Odisha News Portal

Big Breaking News – ହେ ଭଗବାନ ! ଓଡିଶା ମୁହାଁ ବାତ୍ୟା ” ଅସାନିି “…ଏ ନେଇ କଣ ରହିଛି Big Update ଦେଖନ୍ତୁ

ବନ୍ଧୁଗଣ ପୁଣି ଥରେ ଲୋକଙ୍କୁ ଘାରିଛି ବାତ୍ୟାର ଭୟ।କାହିଁକି ନା ଏବେ ବଙ୍ଗୋପସାଗର ରେ ଦାନା ବାନ୍ଧୁଛି ଏହି ବାତ୍ୟା। ଆସୁଛି ଗ୍ରୀଷ୍ମ କାଳୀନ ସାଇକ୍ଲନ ଅସାନୀ। ଏବେ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଦକ୍ଷିଣ ପୂର୍ବ କ୍ଷେତ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା କାଲି ସୁଦ୍ଧା ଏହା ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଘନୀଭୂତ ହେବ ଏବଂ ଧୀରେ ଧୀରେ ଡିପ୍ରେଶନ ର ରୂପ ନେବ।୮ ତାରିଖ ସୁଦ୍ଧା ଏହା ଲଘୁଚାପ ର ରୂପ ନେବ ଏବଂ ସେହିଦିନ ସନ୍ଧ୍ୟା ସୁଦ୍ଧା ବଙ୍ଗୋପ ସାଗରରେ ସୃଷ୍ଟି ହେବ ସାଇକ୍ଲୋନିକ ଷ୍ଟ୍ରୋମ ଅସାନି। ଏହାପରେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ତେବେ ପାଣିପାଗ ବିଭାଗ ର ସୂଚନା ଅନୁସାରେ ଏହି ବାତ୍ୟା ଅସାନିି ୧୦ ତାରିଖ ବେଳକୁ ସ୍ଥଳଭାଗ ମୁହାଁ ହେଵ। ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡ ଫଲ୍ କରିବ ବାତ୍ୟା ସାଇକ୍ଲୋନ। କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ଏହା କେଉଁ ସ୍ଥାନରେ ସ୍ଥଳ ଭାଗ ଛୁଇଁବ ତାର କୌଣସି ସ୍ପଷ୍ଟ ଚିତ୍ର ଦେଇନାହିଁ ଭାରତୀୟ ପାଣିପାଗ ବିଭାଗ। ତେବେ ଯାହା ସୂଚନା ରହିଛି ଏହି ବାତ୍ୟା କାରଣରୁ ୯ ତାରିଖ ବେଳକୁ ବଙ୍ଗୋପସାଗର ନିକଟରେ ପବନର ବେଗ ଘଣ୍ଟା ପ୍ରତି ୫୫ ରୁ ୭୫ କିମି ଏବଂ ସ୍ଥଳ ବିଶେଷ ରେ ବଢ଼ି ୮୫ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବ।

ତେବେ ଏହା କ୍ରମଶଃ ୧୦ ତାରିଖ ବେଳକୁ ବଙ୍ଗୋପସାଗର ନିକଟରେ ପବନର ବେଗ ଘଣ୍ଟା ପ୍ରତି ୭୦ ରୁ ୮୦ କିମି ରହିବା ସହିତ ସ୍ଥଳ ଭାଗ ବିଶେଷ ରେ ୯୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ତେବେ ଏହି ବାତ୍ୟା କାରଣରୁ ଉପକୂଳ ଓଡିଶାର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କିଛି କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ଏହି ଲଘୁଚାପ କ୍ଷେତ୍ର କାଲି ଯେତେବେଳେ ଡିପ୍ରେସନ୍ ର ରୂପ ନେବ ସେତେବେଳେ ଅଧିକ ସ୍ପଷ୍ଟ ଏହା ଜଣା ପଡ଼ିବ କି ଏହି ବାତ୍ୟା ଲ୍ୟାଣ୍ଡ ଫଲ କରିବ କି ନାହିଁ। ଏବଂ ଯଦି କରିବ ତେବେ କେଉଁ ସ୍ଥାନରେ କରିବ। ତେବେ ଏହି ବାତ୍ୟା କୁ ନେଇ ଯାହା ଆକଳନ କରା ଯାଇଛି ଏହା ଦ୍ବାରା ପବନର ବେଗ ତୀବ୍ର ରହିବ ଏବଂ ଏହି ବାତ୍ୟା ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେଇପାରେ। କିନ୍ତୁ ଏହା କେତେ ଭୟଙ୍କର ହେବ ତାହା ଆଗାମୀ ସମୟରେ ଅର୍ଥାତ୍ ଆସନ୍ତା କାଲି ସୁଦ୍ଧା ସ୍ପଷ୍ଟ ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।