Odisha News Portal

ବିଶ୍ବାସ ନ ହେଲେବି ସତ ! ଦେଖନ୍ତୁ ଭିଡିଓ ଏହି ବ୍ୟକ୍ତି ଜଣଙ୍କ କେମିତି ବ୍ଲେଡ ଖାଇ ରୋଜଗାର କରୁଛନ୍ତି ଟଙ୍କା ! ବାଃ ବାଃ ରେ ମଣିଷ…..

ଆପଣ ମାନେ ଅନେକ ପ୍ରତିଭା ଦେଖିଥିବେ ଏବଂ ଅନେକ ସିନେ କଳାକାର ଦେଖିଥିବେ ଆଉ ବହୁତ ଯାଦୁକର ମଧ୍ୟ ଦେଖିଥିବେ । ଯେଉଂମାନେ ବିଭିନ୍ନ ଯାଦୁବିଦ୍ୟା ମାଧ୍ୟମରେ ଲୋକମାନଙ୍କୁ ମନରଞ୍ଜନ କରେଥାନ୍ତି ଏବଂ ତାଙ୍କର ଜୀବିକା ନିର୍ବାହ କରିଥାନ୍ତି । କିନ୍ତୁ ଆଜି ଆମେ ଏମିତି ଜଣେ ଲୋକଙ୍କ ବିଷୟରେ ଆପଣଙ୍କୁ ଜଣେଇବୁ ଯିଏକି ବ୍ଲେଡ ଖାଆନ୍ତି । ତେବେ ତାଙ୍କର ବେଶପୋଷାକରୁ ଲାଗୁଥିଲା ସେ ଜଣେ ଭିକାରି ହୋଇଥିବେ କିନ୍ତୁ ସେ ଭିକାରି ନୁହନ୍ତି ବରଂ ସେ ଜଣେ ରଙ୍ଗମିସ୍ତ୍ରୀ ହିସାବରେ ଭୂବନେଶ୍ବରରେ କାମ କରନ୍ତି

ଏବଂ ନିଜ ପେଟ ଗୁଜୁରାଣ ମେଣ୍ଟେଇବା ପାଇଁ ରଙ୍ଗମିସ୍ତ୍ରୀ କାମ କରିବା ସହିତ ସେ ବ୍ଲେଡ ଚୋବାନ୍ତି ଏବଂ ଯାହାକୁ ଦେଖନ୍ତି ହାତରେ ଦୁଇର ଈସାରା କରନ୍ତି ଅର୍ଥାତ ବ୍ଲେଡ ଚୋବେଇବା ଦେଖିଇଲେ 2ଟଙ୍କା ନିଅନ୍ତି ଏବଂ ବ୍ଲେଡକୁ ଚୋବେଇ ଗୁଣ୍ଡ କରି ଦେଖେଇଲେ 100ଟଙ୍କା ନିଅନ୍ତି ଏବଂ ଯଦି ପେଟକୁ ନେଉଛନ୍ତି ତେବେ ଆହୁରି ଅଧିକ ପଇସା ଦେବାକୁ ପଡିବ । ତେବେ ବ୍ଲେଡ ଚୋବାଉଥିବା ଲୋକ ଜଣକର ବିଷୟରେ ଚାଲନ୍ତୁ ଜାଣିବା ।


ତେବେ ସେହି ଲୋକଟିର ନାମ ହେଉଛି ପ୍ରଭାକର ଦାସ ଏବଂ ଘର ବାଲେଶ୍ବର । ତେବେ ସେ କହିଛନ୍ତି ଯେ ସେ ଭାତ, ରୁଟି ଇତ୍ୟାଦି ଖାଦ୍ୟ ସାମଗ୍ରୀ କିଛି ବି ଖାଇନଥାନ୍ତି କେବଳ ଚାଆ, ଗୁଟକା ଏବଂ ବ୍ଲେଡ ଖାଇଥାନ୍ତି ଏବଂ ତାଙ୍କୁ ଭୋକ , ଶେଷ କିଛି ବି ଲାଗିନଥାଏ । ତେବେ ସେ ବ୍ଲେଡ ପିଲାଦିନରୁ ଖାଉଛନ୍ତି ଏବଂ ତାଙ୍କର ଏଥିରେ କିଛି ବି ହୋଇନାହିଁ କିମ୍ବା ହେବ ନାହିଁ ବୋଲି କହିଛନ୍ତି , ତେବେ ତାଙ୍କର କେବେ ଏଥିରେ ପାଟି କଟି ମଧ୍ୟ ଯାଇନାହିଁ ।

