ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟିକୁ ଦେଖନ୍ତୁ ଖାଦ୍ୟ ସନ୍ଧାନରେ କିଭଳି ଭାବରେ ସମ୍ବର ପହଁଚିଛି ହୋଟେଲ ପାଖରେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ସମ୍ବରଟି ପ୍ରତିଦିନ ସେହି ଜାଗାକୁ ଆସେ ଖାଦ୍ୟର ଅନୁସନ୍ଧାନ ପାଇଁ। ତେବେ ଭିଡିଓରେ ଦେଖିବାକୁ ମିଳୁଛି କି ସମ୍ବରଟି ଖାଦ୍ୟର ସନ୍ଧାନ କରି କରି ଆସି ପହଞ୍ଚିଛି ହୋଟେଲ ପାଖରେ ଆଉ ହୋଟେଲ ମାଲିକ ମଧ୍ୟ ସମ୍ବରକୁ ପାଖକୁ ଡାକି ନେଉଛନ୍ତି। ଆଉ ଗୋଟିଏ ବରା ଖାଇବାକୁ ଦେଉଛନ୍ତି। ତେବେ ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ଆଉ ଏପଟେ ଦେଖିବାକୁ ମିଳୁଛି ଯେ ମଣିଷ ଓ ପଶୁପକ୍ଷୀ ମାନଙ୍କ ମଧ୍ୟରେ ଥିବା ଦୂରତା ଧିରେ ଧିରେ କମିବାରେ ଲାଗିଛି ଭଲ କାରଣ ପାଇଁ ନୁହେଁ ବରଂ ଖରାପ୍ କାରଣ ପାଇଁ। ଆଉ ତାର କାରଣ ହେଉଛି ଯେତେବେଳେ ଜୀବଜନ୍ତୁ ମାନଙ୍କ ବାସସ୍ଥଳୀକୁ ମନୁଷ୍ୟ ମାନେ କାଟି ନଷ୍ଟ କରି ଦେଉଛନ୍ତି ସେହି କ୍ଷେତ୍ରରେ ଜୀବଜନ୍ତୁ ମାନେ ଖାଇବା ଅଭାବରେ ଜନବସତି ଆଡକୁ ଚାଲି ଆସୁଛନ୍ତି।
ଆମ ରାଜ୍ୟ ଓଡିଶାରେ ମଧ୍ୟ୍ୟ ଏଭଳି ଘଟଣା ଦେଖିବାକୁ ମିଳୁଛି। ତେବେ ଏ ସୁନ୍ଦର୍ ଦୃଶ୍ୟ ହେଉଛି କେରଳ ରାଜ୍ୟର। ବ୍ୟକ୍ତି ଜଣଙ୍କ ମାଲାୟଲମ୍ ରେ କିଛି କହୁ ଥିବାର ମଧ୍ୟ ଆପଣ ଶୁଣି ପାରୁଥିବେ। ତେବେ ଏହି ବ୍ୟକ୍ତି ଜଣଙ୍କ କହୁଛନ୍ତି କି ଏହି ସମ୍ବର ଟି ପ୍ରତ୍ୟେକ ଦିନ ସେହି ହୋଟେଲ କୁ କିଛି ଖାଦ୍ୟ ଖାଇବା ପାଇଁ ଆସିଥାଏ। ଆଉ ଏଠାରେ ଖାଇବା ପରେ ସମ୍ବରଟି ଜଙ୍ଗଲ ଭିତରକୁ ଫେରି ଯାଏ।
ତେବେ ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଅନେକ ଏହାକୁ ଖୁବ୍ ପସନ୍ଦ କରୁଥିବା ବେଳେ ଆଉ କିଛି ଜଣ କହିଛନ୍ତି କି ସମ୍ବର୍ ବା ଏହି ହରିଣ ପ୍ରଜାତିର ଜୀବ ଦିନକୁ ଦିନ ନିଜର ବାସସ୍ଥଳୀ ହରାଇ ବସୁଛନ୍ତି। ଆଉ ଯେଉଁ କାରଣ ବସତ୍ ସେମାନେ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି।
ତେବେ ଏହି ଭିଡିଓ ଟିକୁ ସେୟାର କରିଛନ୍ତି ଇଣ୍ଡିଆନ୍ ଫରେଷ୍ଟ୍ ସର୍ଭିସ୍ ର ଡକ୍ଟର ସମ୍ରାଟ୍ ଗୌଡ। ଆଉ ସେ ଲେଖିଛନ୍ତି ସମ୍ବର୍ ପ୍ରତି ଲୋକମାନେ ଯେଉଁ ବ୍ୟବହାର କରୁଛନ୍ତି ତାହା ଖୁବ୍ ଭଲ ଅଟେ। କିନ୍ତୁ ନିଜର ପ୍ରାକୃତିକ ବାସସ୍ଥଳୀ ଛାଡି ସମ୍ବରଟି ସହର ମୁହାଁ ହେବା ଆଦୌ ଶୁଭ ସଂକେତ ନୁହେଁ। ଆଉ ଏହା ସହିତ ସେ ପଚାରିଛନ୍ତି ଯଦି ସମ୍ବର ଟି ଆପଣଂକ ଅଞ୍ଚଳ ଥିବା ହୋଟେଲକୁ ଆସେ ତେବେ ଆପଣ ତାକୁ କଣ ଖାଈବା ପାଇଁ ଦେବେ। ଇଣ୍ଟରନେଟ୍ ରେ ଏହି ଭିଡିଓଟି ବେଶ ଭାଇରାଲ ହେବା ସହିତ ଲୋକ ମାନେ ଏହା ଉପରେ ଖୁବ୍ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ରଖିଛନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।