ଆଜିର ଦିନରେ ଫେସକୁ ଗ୍ଲୋ କରିବା ପାଇଁ ସମସ୍ତେ ଚାହିଁଥାନ୍ତି , ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର ପ୍ରଡକ୍ଟ ମଧ୍ୟ ୟୁଜ୍ କରିଥାନ୍ତି । ଆପଣ ଦେଖିଥିବେ ଅଧିକାଂଶ ଝିଅ ମାନଙ୍କ ଫେସ୍ ରେ ବ୍ରଣ ଓ କଳାଦାଗର ସମସ୍ୟା ଦେଖିବାକୁ ମିଳିଥାଏ । ଏହାକୁ ଦୂର କରିବା ପାଇଁ ସେମାନେ ଅନେକ ଚିନ୍ତିତ ମଧ୍ୟ ରହିଥାନ୍ତି , ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଏକ ସହଜ ଘରୋଇ ଉପାୟ ରହିଛି , ଯାହାକୁ ବ୍ୟବହାର କରି ଆପଣ ମାନେ ବ୍ରଣ ଓ କଳାଦାଗ ଭଳି ସମସ୍ୟାକୁ ଦୂର କରି ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।
ଆବଶ୍ୟକ ସାମଗ୍ରୀ :-
1. ନିମ୍ୱପତ୍ର
2. ହଳଦୀ
3. ଦହି
ପ୍ରସ୍ତୁତି ପ୍ରଣାଳୀ :-
ପ୍ରଥମେ ଆପଣ କିଛି ନିମ୍ୱ ପତ୍ରକୁ ଆଣନ୍ତୁ ଏବଂ ତାହାକୁ ଭଲ ଭାବରେ ଧୋଇ ତାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଦ୍ୱିତୀୟ ସାମଗ୍ରୀ ତାହା ଅଟେ ହଳଦୀ ଗୁଣ୍ଡ , ଯାହା ଆମ ସ୍କିନ ପାଇଁ ବହୁତ ଲାଭକାରୀ ଅଟେ । ହଳଦୀରେ ଆଣ୍ଟିସେଫ୍ଟି ଗୁଣ ଭରପୁର ରହିଥାଏ , ହଳଦୀ ବ୍ୟବହାର କରିବା ଦ୍ୱାରା ଫେସରେ ଗୋରାପଣ ଆଣିବା ସହିତ ଦାଗକୁ ରିମଭ କରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ଏଥିପାଇଁ ତୃତୀୟ ସାମଗ୍ରୀ ର ଆବଶ୍ୟକତା ପଡିବ ତାହା ଅଟେ ଦହି , ଯାହା ଆମ ସ୍କିନକୁ ଡ୍ରାଏ ହେବାରୁ ରକ୍ଷା କରିରିଥାଏ । ବର୍ତ୍ତମାନ ଏକ ବାଉଲ ରେ 2 ଚାମଚ ନିମ୍ୱ ପତ୍ରର ପେଷ୍ଟ , ଏକ ଚାମଚ ଦହି ଓ ଶେଷରେ ଅଧା ଚାମଚ ହଳଦୀ ଗୁଣ୍ଡ ଏଡ୍ କରନ୍ତୁ । ଏହାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ , ବର୍ତ୍ତମାନ ଉପଚାରଟି ପ୍ରସ୍ତୁତ ହୋଇ ସାରିଛି ।
ବ୍ୟବହାର ପ୍ରଣାଳୀ :-
ପ୍ରଥମେ ଫେସ୍ କୁ ନରମାଲ ୱାଟରରେ ଭଲ ଭାବରେ ଧୋଇ ନିଅନ୍ତୁ , ଏହାପରେ ସେହି ପେଷ୍ଟକୁ ବ୍ରସ କିମ୍ୱା ଆଙ୍ଗୁଳି ସାହାର୍ଯ୍ୟରେ ଫେସ୍ ରେ ଲଗାନ୍ତୁ । ସମ୍ପୂର୍ଣ୍ଣ ଫେସ୍ ରେ ଲଗାଇ ସାରିବା ପରେ , କାଟିକରି ରଖିଥିବା କାକୁ଼ଡୀକୁ ଆଖିରେ 5 ମିନିଟ ପର୍ଯ୍ୟନ୍ତ ଲଗେଇ ରଖନ୍ତୁ । ଯାହାଫଳରେ ଆଖି ତଳ ରେ ଥିବା କଳାଦାଗ ଦୂର ହୋଇଥାଏ । ଆପଣ ମାନେ ଚାହିଁଲେ ଏହି ପେଷ୍ଟକୁ ଫ୍ରିଜରେ 5 ରୁ 6 ଦିନ ପର୍ଯ୍ୟନ୍ତ ସଂଗ୍ରହ କରି ରଖିପାରିବେ ।
ପ୍ୟାକଟି ସାମାନ୍ୟ ଶୁଖି ଆସିବା ପରେ ନରମାଲ ପାଣିରେ ପ୍ରଥମେ ଧୋଇ ଧୀରେ ଧୀରେ ମସାଜ କରନ୍ତୁ । ପରେ ଫେସ କୁ ଭଲ ଭାବରେ ଧୋଇ ନିଅନ୍ତୁ । ଏହା ଫେସରୁ ସମସ୍ତ କଳାଦାଗ ଦୂର କରିବା ସହିତ ବ୍ରଣ ଓ ଡ୍ରାଏ ସ୍କିନ ଭଳି ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୂର କରିଥାଏ । ତେଣୁ ଆପଣ ମାନେ ଏହାକୁ ସପ୍ତାହରେ 4 ଦିନ ୟୁଜ କରନ୍ତୁ ନିଶ୍ଚିତ ରୂପେ ବେନିଫିଟ୍ ପାଇବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।