ବିବାହିତା ମହିଳାଙ୍କୁ ବ୍ଲାକମେଲିଂ କରୁଛନ୍ତି ଏହି ଯୁବକ, ଟଙ୍କା ନଦେଲେ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ବି ଦେଉଛନ୍ତି, ଶେଷରେ ମହିଳା ଜଣକ….

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି। ସମାଜରେ ଅନ୍ୟାୟ ,ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ହତ୍ୟା ଓ ଅଶ୍ରୀଳ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଅନ୍ୟାୟ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ସେମାନଙ୍କ ମନରେ ଭୟ ରଖୁ ନାହାନ୍ତି ଏବଂ ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ସମାଜରେ ଲୋକ ମାନେ ନୃଶଂସ ପାଲଟି ଯାଇ ନିର୍ଯାତନା ଦେବା ସହିତ, ସମାଜକୁ ମଧ୍ୟ ଖରାପ ବାର୍ତ୍ତା ପ୍ରେରଣ କରୁଛନ୍ତି। ଏଭଳି ଘଟଣା ଟିଭି ଓ ସମ୍ବାଦ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ତାହା ହେଉଛି ଟଙ୍କା ନଦେଲେ ଭିଡ଼ିଓ ଭାଇରଲ କରିଦେବ ବୋଲି ଯୁବକ ବିବାହିତ ମହିଳାଙ୍କୁ ଧମକ ଦେଇଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ଲଖନପୁର ଥାନା ଅଞ୍ଚଳରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ରେଙ୍ଗାଲି ଥାନା ଅଞ୍ଚଳର ଜଣେ ମହିଳା, ସେ ଟିଆରଏଲ ଆରସେଟିରେ ୬ ମାସ ଟ୍ରେନିଂ ନେବା ସମୟରେ ସୁନ୍ଦରଗଡ ଜିଲ୍ଲାର ବଡ଼ଗାଁ ଥାନା ଭୋଇ ପାଲି ଗାଁ ର ଚନ୍ଦ୍ରମଣୀ ମେହେର, ଯାହାର ବୟସ ୨୭ ବର୍ଷ ତାଙ୍କରି ସହିତ ପରିଚିତ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବା ପରେ ଦୁହେଁ ବିବାହ କରିଥିଲେ। ଏହା ପରେ ଯୁବକ ଜଣଙ୍କ ମହିଳାଙ୍କୁ ଫୋନ କରି ୭ ଲକ୍ଷ୍ୟ ଟଙ୍କା ନଦେଲେ ତାଙ୍କ ନିକଟରେ ଥିବା ଅଶ୍ରୀଳ ଭିଡ଼ିଓ ସବୁ ଭାଇରଲ କରିବ ବୋଲି ଧମକ ଦେଇଥିଲେ।

ଏଥି ସହିତ ମହିଳାଙ୍କ ବାପାଙ୍କୁ ମଧ୍ୟ ଫୋନ କରି ପଇସା ମାଗିବା ସହିତ ଝିଅର ଭିଡ଼ିଓ ସବୁ ଭାଇରଲ କରି ଦେବା ପାଇଁ ତାଙ୍କୁ ମଧ୍ୟ ଧମକ ଦେଉଥିଲେ। ଏହି ଯୁବକଙ୍କ ସହିତ ତାଙ୍କ ସାଙ୍ଗ ସୁରଜ ଗୌଡ଼ ଯାହାର ବୟସ ୩୦ ବର୍ଷ,ସେ ମଧ୍ୟ ଏଥିରେ ସାମିଲ ଅଛନ୍ତି। ମହିଳାଙ୍କ ବାପା ଚାଲାକ କରି ତାଙ୍କ ପାଖରେ ନାହିଁ କହି, ବ୍ୟଙ୍କରୁ ଉଠାଇ ପରେ ଦେବି କହିଥିଲେ। ଏହା ପରେ ମହିଳାଙ୍କ ବାପା ଲଖନପୁର ଥାନାକୁ ଯାଇ ପୋଲିସ ନିକଟରେ ଏହି ସବୁ ବାବଦରେ ଅଭିଯୋଗ କରିଥିଲେ।

ତେବେ ଯୋଜନା ଅନୁସାରେ ମହିଳାଙ୍କ ବାପା ବ୍ୟାଙ୍କକୁ ଆସିବା ପରେ ଯୁବକ ଓ ତାଙ୍କ ସାଙ୍ଗ ଆସି ପହଁଛି ଯାଇ ଥିଲେ। ସେମାନେ ଦୁହେଁ ଆସିବା ପୂର୍ବରୁ ପୋଲିସ ମଧ୍ୟ ପହଁଛି ଲୁଚି ରହିଥିଲେ। ସେହି ଜାଗାରେ ପୋଲିସ ତାଙ୍କୁ ଗିରଫ କରି ତାଙ୍କ ଦୁଇ ଜଣଙ୍କୁ ଥାନାକୁ ନେଇ ଯାଇ ଥିଲେ। ଏହା ପରେ ତାଙ୍କୁ ଥାନାରେ ସବୁ କିଛି ପଚରା ଉଚରା କରି କୋର୍ଟ ଚାଲାଣ କରିଛନ୍ତି। ତେବେ ବନ୍ଧୁଗଣ ଏଭଳି ବ୍ୟକ୍ତିଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବା ଉଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment