଅକୁ ନେଇ ବିଲକୁ ଯିବା ସମୟରେ ପୁଅ ତନ୍ମୟ ଏହି ବୋରୱେଲ ଗାତ ଭିତରକୁ ଖସି ପଡ଼ିଥିଲା। ତେବେ ବର୍ତ୍ତମାନ ସମୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ପ୍ରଶାସନ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।