Odisha News Portal

ଦେଖନ୍ତୁ Live ଭିଡିଓ – ବିଚ ରାସ୍ତାରେ ନବୀନ ବାବୁ ମୋତେ ବଞ୍ଚାଓ ଏଭଳି ଚିତ୍କାର କରି ମହିଳା କଲେ ଏମିତି….

ନବୀନ ନିବାସ ଆଗରେ ଦେଖିବ ପାଇଁ ମିଳିଛି ହାଇ ଡ୍ରାମା । ନବୀନ ନିବାସ ସାମ୍ନା ରେ ଜଣେ ମହିଳା ଙ୍କୁ ପୋଲିସ୍ କର୍ମଚାରୀ ମାନେ ଘୋଷାଡି ଘୋଷାଡି ନେଇ ଯିବାର ଦୃଶ୍ୟ ଦେଖିବାକୁ ମିଳିଛି । ମହିଳା ଜଣଙ୍କ ବାରମ୍ବାର ରାଷ୍ଟ୍ରପତି ଙ୍କୁ ଚିଠି ଲେଖି ଅଛନ୍ତି ବୋଲି ଚିତ୍କାର କରି କହି ଥିବାର ମଧ୍ୟ ଶୁଣିବାକୁ ମିଳିଛି । ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;

“ସ୍ତ୍ରୀ ଲୋକ ମାନେ ମତେ ରେପ୍ କରୁଛ ପୁରୁଷ ଲୋକ ଙ୍କୁ ଲଗାଇ । ୨୪ ଘଣ୍ଟା ମଧ୍ୟ ରେ ମୁଁ ଆତ୍ମାହୁତି ଦେବି । ମତେ ଏତେ ନିର୍ଯାତନା ଦେଉଥିଲେ” ଏମିତି ଆହୁରି କେତେ କଣ ମହିଳା ଜଣଙ୍କ ଚିଲାଇ କହି ଅଛନ୍ତି କିନ୍ତୁ ତାଙ୍କର କଥା ସରିବା ପୂର୍ବରୁ ତାଙ୍କୁ ନେଇ ଯାଇଥିଲେ ମହିଳା ପୋଲିସ୍ ମାନେ ପୋଲିସ୍ ଷ୍ଟେସନ କୁ । ମହିଳା ଜଣଙ୍କ ଚିଲେଇ ଚିଲେଇ କହୁ ଥାଆନ୍ତି ” କଣ ପାଇଁ ମତେ ନଉଛ , କଣ ମୋର ଭୁଲ୍ , କଣ ପାଇଁ ମୁଁ ପୋଲିସ୍ ଗାଡି ରେ ଯିବି ” କିନ୍ତୁ ମହିଳା ଙ୍କ ର ଏହି ଚିତ୍କାର ରେ କୌଣସି ପ୍ରଭାବ ପଡ଼ିଲା ନାହିଁ ପୋଲିସ୍ ମ୍ୟାଡମ ଙ୍କ ଉପରେ । ଆଜି ନବୀନ ନିବାସ ସାମ୍ନା ରେ ଏମିତି ଏକ ଭୟାନକ ଘଟଣା ଦେଖିବାକୁ ମିଳିଥିଲା ।

ମହିଳା ଜଣଙ୍କୁ ପୋଲିସ୍ ନେବା ସମୟ ରେ ମହିଳା ଜଣଙ୍କ ଚିତ୍କାର କରି ଛାଟିପିଟି ହେବା ସହିତ ପୋଲିସ୍ ଙ୍କ ସହିତ ଧସ୍ତା ଧସ୍ତୀ କରିଥିବାର ମଧ୍ୟ ନଜର ଆସିଛି। ଚିତ୍କାର କରି ମହିଳା ଜଣଙ୍କ ହେ ଭଗବାନ , ହେ କୃଷ୍ଣ ଆଦି ଭଗବାନ ଙ୍କୁ ଡାକୁ ଥିବାର ଦେଖିବାକୁ ମିଳିଛି । ଦୁଇ ଜଣ ମହିଳା ପୋଲିସ୍ ଜୋର୍ ଜବରଦସ୍ତ ମହିଳା ଜଣଙ୍କୁ ପୋଲିସ ଗାଡି ରେ ଭର୍ତି କରିଥିଲେ ମଧ୍ୟ ମହିଳା ଜଣଙ୍କ ଚିତ୍କାର କମ୍ ହୋଇ ନଥିଲା ।

ମହିଳା ଜଣଙ୍କ ବାରମ୍ବାର କହୁ ଥାଆନ୍ତି ମତେ କଣ ନଉଛ ଧର୍ଷଣ କରିବା ପାଇଁ । ତେବେ ପୋଲିସ ଗାଡି ରେ ବସି ମଧ୍ୟ ମହିଳା ଜଣଙ୍କ ବାରମ୍ବାର ଭଗବାନ ଙ୍କୁ ଡାକିବା ସହିତ ରାସ୍ତା ରେ ଯାଉଥିବା ପବ୍ଲିକ ମାନଙ୍କୁ ମଧ୍ୟ ସାହାର୍ଯ୍ୟ ମାଗି ଅଛନ୍ତି ଓ କହିଛନ୍ତି ରକ୍ଷା କରିବା ପାଇଁ ।

ରାସ୍ତା ରେ ଯେଉଁ ବି ମା ଭଉଣୀ ମାନେ ଯାଉ ଥାଆନ୍ତି ସମସ୍ତଙ୍କୁ ମହିଳା ଜଣଙ୍କ ନିବେଦନ କରୁ ଥାଆନ୍ତି ରକ୍ଷା କରିବା ପାଇଁ। ପୋଲିସ ଗାଡି ଭିତରେ ଦୁଇ ଜଣ ମହିଳା ପୋଲିସ ମହିଳା ଜଣଙ୍କୁ ଆୟତ କରିବା ପାଇଁ ବହୁତ୍ ଚେଷ୍ଟା କରିଥିବାର ଦେଖିବା ପାଇଁ ମଧ୍ୟ ମିଳିଛି। ତେବେ କଣ ପାଇଁ ମହିଳା ଜଣଙ୍କୁ ପୋଲିସ୍ ଗିରଫ କରି ନେଉଛନ୍ତି ତାହା ପୁଣି ମୁଖ୍ୟ ମନ୍ତ୍ରୀ ଙ୍କ ନିବାସ ସାମ୍ନା ରୁ ଏମିତି ଅବସ୍ଥା ରେ ଏହି ବିଷୟ ରେ କୌଣସି ତଥ୍ୟ ଜଣା ପଡି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।