ବନ୍ଧୁଗଣ ବର୍ତମାନ ପ୍ରାୟ ସମସ୍ତଙ୍କ ଠାରେ ପେଟ ଜନିତ ସମସ୍ୟା ଅଧିକ ଦେଖାଦେଉଛି |ପେଟ ଫୁଲିବା , ଗ୍ୟାସ ହେବା ଏବଂ ଏସିଡ ଜନିତ ସମସ୍ୟା ଅଧିକାଂଶ ଲୋକ ମାନଙ୍କ ଠାରେ ଦେଖାଯାଏ, ଯେଉଁଥି ପାଇଁ ସେମାନେ ଭଲରେ ଖିଆ ପିଆ ମଧ୍ୟ କରନ୍ତି ନାହିଁ |ମୁଁ ଆଜି ଆପଣକୁ ଏହି ସବୁ ସମସ୍ୟାର ସମାଧାନ ପାଇଁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବି ଯାହାକୁ ବ୍ୟବହାର କଲେ ଆପଣଙ୍କ ଏହି ସମସ୍ୟା ସମ୍ପୂର୍ଣ ଦୂର ହୋଇଯିବ |ତେବେ ଆସନ୍ତୁ ଜାଣିବା ଏହି ହୋମ ରିମିଡି କିପରି ପ୍ରସ୍ତୁତ କରିବା ଓ ଏହାର ବ୍ୟବହାର ବିଷୟରେ ଜାଣିବା |
ଆବଶ୍ୟକ ସାମଗ୍ରୀ :-ହରିଡ଼ା
ପ୍ରସ୍ତୁତି :-ଏହି ରିମିଡି ପ୍ରସ୍ତୁତ କରିବା ପାଇଁ ଆପଣକୁ ଅଧିକ କିଛି ସାମଗ୍ରୀର ଆବଶ୍ୟକପଡ଼ିନଥାଏ, ଏହିପାଇଁ ପ୍ରଥମେ ଆପଣକୁ ହରିଡ଼ା ଆବଶ୍ୟକ ଅଟେ |ମାର୍କେଟରୁ କିଛି ଛୋଟ ହରିଡ଼ା ଆଣନ୍ତୁ, ଏହି ହରିଡ଼ାକୁ ଭଲରେ ଧୋଇ ଶୁଖାଇ ଦିଅନ୍ତୁ |ହରିଡ଼ାକୁ ଆପଣ ଡାଇରେକ୍ଟ ଗୁଣ୍ଡ କରିପାରିବେ ନାହିଁ ତେଣୁ ଏହାକୁ ଆପଣ କିଛି ଘିଅ ଦେଇ ଭାଜି ନିଅନ୍ତୁ |ଘିଅରେ ଭାଜିବା ପରେ ଏହା ଫୁଟି ଯାଏ ତେଣୁ ଏହାକୁ ଗୁଣ୍ଡ କରିବା ପାଇଁ ସହଜ ହୋଇଥାଏ |ଏହି ହରିଡ଼ାକୁ ଭାଜି ଥଣ୍ଡା ହେବା ପରେ ଗ୍ରାଇଣ୍ଡିଙ୍ଗ କରି ଗୁଣ୍ଡ ପ୍ରସ୍ତୁତ କରି ରଖାନ୍ତୁ |
ବ୍ୟବହାର :-ଏହି ହରିଡ଼ା ଗୁଣ୍ଡ କୁ ଆପଣ ଦିନରେ ସେବନ କରିବେ ନାହିଁ, ରାତିରେ ଶୁଇବା ସମୟରେ ହରିଡ଼ା ଅଧା ଚାମୋଚ ଉଷମ ପାଣି କିମ୍ବା ନର୍ମାଲ ପାଣିରେ ମିଶାଇ ପିଅନ୍ତୁ କିମ୍ବା ହରିଡ଼ା ଅଧା ଚାମୋଚ ପାଟିରେ ପକାଇ ଉଷମ ପାଣି ଏକ ଗ୍ଲାସ ପିଅନ୍ତୁ |ଏହି ପରି ଆପଣ ଦିନେ ଛାଡି ଦିନେ ଏହାକୁ ସେବନ କରନ୍ତୁ ଦେଖିବେ ଆପଣଙ୍କ ଏସିଡ ଓ ଗ୍ୟାସ ଜନିତ ସମସ୍ୟା ସମ୍ପୂର୍ଣ ଭଲ ହୋଇଯିବ |ଆପଣଙ୍କୁ କୌଣସି ପେଟ ଜନିତ ସମସ୍ୟା ଭୋଗ କରିବାକୁ ପଡିବ ନାହିଁ |
ଏହା ସହିତ ଆପଣ ଯଦି କନଷ୍ଠିପେସନ ଜନିତ ସମସ୍ୟାରେ ଦୀର୍ଘ ଦିନ ହେବ ପୀଡିତ ଅଛନ୍ତି କିମ୍ବା ଆପଣ ଏଥିପାଇଁ କୌଣସି କାମ ମଧ୍ୟ୍ୟ କରିପାରୁ ନାହାନ୍ତି,ତେବେ ଆପଣ ଏହି ହରିଡ଼ା ପାଣି ପିଇବା ସହିତ କିଛି ଫାଇବର ଜାତୀୟ ଖାଦ୍ୟ ନିଶ୍ଚିତ ସେବନ କରନ୍ତୁ |ପ୍ରତ୍ୟେକ ଦିନ 4ରୁ 5ଲିଟର ପାଣି ନିଶ୍ଚିତ ପିଅନ୍ତୁ, ଏହିପରି ଲଗାତାର ଆପଣ ପାଣି ପିଇବା ସହିତ ଫାଇବାର ଜାତୀୟ ଖାଦ୍ୟ ନିଶ୍ଚିତ ଖାଆନ୍ତୁ ଦେଖିବେ ଧୀରେ ଧୀରେ ଆପଣଙ୍କ କନଷ୍ଠିପେସନ ଜନିତ ସମସ୍ୟା ଦୂର ହୋଇଯିବ |ଆପଣକୁ ଏଥିପାଇଁ ଅଧିକ ଚିନ୍ତା ମଧ୍ୟ କରିବାକୁ ପଡିବ ନାହିଁ, କନଷ୍ଠିପେସନ କମିଗଲେ ପେଟରେ ଗ୍ୟାସ ଜନିତ ସମସ୍ୟା ମଧ୍ୟ କମିଯିବ,ଆପଣ ସମ୍ପୂର୍ଣ ସୁସ୍ଥ ହୋଇଯିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।