ତେବେ ଲୋକମାନେ ଯେତେବେଳେ ପଚାରନ୍ତି ବର୍ତ୍ତମାନ ପାଟିରେ ବ୍ଲେଡ ଅଛି କି ନାହିଁ ସେତେବେଳେ ସେ ହଁ କୁହନ୍ତି ଏବଂ ପାଟିରୁ ବ୍ଲେଡ କାଢି ଦେଖେଇଦେଲେ 2ଟଙ୍କା ନେଇଥାନ୍ତି । ଚୋବେଇକି ଗୁଣ୍ଡକରି ପକେଇଦେଲେ 5ଟଙ୍କା ଏବଂ ଖାଇଦେଲେ 100ଟଙ୍କା ନେଇଥାନ୍ତି । ଲୋକମାନେ ଏସବୁ ଦେଖି ତାଙ୍କୁ ଟଙ୍କା ଦେଇଥାନ୍ତି ଏବଂ ସେ ସେହି ଟଙ୍କା ନେଇ ଖାଦ୍ୟ ଆଣି ଭୂବନେଶ୍ବରରେ ଯେତେ ବୁଲା କୁକୁର, ଗାଈ,ଷଣ୍ଢ ମାନଙ୍କୁ ଖାଇବାକୁ ଦେଇଦେଇଥାନ୍ତି । କାହିଁକି ନାଁ ତାଙ୍କର କେହି ନାହାଁନ୍ତି ତେଣୁ ସେ ଯାହା ରୋଜଗାର କରନ୍ତି ସବୁ ପଶୁଙ୍କୁ ଦାନ କରିଦେିଥାନ୍ତି ।

 ତେବେ ସେତେବେଳ ସମୟରେ ସେ BA ପଢିଥିବା । ଆଉ ଚାକିରି ଆଶାରେ ଭୂବନେଶ୍ବର ଆସିଥିଲେ । ସେତେବେଳେ ମହତାବ ମନ୍ତ୍ରୀ ଥିଲେ । ସେହି ସମୟରୁ ଏପର୍ଯ୍ୟନ୍ତ ଯେତେ ମନ୍ତ୍ରୀଗଲେଣୀ ସେ ସମସ୍ତଙ୍କୁ କୁହନ୍ତି ତାଙ୍କୁ କୋଉଠି ଗୋଟିଏ ରଖି୍ଦେବା ପାଇଂ କିନ୍ତୁ ସେମାନେ କୁହନ୍ତି ଯେ ଏହିଭଳି କାମ କର ଏବଂ ବାହାନହୋଇ ଏକୁଟିଆ ରହ ।

କେହି ବି ତାଙ୍କ କଥା ଶୁଣନ୍ତି ନାହିଁ ସେହି କାରଣରୁ ସେ ଆଜି ପର୍ଯ୍ୟନ୍ତ କେବେ ଭୋଟ କେଉଁଠି ଦିଆଯାଏ ଦେଖିନାହାଁନ୍ତି କି ଭୋଟ ଦେଇନାହାଁନ୍ତି । ସେ ଗଣତନ୍ତ୍ର ଶାସନକୁ ବହୁତ ଘୃଣା କରିଥାନ୍ତି । ପିଲାଟି ଦିନରୁ ସାଙ୍ଗମାନେ ଚକଲେଟ ଖାଉଥିବା ସମୟରେ ସେ ବ୍ଲେଡ ଖାଉଛନ୍ତି । ବର୍ତ୍ତମାନ ଭୂବନେଶ୍ବରରେ ସତ୍ୟସାଇ ସ୍କୁଲରେ ରୁହନ୍ତି କିନ୍ତୁ ସମସ୍ତଙ୍କ ଘରେ ରାତିରେ ଶୋଅନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।