Odisha News Portal

Breking News – ଆଉ ଶୁଭିବନି ତାଙ୍କ ପ୍ରବଚନ! ପରଲୋକରେ ପ୍ରବଚକ ଚାରଣ ରାମଦାସ, ଜାଣନ୍ତୁ କେମିତି ହେଲା ତାଙ୍କ ମୃତ୍ୟୁ

ସମଗ୍ର ବିଶ୍ୱରେ ବର୍ତ୍ତମାନ କରନା ଭାଇରସ ଏକ ଆତଙ୍କ ସୃଷ୍ଟି କରିଛି। ଗତ ବର୍ଷ ଅପେକ୍ଷା ଏହି ବର୍ଷ ଅତି ଭୟାବହ ରୂପ ଧାରଣ କରିଛି। ଏ ବର୍ଷ କରନା ଯୋଗୁଁ ଅଧିକ ଲୋକ ମରୁଛନ୍ତି, ବର୍ତ୍ତମାନ ଦେଶରେ ଏପରି ସ୍ଥିତି ଉପୁଜିଛି ଯେ , ଲୋକଙ୍କୁ ସମସାନରେ ମଧ୍ୟ ଜାଗା ମିଳୁନାହିଁ। ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକ କରନାରେ ସଂକ୍ରମିତ ହେଉଛନ୍ତି। ଏବଂ ହଜାର ହଜାର ଲୋକ ପ୍ରତ୍ୟେକ ଦିନ ମରୁଛନ୍ତି। ବର୍ତ୍ତମାନ କରାନାର ଦ୍ୱିତୀୟ ଲହରୀ ଚାଲିଛି, ଦ୍ୱିତୀୟ ଲହରୀ ଏତେ ଭୟଙ୍କର ଯେ ଲୋକ ମାନେ ଅକ୍ସିଜେନ ଅଭାବରୁ ମୃତ୍ୟୁ ବରଣ କରୁଛନ୍ତି। ପ୍ରତ୍ୟେକ ଦିନ ବିଭିନ୍ନ ଜାଗାରୁ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳୁଛି, ଯାହାକୁ ଦେଖିବା ମାତ୍ରେ ରୁମ ଟାଙ୍କୁରି ଉଠୁଛି।

ତେବେ ବନ୍ଧୁଗଣ ଏହି କୋଭିଡ ରେ ଅନେକ ବିଶିଷ୍ଟ ବ୍ୟକ୍ତି ମାନେ ମୃତ୍ୟୁ ହୋଇ ଯାଉଥିବା ଖବର ଶୁଣିବା ପାଇଁ ମିଳୁଛି। ତେବେ ବର୍ତ୍ତମାନ ର ବାତ୍ୟା ସମୟରେ ବିଶିଷ୍ଟ ପ୍ରଚାରକ ଚାରଣ ରାମ ଦାସଙ୍କର କରନା ରେ ମୃତ୍ୟୁ ଘଟିଛି। ତେବେ ଏଭଳି ଖବର ଶୁଣିବା ପରେ ସମଗ୍ର ଓଡିଶାରେ ଶୋକର ଛାୟା ଖେଳି ଯାଇଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ;

ବର୍ତ୍ତମାନ ଭଳି ପରିସ୍ଥିତି ରେ ଲୋକେ ବାତ୍ୟା ପାଇଁ ଅନେକ ଆଶଙ୍କା ରେ ଗତି କରୁଥିବା ବେଳେ ଏଭଳି ପରିସ୍ଥିତି ରେ ଲୋପ୍ରିୟ ପ୍ରଚାରକ ଚାରଣ ରାମଦାସ ଙ୍କ ବିୟୋଗ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ତେବେ ସୂଚନା ଅନୁସାରେ ବିଶିଷ୍ଟ ପ୍ରବର୍ତ୍ତକ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ, ତାଙ୍କୁ ପୁରୀ ମେଡ଼ିକାଲ କୁ ଅଣାଯାଇଥିଲା। ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ଏବଂ ପରେ ତାଙ୍କୁ କୋଭିଡ ଟେଷ୍ଟ କରାଯାଇଥିଲା। ପରେ ତାଙ୍କୁ ଅକ୍ସିଜେନ ଦିଆଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ଆସିନଥିଲା। ଏବଂ କାଲି ରାତି ୯ ଟାରେ ତାଙ୍କର ପରଲୋକ ହୋଇଥିଲା।

ଚାରଣ ରାମ ଦାସଙ୍କର ବଳିଷ୍ଠ ଅବଦାନ ରହିଛି, ଜଗନ୍ନାଥ ଙ୍କ ସଂସ୍କୃତି ପ୍ରଚାର , କେବଳ ସେ ପୁରୀରେ ନୁହନ୍ତି, ସେ ସାରା ଓଡ଼ିଶାରେ ମଧ୍ୟ ତାଙ୍କୁ ଲୋକେ ଜାଣିଛନ୍ତି। ଦିନ ଥିଲା ଓଡ଼ିଆ ଲୋକେ ମାନେ ତାଙ୍କର ପ୍ରବଚନ କେସେଟ ଆଣି ପ୍ରବଚନ ଶୁଣୁ ଥିଲେ। ତାଙ୍କ ପ୍ରବଚନ ଏତେ ଲୋକ ପ୍ରିୟ ଥିଲା ଯେ, ଲୋକେ ଫିଲ୍ମ କେସେଟ ଅପେକ୍ଷା ଚାରଣ ରାମ ଦେବ ବାବାଙ୍କ ପ୍ରବଚନ କେସେଟ ଅଧିକ ବିକ୍ରି ହେଉଥିଲା। ତେବେ ଏଭଳି ଭାବରେ ପ୍ରବଚକ ରାମଦେବଙ୍କ ଅନେକ ଖ୍ୟାତି ରହିଛି କହିଲେ ଅତୁକ୍ତି ହେବନାହିଁ। ତେବେ ତାଙ୍କର ଏପରି ଅଚାନକ ବିୟୋଗ ପୁରୀ ବାସୀ ସମେତ ସାରା ଓଡ଼ିଆରେ ଦୁଃଖ ପ୍ରକାଶ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।