ବିବାହ ପରେ ପ୍ରତ୍ୟେକ ଦମ୍ପତି ଏକ ସନ୍ତାନ ଟିଏ ଚାହିଁ ଥାନ୍ତି। କିନ୍ତୁ କୌଣସି କାରଣ ବଶତଃ କିଛି ଦମ୍ପତିକୁ ସନ୍ତାନ ସୁଖ ମିଳିପାରି ନଥାଏ। ଏହାର ବିଭିନ୍ନ କାରଣ ମଧ୍ୟ ରହିଛି। ବିଶେଷ କରି ଆଧୁନିକ ଜୀବନଶୈଳୀ ଏଥିପାଇଁ ଦାୟୀ ଅଟେ।ଆମ ମାନଙ୍କର ଖାଇବା ପିଇବା ରେ ଅନିୟମିତତା, ଆଧୁନିକ ଜୀବନ ଶୈଳୀ ର ପ୍ରଭାବ, ଲେଟ୍ ନାଇଟ ରେ ଶୋଇବା, ନିଦ୍ରା ହୀନତା, ଅତ୍ୟଧିକ ପରିଶ୍ରମ, ବିଶ୍ରାମ ନ ନେବା ଆଦି ବହୁତ୍ ଗୁଡାଏ କାରଣ ରହିଛି ଯାହା ସନ୍ତାନ ହୀନତାର ଏକ ମୁଖ୍ୟ କାରଣ ହୋଇପାରେ।
ଆଉ ଏହି ସବୁ କାରଣ ବସତ୍ ପୁରୁଷ ପାଖରେ ଶୁକ୍ରାଣୁ କମି ଯାଇଥାଏ। ଆଜି କାଲି ଅଧିକାଂଶ ପୁରୁଷଙ୍କ ପାଖରେ ଏହିଭଳି ସମସ୍ୟା ଦେଖା ଯାଉଛି।ଯାହା ପୁରୁଷ ଶରୀରର ମୁଖ୍ୟ ଜିନିଷ ଅଟେ।ତେବେ ଆଜିକାଲି ଏହି ସମସ୍ୟା ଅଧିକ ମାତ୍ର ରେ ବଢି ଚାଲିଛି। ଯାହା ଅଧିକାଂଶ ପୁରୁଷ ମାନଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବରେ ଉଭା ହୋଇଛି। ଯେଉଁଥି ପାଇଁ ମହିଳାଟି କନ୍ସିଭ୍ କରି ପାରୁନାହିଁ ଆଉ ଏହି କାରଣରୁ ପାରିବାରରେ ମଧ୍ୟ ଅଶାନ୍ତି ଲାଗି ରହୁଛି। ତେବେ ଏଥି ପ୍ରତି ପ୍ରତ୍ୟେକ ପୁରୁଷ ଧ୍ୟାନ ଦେବା ନିହାତି ଆବଶ୍ୟକ ରହିଛି। ତେବେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ଜରୁରୀ ଟିପ୍ସ ନେଇ ଆସିଛୁ ଯାହା ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବହୁତ୍ ହେଲ୍ପ କରିବ। ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ସବୁ ସହଜ ଏବଂ ସରଳ ଉପାୟମାନ।
ପାଣି:- ପ୍ରତିଦିନ ଆପଣ ପ୍ରଚରୁ ପରିମାଣରେ ପାଣି ପିଅନ୍ତୁ। ଆମ ଶରୀରର ଅଦରକାରୀ ଦ୍ରବ୍ୟକୁ ବର୍ଜ୍ୟବସ୍ତୁ ଆକାରରେ ବାହାରକୁ ବାହାର କରିଦିଏ ପାଣି ପିଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ।କମସେ କମ୍ ଦିନକୁ ୬-୭ ଲିଟର ପାଣି ନିହାତି ପିଅନ୍ତୁ।ପାଣି
ଅଣ୍ଡା:- ପ୍ରତିଦିନ ଗୋଟିଏ ଲେଖାଏଁ ଅଣ୍ଡା ନିଶ୍ଚିତ ଭାବେ ଖାଆନ୍ତୁ। ଅଣ୍ଡା ଆପଣଙ୍କ ଶୁକ୍ରାଣୁ ବୃଦ୍ଧିରେ ସହାୟକ ହୋଇଥାଏ।
ଲିଚୁ:- ଏହା ପୁରୁଷ ମାନଙ୍କ କ୍ଷେତ୍ରରେ ଶୁକ୍ରାଣୁ ର ପରିମାଣ ବୃଦ୍ଧି ଘଟିଥାଏ।
ଅଦା:- ଆପଣଙ୍କ ଖାଦ୍ୟରେ ଅଦାକୁ ନିଶ୍ଚିତ ସାମିଲ କରନ୍ତୁ। ଏହା ଶରୀରରେ ସେକ୍ସ ହର୍ମୋନକୁ ବୃଦ୍ଧି କରିବା ସହ ରକ୍ତ ସଂଚାଳନ କୁ ମଧ୍ୟ ନିୟନ୍ତ୍ରଣ କରିଥାଏ।
ପାଳଙ୍ଗ ଶାଗ:-ଏଥିରେ ଫୋଲିକ ଏସିଡ ଅଧିକ ମାତ୍ରାରେ ମହଜୁଦ ଥିବାରୁ ଏହା ବୀର୍ଯ୍ୟ ରେ ଶୁକ୍ରାଣୁର ପରିମାଣକୁ ବୃଦ୍ଧି କରିଥାଏ।
ରସୁଣ:-ରସୁଣ ପୁରୁଷ ମାନଙ୍କ ଯୌନାଙ୍ଗ ରେ ରକ୍ତ ସଂଚାଳନକୁ ନିୟନ୍ତ୍ରଣ କରି ଶୁକ୍ରାଣୁର ପରିମାଣ କୁ ବୃଦ୍ଧି କରିଥାଏ।
ଡାର୍କ ଚକୋଲେଟ୍:-ଏଥିରେ ଥିବା ଆର୍ଜିନିନୀନ ନାମକ ଏମୀନୋ ଏସିଡ ଶୁକ୍ରାଣୁ ବୃଦ୍ଧିରେ ସହାୟକ କରେ।
ଆଭୋକାଡୋ:- ଏହା ମଧ୍ୟ ପୁରୁଷର ଶୁକ୍ରାଣୁ ର ପରିମାଣ ବୃଦ୍ଧି କରେ।
ବୋଇତାଳୁ ମଞ୍ଜି:- ବୋଇତାଳୁ ମଞ୍ଜିର ସେବନ ପୁରୁଷର ସେକ୍ସ୍ ହୋର୍ମୋନ କୁ ବଢ଼ାଇବାରେ ସାହାଯ୍ୟ କରିଥାଏ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।