Odisha News Portal

Breaking News – ଆଉ ନାହାଁନ୍ତି ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓ । ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ଜଣାଇଲେ ସମବେଦନା….

ବର୍ତ୍ତମାନର ସବୁଠୁ ବହୁତ ବଡ ଏବଂ ଦୁଃଖଦ ଖବର, ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓ ଙ୍କର ଗତ କାଲି ଅପରାହ୍ନ ସମୟରେ ପରଲୋକ ହୋଇ ଯାଇଛି । ତେବେ ତାଙ୍କର ଏହି ନିଧନରେ ଏବେ ସାରା ରାଜ୍ୟରେ ଶୋକର ଲହରୀ ମାଡି ଯାଇଛି । ଖବର ଅନୁଯାୟୀ,କଟକ ଶ୍ରୀରାମ ଚନ୍ଦ୍ର ଭଂଜ‌ ମେଡିକାଲ କଲେଜ ଏବଂ ହସ୍‌ପିଟାଲ ରେ ଗତ କାଲି ଅପରାହ୍ନ ସମୟ ରେ ବିଶିଷ୍ଟ ତଥା ପ୍ରଖ୍ୟାତ ସମାଜସେବୀ ଚିର୍ ଦିନ ପାଇଁ ଆଖି ବୁଜି ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଏହି କିଛି ଦିନ ପୂର୍ବରୁ ହଠାତ୍ ତାଙ୍କ ଶରୀର ଅସୁସ୍ଥ ହୋଇ ପଡିଥିଲା ।

ସେଥିପାଇଁ ପାଇଁ ତାଙ୍କୁ ସଂଗେ ସଂଗେ ତାଙ୍କୁ କଟକ ସ୍ଥିତ ଏସିବୀ ମେଡିକାଲ୍ ରେ ଆଡମିଟ୍ କରା ଯାଇଥିଲା । ଆଉ ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ରେ ଅଳ୍ପ ସୁଧାର ମଧ୍ୟ ଆସିଥିଲା କିନ୍ତୁ ଗତ କାଲି ହଠାତ୍ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ ହେବାରୁ ପଦ୍ମଶ୍ରୀ ଡି. ରାଓ ଙ୍କ ପରଲୋକ ହୋଇ ଯାଇଛି ।

ତେବେ ତାଙ୍କର ବିୟୋଗ ସମସ୍ତଙ୍କୁ ବହୁ ମର୍ମାହତ କରିଛି । କାହିଁକି ନାଁ ସେ ଜଣେ ବିଶିଷ୍ଟ ସମାଜସେବୀ ଥିଲେ ସମାଜ ପାଇଁ ବହୁତ ମହତ୍ୱପୂର୍ଣ୍ଣ ତଥା ଗୁରୁତ୍ବପୂର୍ଣ୍ଣ କାମ କରି ଆଜି ମୃତ୍ୟୁବରଣ କରି ବି ସମସ୍ତ ଙ୍କ ମନରେ ଚିର ଅମର ହୋଇ ରହିଛନ୍ତି । ପଦ୍ମଶ୍ରୀ ଡି.ପ୍ରକାଶ ରାଓ ବକ୍ସିବଜାର ପେନସନ ଲେନର ଡି. କ୍ରିଷ୍ଣମୂର୍ତ୍ତି ଏବଂ ଡି. ଲକ୍ଷ୍ମୀଙ୍କ 3 ଜଣ ସନ୍ତାନଙ୍କ ମଧ୍ୟରୁ ଥିଲେ ସବୁଠାରୁ ବଡ଼ ସନ୍ତାନ । କଟକ ସହରରେ ସେ ବିଶିଷ୍ଟ ସମାଜସେବୀ ଥିଲେ ।


ଏହାଛଡା 19 ବର୍ଷ ପୂର୍ବରୁ ସେ ‘ଆଶା ଓ ଆଶ୍ୱାସନା’ ନାମରେ ଏକ ଶିକ୍ଷାନୁଷ୍ଟାନ ପ୍ରତିଷ୍ଠା କରିଥିଲେ । ଯେଉଁଥିରେ ସେ ବସ୍ତି ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରି ଚର୍ଚ୍ଚାର ବିଷୟ ପାଲଟିଥିଲେ । ଏହାସହିତ ବକ୍ସିବଜାରରେ ସ୍ୱତନ୍ତ୍ର ଭାବରେ ଚା’ ବିକ୍ରି କରି ଚର୍ଚ୍ଚାରେ ରହିଥିଲେ । କାହିଁକି ନାଁ ସେ ଗ୍ରାହକ ମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହିତ ସେମାନଙ୍କୁ ମାଗଣାରେ ଖବରକାଗଜ ଏବଂ ମ୍ୟାଗାଜିନ ପଢିବାକୁ ମଧ୍ୟ ଦେଉଥିଲେ ।

ନିଜ ଜୀବନ କାଳ ମଧ୍ୟରେ ସେ218 ଥର ରକ୍ତ ଦାନ କରି ଅନେକ ଲୋକଙ୍କୁ ଜୀବନଦାନ ଦେଇଛନ୍ତି । ଏହାସହିତ ସେ 17 ଥର ପ୍ଲେଟଲେଟ୍ସ ମଧ୍ୟ ଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2018 ମେ’ 26 ତାରିଖରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ କଟକରେ ଶ୍ରୀ ରାଓଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ କରିଥିଲେ । ନିଜର ସମାଜସେବା ପାଇଁ ସେ ପୂର୍ବରୁ ଶ୍ରୀ ରାଓ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ ଆୱାର୍ଡ, ଆନିବେଶାନ୍ତ ସମ୍ମାନ, ଭାରତ ବିକାଶ ସମ୍ମାନ ଭଳି ବହୁ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହାସହିତ 2019ରେ ଡି.ପ୍ରକାଶ ରାଓଙ୍କୁ ପଦ୍ମଶ୍ରୀ ଉପାଧିରେ ମଧ୍ୟ ସମ୍ମାନିତ କରାଯାଇଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।