Odisha News Portal

ହେ ଭଗବାନ !ପୁଣି ଏକ ଅଲିଉଡ ଜଗତକୁ ଆସିଲା ଦୁଃଖଦ ବିଷୟ । ଓଡିଆ ଫିଲ୍ମ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କର ଆଜି ପରଲୋକ ହୋଇଯାଇଛି !

ଅଲିଉଡ ଜଗତକୁ ଆସିଲା ପୁଣି ଏକ ଦୁଃଖଦ ବିଷୟ । ଓଡିଆ ଫିଲ୍ମ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କର ଆଜି ପରଲୋକ ହୋଇଯାଇଛି । ତେବେ ଚଳିତ ବର୍ଷ ଗୋଟିଏ ପରେ ଗୋଟିଏ ହୃଦୟବିଦାରକ ଘଟଣା ଘଟିବାରେ ଲାଗିଛି । ଦେଶର ବହୁ ବିଶିଷ୍ଠ ଲୋକମାନଙ୍କର ବିୟୋଗ ସାରା ଦେଶ ପାଇଁ ଗୋଟିଏ ବଡ ବଡ ଅପୂରଣୀୟ କ୍ଷତି ପହଞ୍ଚାଇ ଦେଇ ଯାଉଛି । ଗୋଟିଏ ପଟେ ଏହି ମହାମାରୀର ଆତଙ୍କ ଅନ୍ୟପଟେ ଏହିପରି ସବୁ ଶୋକଦାୟକ ତଥା ଦୁଖଃଦ ଘଟଣା । ଏହି କରୋନା ରେ ଯେ କେତେ ଲୋକଙ୍କର ମୃତ୍ୟୁ ହେଲାଣି ସେକଥା ଭାବିଲେ ହୃଦୟ ଥର ଉଠେ । ତେବେ ପୁଣି ଓଡିଆ ଇଣ୍ଡଷ୍ଟ୍ରକୁ ଲାଗିଛି ଗୋଟିଏ ବଡ ଶକ୍ତ ଆଘାତ ।

ତେବେ ଚକାଆଖି ସବୁ ଦେଖୁଛି’ ଏବଂ ‘ପୁଅ ମୋର କଳା ଠାକୁର’ ଭଳି ବହୁତ ସୁପରହିଟ୍ ଚଳଚିତ୍ର ଦର୍ଶକ ମାନଙ୍କୁ ଭେଟି ଦେଇଥିବା ପ୍ରଖ୍ୟାତ ସମ୍ମାନନୀୟ ତଥା ବରିଷ୍ଠ ଓଡିଆ ଫିଲ୍ମ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କର ଆଜି ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କର ବୟସ 72 ବର୍ଷ ହୋଇଥିଲା ।

ତେବେ ସୂଚନାଯୋଗ୍ୟ ଜଟଣୀ ସ୍ଥିତ ତାଙ୍କର ବାସ ଭବନରେ ବସିଥିବା ବେଳେ ହାର୍ଟ ଆଟାକ୍ ରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କର ସ୍ତ୍ରୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି । ତାଙ୍କର ବିୟୋଗ ସାରା ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳାଇ ଦେଇଛି ।

ନିର୍ଦ୍ଦେଶକ ରାଜୁ ମିଶ୍ର ବହୁତ ସାରା ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏପରିକି ଓଡ଼ିଆ ଚଳଚ୍ଚିତ୍ର ପାଇଁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାରରେ ମଧ୍ୟ ସେ ପୁରସ୍କୃତ ହୋଇଥିଲେ । ରାଜୁ ମିଶ୍ର ‘ସାଗର ଗଙ୍ଗା’, ରୁପା ଗାଁ’ର ସୁନା କନିଆ, ସତ ମିଛ, ଉଲକା, ପଥର ଖସୁଛି ବଡ଼ ଦେଉଳୁ, ମମତା ମାଗେ ମୁଲ ଭଳି ଆହୁରି ଅନେକ ଓଡିଆ ଚଳଚିତ୍ର ତାଙ୍କ ନିର୍ଦ୍ଦେଶନାରେ ହୋଇଥିଲେ ।
ରାଜୁ ମିଶ୍ର ସୂର୍ଯ୍ୟ ମିଶ୍ରଙ୍କ ସହିତ ମିଶି ‘ଉଲ୍‌କା’ ଚଳଚିତ୍ର ମାଧ୍ୟମରେ ନିଜର ନିର୍ଦ୍ଦେଶନା କ୍ୟାରିୟର ବା ଜୀବନ ଆରମ୍ଭ କରିଥିଲେ । 1977 ମସିହାରେ ପୁନେ ସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବା FTII ରୁ ଗ୍ରାଜୁଏଟ୍ କରିଥିବା ରାଜୁ ମିଶ୍ର ଦିମ୍ବଗତ ଅଭିନେତ୍ରୀ ସ୍ମିତା ପାଟିଲଙ୍କୁ ନେଇ ମରାଠୀ ଫିଲ୍ମ ‘ସର୍ବସାକ୍ଷୀ’ କରିଥିଲେ । ଏହି ଚଳଚିତ୍ରଟି ହେଉଛି ତାଙ୍କର ଜାତୀୟ ପୁରସ୍କାର ହାସଲ ମଧ୍ୟ କରିଥିଲା । ଏହାଛଡା ସେ କିଛି ଆସାମୀ ଫିଲ୍ମରେ ମଧ୍ୟ ନିର୍ଦ୍ଦେଶନା ଦେଇ ଥିଲେ । ଯେଉଁ ଫିଲ୍ମ ଗୁଡିକ ଜାତୀୟ ଏବଂ ଆନ୍ତର୍ଜାତୀୟ ପୁରଷ୍କାର ମଧ୍ୟ ପ୍ରାପ୍ତ କରିଥିଲା ।

ତେବେ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ଫିଲ୍ମ ‘ଲକ୍ଷ୍ମୀର ଅଭିସାର ପାଇଁ’ 9 ଟି ରାଜ୍ୟ ସ୍ତରୀୟ ପୁରସ୍କାର ମଧ୍ୟ ହାସଲ କରିଛି । ରାଜୁ ତାଙ୍କର 35 ବର୍ଷର ଏହି ଲମ୍ବା ନିର୍ଦ୍ଦେଶନା କ୍ୟାରିୟରରେ ଅନେକ ଫିଲ୍ମରେ ଫଟୋଗ୍ରାଫୀ ଓ ନିର୍ଦ୍ଦେଶନା ଦେଇଛନ୍ତି । ଏହାସହିତ ସେ 30 ରୁ ଅଧିକ ଚଳଚିତ୍ରରେ ସଂଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏଥି୍ ମଧ୍ୟରୁ ତାଙ୍କର 12 ଗୋଟି ଚଳଚିତ୍ରକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବହୁତ ସାରା ପୁରଷ୍କାର ଏବଂ ପ୍ରଶଂସା ମିଳିଛି । ତେବେ ନିର୍ଦ୍ଦେଶକ ରାଜୁ ମିଶ୍ର IIFA ର 44ତମ ସଂସ୍କରଣରେ ଜୁରୀ ସଦସ୍ୟ ଭାବରେ ମଧ୍ୟ ରହିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।