Odisha News Portal

ବ୍ରଣ ଓ କଳାଦାଗ ସମସ୍ୟାର ସମାଧାନ, ଆଉ ଜୀବନରେ କେବେ ବି ହେବ ନାହିଁ । Dr. Paras Agrowal

ବର୍ତ୍ତମାନ ପୁରୁଷ ହୁଅନ୍ତୁ ବା ମହିଳା ସମସ୍ତଙ୍କ ଠାରେ ବ୍ରଣ ସମସ୍ୟା ଦେଖାଯାଉଛି , କାରଣ ବ୍ରଣ ବାହାରିବା ଲାଗି ବୟସ ଏକ ମୁଖ୍ୟ କାରଣ । ସାଧାରଣତଃ 12 ରୁ 24 ମଧ୍ୟରେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ । ଏସବୁ ହରମୋନର କାମ ହୋଇଥାଏ , ଯେଉଁ ମାନଙ୍କର ସେବାସିସ୍ ଗ୍ଲାଣ୍ଡ ଅଧିକ ଆକ୍ଟିଭ ଥାଏ ସେମାନଙ୍କ ପାଖରେ ଏହି ସମସ୍ୟା ଅଧିକ ଦେଖାଯାଏ । ଅଧିକ ଫାଷ୍ଟଫୁଡ୍ ଖାଇବା ଓ ଶରୀରରେ ଆବଶ୍ୟକ କରୁଥିବା ସ୍ନେହସାରା ଜାତୀୟ ଖାଦ୍ୟଠୁ ଅଧିକ ଖାଇଲେ ମୁହଁରେ ଅଧିକ ବ୍ରଣ ସମସ୍ୟା ଦେଖାଯାଏ । ବ୍ରଣ ନରହିବା ଲାଗି ଖାଦ୍ୟ ଉପରେ ଅଧିକ ଧ୍ୟାନ ଦେବାକୁ ପଡିଥାଏ ।

ବ୍ରଣ ବାହାରିବା ଲାଗି ଖାଦ୍ୟ , ପାନୀୟ ଓ ଋତୁ ଏକ ଫ୍ୟାକ୍ଟର , ଡାକ୍ତରଙ୍କ ବିନା ପରାମର୍ଶରେ ମୁହଁରେ କୌଣସି ବି ପ୍ୟାକ ଲଗାଇବା ଠିକ୍ ନୁହେଁ । ବ୍ରଣ ସମସ୍ୟାକୁ ଦୂର କରିବା ଲାଗି ଅନେକ ଘରୋଇ ଉପଚାର ରହିଛି । ପ୍ରଥମତଃ ଆପଣ ମାନେ ଅଧିକ ମାତ୍ରାରେ ପାଣି ପିଅନ୍ତୁ , ଗାଧୋଇବା ବେଳେ ପାଣିରେ ହଳଦୀ ଓ ଲିମ୍ୱପତ୍ର ପାକାଇଲେ ଶୀତଦିନେ ସ୍କିନ ବହୁତ ଭଲ ରହିଥାଏ । ଯଦି ବ୍ରଣ ସମସ୍ୟା ଦେଖାଯାଉଛି ତେବେ ଡକ୍ଟରଙ୍କ ପରାମର୍ଶ ନିଅନ୍ତୁ ବିନା ପରାମର୍ଶରେ ମୁହଁରେ କିଛି ବି ଲଗାନ୍ତୁ ନାହିଁ । ବାହାରକୁ ଗଲେ ମୁହଁକୁ ଘୋଡାଇ ରଖନ୍ତୁ , ଚଷମା ବ୍ୟବହାର କରନ୍ତୁ , ଏହାଦ୍ୱାରା ସ୍କିନରେ ଡଷ୍ଟ ବାଜିବ ନାହିଁ ।

ଘରକୁ ଆସିବା ପରେ ଥଣ୍ଡା ପାଣିରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହାଛଡା ଲେମ୍ୱୁ , ଗୋଲାପଜଳ ଓ ଭଲ ମହୁ ଏହି 3ଟି ଜିନିଷକୁ ଭଲ ଭାବରେ ମିଶେଇ , ଗୋଲାପ ଜଳ ସାହାର୍ଯ୍ୟରେ ମୁହଁକୁ ଭଲ ଭାବରେ ପୋଛି ଦିଅନ୍ତୁ । ଯେଉଁଟି ଯେଉଁଟି ବ୍ଲାକସ୍ପଟ ଗୁଡିକ ଅଧିକ ଅଛି ତାହାକୁ ବହୁତ ଗୁରୁତର ସହ ପରିଷ୍କାର କରନ୍ତୁ ଦେଖିବେ ଆପଣଙ୍କର କଳାଦାଗ ଓ କଳାଛଉ ମଧ୍ୟ ଦୂର ହୋଇଯିବ । ଶୀଘ୍ର ଶୋଇବା ଓ ଶୀଘ୍ର ଉଠିବା ଦରକାର ଏହାଦ୍ୱାରା ତିନ୍ତା କମିଯାଇଥାଏ , ଅତିକମରେ ଦିନକୁ 6 ରୁ 8 ଘଣ୍ଟା ଶୋଇବା ଦରକାର । ରାତିରେ ହାଲକା ଖାଦ୍ୟ ଖାଇବା ଉଚିତ୍ । ଏହାଦ୍ୱାରା ନିଦ ଭଲ ହୋଇଥାଏ ।

ବ୍ରଣରେ ଅପରିଷ୍କାର ହାତ ଲଗାଇବା ଠିକ୍ ନୁହେଁ , ମୁହଁରେ ଯଦି ବ୍ରଣ ବାହାରିଛି ତେବେ ମୁଣ୍ଡରେ ତେଲ ଲଗେଇବା ବେଳେ ସତର୍କତା ଅବଲମ୍ୱନ କରନ୍ତୁ । ତେଲ ହାତ କିମ୍ୱା ତେଲ ବ୍ରଣରେ ଲାଗିଲେ ତାହା ସହଜରେ ଭଲ ହୋଇ ନଥାଏ । ତେଣୁ ଲିମ୍ୱ ପତ୍ର ବଟା ହଳଦୀ ବ୍ରଣ ନବାହାରିବାରେ ସାହାର୍ଯ୍ୟ କରିଥାଏ । ଯେଉଁ ମାନଙ୍କର ଅଏଲି ସ୍କିନ ହୋଇଥାଏ ,ସେମାନଙ୍କ ଠାରେ ବ୍ରଣ ସମସ୍ୟା ଅଧିକ ଦେଖାଯାଏ । ବ୍ରଣ ସମସ୍ୟାକୁ ଆମେ ଜେନେଟିକ ବି କହିପାରିବା , ପରିୟଡ୍ସ ସମୟରେ ହରମୋନାଲ ଚେଞ୍ଜ ଲାଗି କିଛି ଲୋକଙ୍କ କ୍ଷେତ୍ରରେ ବ୍ରଣ ସମସ୍ୟା ଦେଖାଯାଇଥାଏ । ବ୍ରଣ ଯଦି ଅନେକ ଦିନ ଯାଏଁ ଶୁଖୁନି ତେବେ ଆଲୋବେରା ବ୍ୟବହାର କଲେ ଉପସମ ମିଳିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।