ବଦହଜମି ରୋଗର କାରଣ, ଲକ୍ଷଣ ,ଚିକିତ୍ସା ଜାଣନ୍ତୁ ?-Dr. Arunadevi

ବଦହଜମି ଏ ରୋଗ ସହିତ ଆମେ ବେଶ ଜଡ଼ିତ। ବଡହଜମି ହେଲେ ଯନ୍ତ୍ରଣା ଦାୟକ ହୋଇଯାଏ ଜୀବନ। ଆଉ ଏଥିରୁ ରକ୍ଷା ପାଇବା ପାଇଁ ଆମେ କେତେବେଳେ ମାର୍କେଟ ରେ ମିଳୁଥିବା କେତେକ ଔଷଧ ଖାଇଥାଉ ତ ଆଉ କେତେବେଳେ ସାଙ୍ଗ ମାନଙ୍କ ପରାମର୍ଶ କ୍ରମେ ଘରୋଇ ଉପଚାର କରିଥାଉ।ତେବେ ଏ ସବୁ ପଦ୍ଧତି ଦ୍ଵାରା ରୋଗର ଠିକ୍ ଉପଶମ ମିଳି ନଥାଏ। ତେବେ କଣ ଏହି ବଦ ହଜମି ରୋଗ ଏବଂ ଏହା ଏସିଡିଟି ଠାରୁ କିପରି ଭିନ୍ନ। ଏହାର ଲକ୍ଷଣ କଣ ରହିଛି ଏବଂ ଏହାର ଚିକିତ୍ସା କିପରି କରାଯାଏ ଆଜି ଆମେ ସେ ବାବଦରେ ଜାଣିବା।

ବଦହଜମିର କଣ?

ବଦହଜମି ଏକ ରୋଗ ନୁହେଁ କେତେକ ରୋଗରେ ବଦହଜମି ଏକ ଲକ୍ଷଣ ରୂପେ ପ୍ରକାଶ ପାଇଥାଏ। ଯେପରିକି ପେପଟିକ୍ ଆଲସର, ଗ୍ୟାଷ୍ଟାଇଟିପ୍ସ, କୋଲେଇଷ୍ଟ୍ରାଇଟିସ, ହାଏଟସ୍ ହାର୍ନିଆ, ପିତ୍ତକୋଷରେ ପଥର, ପାକସ୍ଥଳୀ କର୍କଟ ରୋଗ, ବିଭିନ୍ନ ଅଗ୍ନାଶୟ ରୋଗ, ବୃହନ୍ଦତରେ ଯକ୍ଷ୍ମା ଓ କର୍କଟ ରୋଗ ଇତ୍ୟାଦି ପ୍ରଧାନ । ଖାଦ୍ୟ ବିଷାକ୍ତତା ମଧ୍ୟ ପ୍ରାଥମିକ ଅବସ୍ଥାରେ ବଦହଜମି ସୃଷ୍ଟି କରିଥାଏ।

ବଦହଜମି ର କାରଣ କଣ?

ଦରକାର୍ ଠାରୁ ଅଧିକ ଖାଇବା ଏବଂ ଯଥାଶୀଘ୍ର ଖାଇବା ଅଭ୍ୟାସ ବଦହଜମି ର ଏକ କାରଣ ଅଟେ। ଏହା ସହିତ ଦୀର୍ଘଦିନ ଧରି ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ମଧ୍ୟ ବଦହଜମି ହୋଇଥାଏ। ଅଧିକ ମଦ ଚକୋଲେଟ୍ କିମ୍ବା କାର୍ବୋହାଡ୍ରେଟ ପାନୀୟ ସେବନ କରିବା , ଧୁମ୍ରପାନ କରିବା, ଆଣ୍ଟିବାୟୋଟିକ୍ ଏବଂ ପେନ୍ କିଲର ର ସେବନ କରିବା ଏବଂ ବିଭିନ୍ନ କାରଣ କୁ ନେଇ ସର୍ବଦା ଟ୍ରେସ ରେ ରହିବା ମଧ୍ୟ ବଦହଜମି ର କାରଣ ଅଟେ।

କାହିଁକି ହୁଏ ବଦହଜମି?

ଖାଇବା ପିଇବା ରେ ଅନିୟମିତତା।ମୁଖ୍ୟତଃ କୌଣସି ଖାଦ୍ୟ ଖାଇବାର କିଛି ସମୟ ପରେ ପେଟ ଖରାପ ଲାଗିଲେ, ଅଉ ଉଠାଇଲେ, ବାନ୍ତି ହେଲେ କିମ୍ବା ଛାତି ଜଳାପୋଡା କଲେ ଆମେ ବଦ ହଜମି ହୋଇଛି ବୋଲି କହୁ ।ସାଧାରଣ ଭାବେ ଏହାକୁ ଅଜିର୍ଣ୍ଣ ବୋଲି କୁହାଯାଏ । ଆଉ ଡାକ୍ତରୀ ଭାଷାରେ କୁହାଯାଏ ‘ଡିସପେପସିଆ’ ।

ବଦହଜମିର ଲକ୍ଷଣ କଣ?

ଅଳ୍ପ ଖାଇଲେ ମଧ୍ୟ ପେଟ ପୂରିଲା ପରି ଲାଗିବା, ଖାଇବା ପରେ ପେଟରେ ଅସୁବିଧା ହେଲା ଭଳି ଅନୁଭବ କରିବା, ବଦହଜମିରେ ପେଟ ଭାରି ଭାରି ଲାଗିବା, ପେଟର ଉପରି ଭାଗରେ ଅଳ୍ପ କିମ୍ବା ଅଧିକ ଯନ୍ତ୍ରଣା ଲାଗି ରହିବା, ପେଟ ଓ ଛାତି ରେ ଜଳାପୋଡା ଲାଗି ରହିବାବଦହଜମିର ଘରୋଇ ଉପଚାର:-ପ୍ରଥମେ ଆପଣ କିଛି କିଛି ପୋଦିନା ପତ୍ର ନିଅନ୍ତୁ। ଏହାକୁ ଧୋଇ ପାଣିରେ ସିଝାଇ ଦିଅନ୍ତୁ। ଏବେ ଏହି ପୋଦିନା ପତ୍ରର ରସ୍ କୁ ଏକ ପାତ୍ର କୁ ବାହାର କରି ନିଅନ୍ତୁ। ଏହି ରସ୍ କୁ ପିଇଲେ ବଦହଜମି ରୁ ମୁକ୍ତି ମିଳିଥାଏ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment