Odisha News Portal

ଛୋଟ ବ୍ୟବସାୟ ଙ୍କ ପାଇଁ Paytm ଆଣିଲା 1 ହଜାର କୋଟିର ଯୋଜନା ! ବିନା ଗ୍ୟାରେଣ୍ଟି ରେ ମିଳିବ 5 ଲକ୍ଷର ଟଙ୍କା ଋଣ ! କେମିତି ଉଠାଇ ପାରିବେ ଲାଭ ଜାଣନ୍ତୁ…

0 1

ଛୋଟ ବ୍ୟବସାୟୀଙ୍କ ପାଇଁ Paytm ଦେବ ଋଣ । Paytm ଆଣିଲା 1 ହଜାର କୋଟିର ଯୋଜନା । ଏବେ ଋଣ କରିବା ହେଲା ଆହୁରି ସହଜ ଆଉ ବ୍ୟାଙ୍କ ଆଗରେ ଋଣ ପାଇଁ ଗୋଡ ଭାଙ୍ଗି ଠି୍ଆ ହେବା ପାଇଂ ପଡିବନି ଗ୍ରାହକଙ୍କୁ । ଋଣ ଦେବାକୁ ବ୍ୟାଙ୍କ ଆଉ ମାଗି ପାରିବ ନାହିଁ ଗ୍ୟାରେଣ୍ଟର କି ଗ୍ୟାରେଣ୍ଟି । ଏବେ ବିନା ଗ୍ୟାରେଣ୍ଟର ଓ ବିନା ଗ୍ୟାରେଣ୍ଟି ରେ ଆପଣଙ୍କୁ ମିଳିଯିବ 5 ଲକ୍ଷ ଟଙ୍କା ଯାଏଁ ଋଣ । ତେବେ ଏଭଳି ଋଣ ଦେବ ଅନଲାଇନ୍ ପେମେଣ୍ଟ ଆପ୍ Paytm । କେନ୍ଦ୍ର ସରକାରଙ୍କ ଏମେସେମି ଯୋଜନାରେ ଗତ ବର୍ଷ ଏଭଳି 550 କୋଟି ଟଙ୍କାର ଋଣ ଦେଇଥିଲା ଏହି ଆପ୍ ।

କିନ୍ତୁ ଚଳିତ ବର୍ଷ ଏହି ପରିମାଣକୁ ବଢାଇ ଏହି ଆପ୍ 1 ହଜାର କୋଟି ଟଙ୍କାର ଋଣ ଦେବାକୁ ନିଷ୍ପତି ନେଇଛି । ଏହି ଆପ୍ ମାଧ୍ୟମରେ ଜଣେ ଗ୍ରାହକ ସର୍ବାଧିକ 5 ଲକ୍ଷ ଟଙ୍କା ଯାଏଁ ଏହି ଆପ୍ ରୁ ଋଣ ନେ୍ଇପାରିବ । ଯାହାକି ପୁଣି ସ୍ବଳ୍ପ ସୁଧ ହାରରେ ।


କଂପାନୀ ତରଫରୁ କୁହା ଯାଇଛି୍ କି ଛୋଟ ଛୋଟ ବ୍ୟବସାୟୀଙ୍କୁ ସହାୟତା କରିବା ପାଇଁ ବା ସେମାନଙ୍କର ବ୍ୟାପାର ବୃଦ୍ଧି ପାଇଁ ଏଭଳି ପଦକ୍ଷେପ ନିଆ ଯାଇଛି । ଯେଉଁ ଲୋକମାନଙ୍କୁ ପାରମ୍ପାରିକ ବ୍ୟାଙ୍କମାନେ ଋଣ ଦେଉ ନାହାଁନ୍ତି ସେମାନଙ୍କୁ Paytm କଂପାନୀ ଋଣ ପ୍ରଦାନ ।

ଭାରତରେ ପେମେଣ୍ଟ ଆପ୍ ଭଳି Paytm ଆପ୍ ଭଳି ଆହୁରି ଅନେକ ଆପ୍ ଅଛି । ଯେମିତିକି ଗୁଗୁଲ୍ ପେ୍ ଏବଂ ଫୋନ୍ ପେ୍ ଭଳି ଆପ୍ । Paytm ର ଏଭଳି ବ୍ୟବସ୍ଥା ଦେଖି ଏବେ ମାର୍କେଟରେ ଗୁଗୁଲ୍ ପେ୍ ଏବଂ ଫୋନ୍ ପେ୍ କଂପାନୀ ବି ଏଭଳି ସୁବିଧାରେ ଋଣ ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି । ଏମାନେ କିଛି ପଞ୍ଜିକୃତ ବ୍ୟାଙ୍କ ଓ ଏନବିଏସସି ସହିତ ମିଶି ଛୋଟ ଛୋଟ ବ୍ୟବସାୟୀଙ୍କୁ ଋଣ ପ୍ରଦାନ କରୁଛନ୍ତି ।

ତେବେ Paytm ଲ୍ୟାଣ୍ଡିଙ୍ଗର CO ଭାବେଶ ଗୁପ୍ତା କହିଛନ୍ତି କି ଏହି ଋଣ ପ୍ରଦାନ ବେଳେ କଂପାନୀ ବିନା କିଛି ଗ୍ୟାରେଣ୍ଟ ବା କିଛି ବି ବନ୍ଧକ ରଖେ ନାହିଁ । ଏହାସହ ବହୁ କମ୍ ସୁଧରେ ଛୋଟ ଛୋଟ ବ୍ୟବସାୟୀ ମାନଙ୍କୁ ଏହି ଋଣ ପ୍ରଦାନ କରାଯାଇଥାଏ । ଏହି ଋଣ ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କୁ କଂପାନୀର ମ୍ୟାନେଜମେଣ୍ଟ ନିଷ୍ପତି କରିଥାଏ କି କିଏ ଋଣ ପାଇବାର ଯୋଗ୍ୟ ଏବଂ କିଏ ଅଯୋଗ୍ୟ । ଯୋଗ୍ୟ ବିବେଚିତ ହେବା ପାଇଁ ମ୍ୟାନେଜମେଣ୍ଟ ଆପଣଙ୍କ ଦୈନିକ କାରବାରକୁ ଆଧାର କରିଥାଏ ।

 

2019-20 ଆର୍ଥିକ ବର୍ଷରେ କଂପାନୀ 1 ଲକ୍ଷରୁ ଅଧିକ ଛୋଟ ବ୍ୟବସାୟୀଙ୍କୁ 550 କୋଟିରୁ ଅଧିକ ଟଙ୍କାର ଋଣ ପ୍ରଦାନ କରିଥିଲା ।କଂପାନୀ ପକ୍ଷରୁ କୁହାଯାଇଛି କି ଏହି ଋଣ ପାଇଁ ଆବେଦନ ଠାରୁ ଋଣ ପାଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଡିଜିଟାଲ୍ ମାଧ୍ୟମରେ ହୋଇଥାଏ । ଆଉ ଏଥିପାଇଁ କିଛି ଅତିରିକ୍ତ ଡକୋମେଣ୍ଟର ଆବଶ୍ୟକତା ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।