Odisha News Portal

ଦେଖନ୍ତୁ ଭିଡ଼ିଓ – ବିଚ ରାସ୍ତାରୁ କଲେଜ ପର୍ଯ୍ୟନ୍ତ ଆଣ୍ଠେଇ ଆଣ୍ଠେଇ ଆଣିଲେ କଲେଜ ଛାତ୍ର କାରଣ ଜାଣିଲେ ହୋଇଯିବେ ତାଯୁବ…

ଆଜିକାଲି କିଛି ଯୁବପିଢି ଙ୍କୁ ତାଙ୍କ ଯବାନିର ରଙ୍ଗ ଟିକେ ଅଧିକ ଚଢି ଯାଇଥିବା ସମୟ ସମୟରେ ନଜର ଆସିଥାଏ। ଝିଅଙ୍କୁ କମେଣ୍ଟ ମାରିବା, ଖରାପ ଇଙ୍ଗିତ କରିବା, ଏକୁଟିଆ ପାଇଲେ ଖରାପ ଭାଷାରେ ସେମାନଙ୍କୁ ଲଜ୍ଜିତ କଲାଭଳି କଥା କହିବା ଆଦି ଅଭଦ୍ରାମି ସେମାନଙ୍କ ନିକଟରେ ଦେଖିବାକୁ ମିଳିଥାଏ।ଆଉ ଏହିଭଳି କାର୍ଯ୍ୟ କଲାପ କରି ମଧ୍ୟ ସେମାନେ ନିଜକୁ ବହୁତ୍ ବଡ଼ ଡନ ବୋଲି ଭାବନ୍ତି ଏବଂ ନିଜର ଯୁବାବସ୍ଥା ଉପରେ ଗର୍ବ ମଧ୍ୟ କରନ୍ତି। କିନ୍ତୁ ସବୁ ସମୟ ସମାନ ନଥାଏ। ଯେମିତି ଚୋର ଘର ସବୁବେଳେ ଅନ୍ଧାର ନଥାଏ। ସେହିପରି ବେଳେବେଳେ ଏମାନେ ଏମିତି ଯୁବତୀଙ୍କ ହାବୁଡ଼ ରେ ପଡନ୍ତି,ଏହାପରେ ଏକାଥରେ ସାବାଡ ହୋଇ ଯାଆନ୍ତି।

ତେବେ ସେହିଭଳି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଯାହା ସୋସିଆଲ ମିଡିଆରେ ମଧ୍ୟ ବହୁତ୍ ଭାଇରାଲ ହେବାରେ ଲାଗିଛି।ତେବେ ଏହି ଘଟଣା ମାର୍ଶାଘାଇ ମହାବିଦ୍ୟାଳୟ ପରିସରର ଅଟେ। ବର୍ତ୍ତମାନ ଏହା ଦେଖିବାକୁ ମିଳୁଛି ଯେ କଠିନ କାର୍ଯ୍ୟାନୁଷ୍ଠାନ କିମ୍ବା ଆଇନ୍ ର ଡର ଦେଖାଇଲେ ମଧ୍ୟ କିଛି ଏମିତି ଅସାମାଜିକ ଲୋକ ରହିଥାନ୍ତି ଯେଉଁମାନେ ଏସବୁ କୁ ଖାତିର କରି ନଥାନ୍ତି। ଯୁବତୀ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା, ଅସଭ୍ୟ ବ୍ୟବହାର ପ୍ରଦର୍ଶନ କରିବା,ଅଶ୍ଳୀଳ ଇଙ୍ଗିତ କରିବା ଆଦି ଅମାନୁଷିକ ଏବଂ ନିନ୍ଦନୀୟ କାର୍ଯ୍ୟ ହୋଇଥିଲେ ମଧ୍ୟ ଏହା ଏବେ ମଧ୍ୟ ସମାଜରେ ଘଟି ଚାଲିଛି।

ଏଥିରେ ଯୁବତୀ ମାନେ ଯେ କେଉଁଭଳି ସ୍ଥିତି ଦେଇ ଗତି କରୁଛନ୍ତି ଏବଂ ସେମାନଙ୍କ ମାନସିକ ଅବସ୍ଥା କଣ ହେଉଛି ତାହା କେବଳ ସେହି ମାନେ ହିଁ ଜାଣିଛନ୍ତି। ଆମ ସମାଜରେ ଦିନକୁ ଦିନ ଏମିତି କିଛି ଲଜ୍ୟାକର ଘଟଣା ମାନ ବହୁ ମାତ୍ରାରେ ଘଟିବାରେ ଲାଗିଛି ଯାହାକୁ ଭାଷାରେ ବର୍ଣ୍ଣନା କରିବା ସମ୍ଭବପର ନୁହଁ।

କୁତ୍ସିତ କଦାକାର ମାନସିକତା କୁ ନେଇ ଅନେକ ନିନ୍ଦନୀୟ ଘଟନା ମାନ ମଧ୍ୟ ଘଟିବାର ଦେଖିବାକୁ ମିଳୁଛି।ଏହା ପରେ ପୁଣି ସେମାନଙ୍କ କାର୍ଯ୍ୟ କଲାପ ଆଗାମୀ ଭବିଷ୍ୟତ ପିଢ଼ି ଉପରେ ଏକ ମନ୍ଦ ପ୍ରଭାବ ପକାଉଛି। ତେବେ ଆସନ୍ତୁ ଜାଣିବା ସେହିପରି ଏବେ ଭାଇରାଲ ହେଉଥିବା ଏକ ଘଟଣା ସମ୍ପର୍କରେ। ପ୍ରକୃତରେ କଣ ଘଟିଥିଲା ଏଠାରେ।

ମାର୍ଶାଘାଇ ମହାବିଦ୍ୟାଳୟ ର ଜଣେ ଛାତ୍ରୀଙ୍କୁ ଜଣେ ବାହାର ଯୁବକ କିଛିଦିନ ଧରି ଖରାପ ଭାଷା ରେ ଗାଳି ଗୁଲଜ କରିବା ସହ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ କରୁଥିଲେ। ଯାହାକୁ ନେଇ ଛାତ୍ରୀ ଜଣଙ୍କ ଅତିଷ୍ଟ ହୋଇ ପଡ଼ିଥିଲେ। ଗତକାଲି କଲେଜ୍ ର ଛାତ୍ର ଛାତ୍ରୀ ସେହି ଯୁବକଙ୍କୁ ଧରି ପାନେ ଦେଇଛନ୍ତି। ଯୁବକଙ୍କୁ କଲେଜ୍ ସମ୍ମୁଖରେ ଆଣ୍ଠେଇ ଦେଇଛନ୍ତି।ପରେ ତାକୁ ଭୁଲ୍ ମାଗିବା ପାଇଁ କହିଛନ୍ତି ଏବଂ ଯୁବକ ଜଣଙ୍କ ଭୁଲ୍ ମଧ୍ୟ ମାଗିଛି।

ପରେ ଛାତ୍ର ଛାତ୍ରୀ ମାନେ ପୋଲିସ୍ କୁ ଏ ବିଷୟରେ ଜଣାଇ ତାଙ୍କର ଏହିଭଳି କାର୍ଯ୍ୟ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛନ୍ତି।