Odisha News Portal

ଦେଖନ୍ତୁ ଭିଡ଼ିଓ : ବର୍ଥଡେ ନୁହେଁ ମୃତ୍ୟୁ ଭିଡିଓ ସୁଟ କରୁଥିଲା ପୁଅ, ଦେଖିଲେ ହେବେ ତାଯୁବ….

ବାସ୍ତବରେ ଦୁର୍ଘଟଣା ହେଉଛି କଷ୍ଟଦାୟକ ଏବଂ ଦୁଃଖ ଦାୟକ।ପ୍ରକୃତରେ ବିପଦ କେତେବେଳେ କାହା ପାଖକୁ ମାଡି ଆସିବ ତାହା ଜାଣିବା ସହଜ କିମ୍ବା ସମ୍ଭବ ନୁହଁ।ବେଳେବେଳେ ନିଜର ସାମାନ୍ୟ ଅସାବଧାନତା ପାଇଁ ବି ଅକାରଣରେ ଜୀବନ ଚାଲି ଯାଇଥାଏ।ତେଣୁ ସେଥିପ୍ରତି ଆମକୁ ସଚେତନ ଏବଂ ଯତ୍ନଶୀଳ ରହିବାକୁ ପଡ଼ିବ। ସେହିଭଳି ଅସାବଧାନତା କାରଣରୁ କେତେ ବଡ଼ ବିପଦ ଘଟି ପାରେ ତାହାର ନଜିର ଆପଣ ନିହାତି ଅନେକ ଘଟଣାରୁ ପାଇଥିବେ। ଆଉ ମୃତ୍ୟୁ କେତେବେଳେ କାହା ନିକଟରେ ଆସି ସମ୍ମୁଖୀନ ହେବ ତାହା କହିବା ସମ୍ଭବ ନୁହେଁ।ଏହା ଏକ ଆକସ୍ମିକ ଦୁର୍ଘଟଣା ସଦୃଶ ହୋଇଥାଏ।

ଏହା ଯେତେବେଳେ ଆସିଥାଏ ସେତେବେଳେ ସମସ୍ତଙ୍କୁ ଦୁଃଖିତ କରିଥାଏ ଏବଂ ଭାଙ୍ଗି ଦେଇଥାଏ ନିଶ୍ଚିତ ଭାବରେ। ମୃତ୍ୟୁ ସବୁବେଳେ ଦୁଃଖଦାୟକ ହୋଇଥାଏ। କିଛି ମୃତ୍ୟୁ ଏମିତି ହୋଇଥାଏ ଯାହାକୁ ଦେଖିଲେ ଲୋମ ତାଙ୍କୁରି ଉଠେ ଏବଂ ଭୟରେ ଛାତି ଥରି ଉଠିଥାଏ।ଆଉ କିଛି ମୃତ୍ୟୁ ସାମାନ୍ୟ ଅସାବଧାନତା କାରଣରୁ ଘଟି ଯାଇଥାଏ। ସେହିପରି ଏକ ମୃତ୍ୟୁ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେଉଁ ଘଟଣା ବିଷୟରେ ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ଜାଣିଛନ୍ତି ବେଳେବେଳେ ମଣିଷ ଉପରକୁ ଏମିତି ବିପଦ ମାଡ଼ି ଆସିଥାଏ, ଯାହା ପାଇଁ ସେ ଟିକିଏ ବି ସୁରାକ୍ ଆଗରୁ ପାଇ ନଥାଏ।

ତାହା ହଠାତ୍ ଆସି ଦଣ୍ତାୟମାନ ହୁଏ ଏବଂ ଶୋକ ର ଛାୟା ଖେଳାଇ ଦେଇଥାଏ। ସେହିପରି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ନାଗପୁର ରେ। ଯେଉଁ ଘଟଣା ଏକ ଦୁଃଖଦ ସ୍ଥିତି ସୃଷ୍ଟି କରିଛି।ଆଉ ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ପାଣିରେ ବୁଡ଼ି ଯାଉଥିବା ନଜର ଆସିଛନ୍ତି।ଏହାପରେ ସ୍ବାମୀକୁ ସେଠାରେ ବୁଡ଼ିଯିବାର ଦେଖି ସ୍ତ୍ରୀ ତାଙ୍କୁ ବଞ୍ଚାଇବାକୁ ଯାଉଛନ୍ତି। ତା’ପରେ ସ୍ତ୍ରୀ ମଧ୍ୟ ଗଭୀର ପାଣିରେ ବୁଡ଼ିବାକୁ ଲାଗୁଛନ୍ତି । ମା’ ବାପାଙ୍କୁ ବୁଡ଼ିଯିବାର ଦେଖି ସେଠାରେ ଥିବା ପିଲାଟି ସେମାନଙ୍କ ଆଡକୁ ଦୌଡିଯାଉ ଯାଉ ସେ ମଧ୍ୟ ବୁଡ଼ି ଯାଇଛି।

ଏସବୁର ଭିଡିଓ କରୁଥିବା ଆଉ ଏକ ପିଲା କୂଳରେ ଛିଡ଼ା ହୋଇ ଏହି ଘଟଣାକୁ ଦେଖି କାନ୍ଦିବାରେ ଲାଗିଛି। ସମସ୍ତେ ପିଲାଟିର ଆଖି ସାମ୍ନାରେ ବୁଡି ଯାଉଥିବା ବେଳେ ପିଲାଟି ଏସବୁକୁ ଦେଖି କିଛି ବୁଝି ନପାରି କାନ୍ଦିବାରେ ଲାଗିଛି। ପୁଅର ବର୍ଥ ଡେ ଥିବା ବେଳେ ପରିବାର ର ସମସ୍ତେ ବୁଲିବାକୁ ଯାଇଥିଲେ।ଆଉ ଏହି ସମୟରେ ସେମାନେ ଏହି ସ୍ଥାନରେ ଫଟୋ ଉଠାଉ ଥିଲେ। ଫଟୋ ଉଠାଇବା ସମୟରେ ପୁଅର ବାପା ପାଣି ଭିତରକୁ ଯାଇ ଥିବା ବେଳେ ସେ ପାଣିରେ ବୁଡିବାକୁ ଲାଗିଥିଲେ।ଆଉ ତାପରେ ଏଭଳି ଏକ ଦୁଃଖଦ ଘଟଣା ସେଠାରେ ଘଟିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।