ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଟ୍ରାଫିକ ବ୍ୟବସ୍ଥା କୁ କଡାକଡି ଲାଗୁ କରାଯାଇଛି ଓ ଚାରି ଆଡେ଼ ଟ୍ରାଫିକ ନିୟମ କୁ ଅତି କଡାକଡି ଭାବେ ଲାଗୁ କରାଯାଇ ଅଛି । ହେଲମେଟ ପିନ୍ଧିବା ବାଧ୍ୟତାମୂଲକ୍ କରା ଯାଇଛି । ତେବେ ପ୍ରତିଦିନ ହେଉଥିବା ଦୁର୍ଘଟଣା କୁ ନଜର ରଖି ସରକାର ଏମିତି ନିଷ୍ପତି ନେଇଛନ୍ତି । ପ୍ରତିଦିନ ଦୁର୍ଘଟଣା ରେ ଅନେକ ଲୋକ ମାନଙ୍କ ର ଜୀବନ ଯାଉ ଥିବାର ସରକାର ଲୋକ ମାନଙ୍କ ସୁରକ୍ଷା ପାଇଁ ଟ୍ରାଫିକ ବ୍ୟବସ୍ଥା କୁ କଡାକଡି ଲାଗୁ କରିଛନ୍ତି। ସହର ବଜାର ର ର ଅନେକ ସ୍ଥାନ ମାନଙ୍କ ରେ ଟ୍ରାଫିକ ପୋଲିସ ଙ୍କ ସହିତ ପୋଲିସ୍ ଅଧିକାରୀ ମାନେ ରହି ଗାଡି ର କାଗଜ ପତ୍ର ଚେକ୍ କରିବା ସହିତ ହେଲମେଟ ଚେକିଂ କରୁଛନ୍ତି ଓ ହେଲମେଟ ପିନ୍ଧିବା ବାଧ୍ୟତାମୂକ କରା ଯାଇଛି।
ତେବେ ଏହି ହେଲମେଟ ଚେକିଙ୍ଗ ପରଠାରୁ ଅନେକ ଜନ ଅସନ୍ତୋଷ ଦେଖିବା ପାଇଁ ମିଳିଛି। ଅନେକ ସମୟ ରେ ହେଲମେଟ ଚେକଂ ସମୟ ରେ ଗଣ୍ଡଗୋଳ ହେବାର ଆମେ ମାନେ ଶୁଣିବାକୁ ପାଇଥାଉ। ତେବେ ବର୍ତ୍ତମାନ ସେମିତି ଏକ ଘଟଣା ଆଜି ଆମ ସାମ୍ନା କୁ ଆସିଛି ଯେଉଁଠି ପୋଲିସ୍ ଏକ ଝିଅ କୁ ଚାପୁଡ଼ା ମାରିଛି ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା;
ଘଟଣା ଟି ଆସିଛି କର୍ଣ୍ଣାଟକର ମାଣ୍ଡ୍ୟା ସହରରୁ । ଏଠାରେ ଜଣେ ଯୁବତୀ ନୋ ପାର୍କିଂ ଜୋନ ରେ ଗାଡି ପାର୍କ କରିଥିଲେ । ଏହି ସମୟ ରେ ସେ ପୋଲିସ୍ ତାଙ୍କୁ ବିରୋଧ କରିବା ସହିତ ତାଙ୍କ ସ୍କୁଟି ଛଡ଼ାଇ ନେବା ପାଇଁ ଉଦ୍ୟମ କରିଥିଲେ। ତେବେ ଯୁବତୀ ଜଣଙ୍କ ସ୍କୁଟି ଦେଉ ନଥିଲେ ଯେଉଁଥି ପାଇଁ ପୋଲିସ୍ ଓ ଯୁବତୀ ଜଣଙ୍କ ମଧ୍ୟରେ ଯୁକ୍ତି ତର୍କ ହେବାରେ ଦେଖିବାକୁ ମିଳିଥିଲା । ଯୁବତୀ ଜଣଙ୍କ ନିଜ ଭୁଲ୍ ପାଇଁ ଫାଇନ ଦେବା ପାଇଁ କହୁଥିବା ର ମଧ୍ୟ ଶୁଣିବାକୁ ମିଳିଛି । ଏହା ସହିତ ଆପଣ ଚାବି ଛଡ଼ାଇ ନେଇ ପାରିବେ ନାହିଁ ବୋଲି ସେ ପୋଲିସ୍ କୁ କହୁଥିବା ର ମଧ୍ୟ ଶୁଣିବାକୁ ମିଳିଛି ।
कर्नाटक के मांडया में नो पार्किंग एरिया में स्कूटी खड़ी करने वाली लड़की की पुलिस के साथ बहस हो गई. इसी बीच एक महिला पुलिसकर्मी ने उसे तमाचा जड़ दिया और उस घटना का ये वीडियो खूब वायरल हो रहा है. हालांकि पुलिस ने बिना कार्रवाई किए लड़की को छोड़ दिया. #Karnatakapolice #mandya pic.twitter.com/GB2CTkOW6D
— Parvez Sagar (@itsparvezsagar) March 9, 2021
ତେବେ ଏହି ସବୁ ଯୁକ୍ତି ତର୍କ ରେ ପୋଲିସ୍ ଉତ୍ଫିକ୍ତ ହୋଇ ମହିଳା ଜଣଙ୍କୁ ହାତ ଉଠାଇ ଥିବାର ନଜର ଆସିଚି । ଏହାପରେ ପୋଲିସ ଯୁବତୀ ଜଣଙ୍କ ସ୍କୁଟି କୁ ପୋଲିସ୍ ଜବତ କରିଛି ଓ ପୋଲିସ ଷ୍ଟେସନ ରେ ଯୁବତୀ ଜଣଙ୍କୁ ଅଟକ ରଖିଛି। ପୋଲିସ କତୃପକ୍ଷ ସୂଚନା ଅନୁସାରେ ଯୁବତୀ ଙ୍କ ବୟସ ଦେଖି ତାଙ୍କ ଉପରେ ଆକ୍ସନ ନିଆ ଯିବ ବୋଲି କୁହା ଯାଇଛି। ତେବେ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।